Gold Rate Today: ପାର୍ବଣରେ ଗ୍ରାହକଙ୍କୁ ବଡ଼ ଝଟକା , ପୁଣି ବଢିଲା ସୁନା ରେଟ୍
Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର। ପୁଣି ବଢିଲା ସୁନା ରେଟ୍ । ଗତକାଲି ଦର ବୃଦ୍ଧି ହୋଇଥିବା ବେଳେ ଆଜି ମଧ୍ୟ ରେଟ୍ ରେ ପରିବର୍ତ୍ତନ ଦେଖାଦେଇଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍...
)
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ର ସୁନା ର ୧୦ ଗ୍ରାମ୍ ରେଟ୍ ୭୧,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୫୬୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୦୦ ଓ ୧୧୦ ଟଙ୍କା ବୃଦ୍ଧି ପାଇଛି।
ALSO READ: Guru Gochar: ୨୦୨୫ ପର୍ଯ୍ୟନ୍ତ ଏହିସବୁ ରାଶି ଉପରେ ରହିବ ଦେବଗୁରୁ ବୃହସ୍ପତିଙ୍କ କୃପା, ରହିବନି ଧନର ଅଭାବ!
)
ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୨୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୭୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୦୦ ଓ ୧୧୦ ଟଙ୍କା ବୃଦ୍ଧି ପାଇଛି।
)
ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ରେଟ୍ ରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍ ର ୧୦ ଗ୍ରାମ୍ ମୂଲ୍ୟ ୭୧,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୫୬୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୦୦ ଓ ୧୧୦ ଟଙ୍କା ବଢିଛି।
ସେହିପରି ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୫୬୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଓ ୧୧୦ ଟଙ୍କା ବୃଦ୍ଧି ପାଇଛି।
ସେହିପରି ଓଡିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୧,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୫୬୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୫୮,୧୭୦ ଟଙ୍କା ରହିଛି । ୧୮,୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୮୦,୧୦୦ ଓ ୧୧୦ ଟଙ୍କା ବଢିଛି।