Advertisement
Photo Details/zeeodisha/odisha2458488
photoDetails0hindi

Guru Gochar: ୨୦୨୫ ପର୍ଯ୍ୟନ୍ତ ଏହିସବୁ ରାଶି ଉପରେ ରହିବ ଦେବଗୁରୁ ବୃହସ୍ପତିଙ୍କ କୃପା, ରହିବନି ଧନର ଅଭାବ!

Guru Gochar: ଦେବଗୁରୁ ବୃହସ୍ପତିଙ୍କୁ ଧନ, ଜ୍ଞାନ, ପୁଣ୍ୟ, ସନ୍ତାନ ଓ ଦାନର କାରକ ବୋଲି ବିବେଚନା କରାଯାଏ। ୯ଟି ଗ୍ରହଙ୍କ ମଧ୍ୟରୁ ଦେବଗୁରୁ ବୃହସ୍ପତିଙ୍କ ସ୍ଥାନ ଖୁବ୍ ସ୍ବତନ୍ତ୍ର ଅଟେ। ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ ଚଳିତ ମାସ ୧୦ ତାରିଖରେ ପୁଣି ଥରେ ମିଥୁନ ରାଶିକୁ ଚଳନ କରିବେ। ଏବଂ ୨୦୨୫, ମେ ୧୪ ତାରିଖ ଦିନ ସେହି ରାଶିକୁ ଓଲଟା ଚଳନ କରିବେ। ତେବେ, ବୃହସ୍ପତିଙ୍କ ଏହି ଚଳନ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ବର୍ଷ ୨୦୨୫ରେ ଏ-ହି ସବୁ ରାଶିଙ୍କର କେବେବି ଧନର ଅଭାବ ହେବନି। ତେବେ, ଆସନ୍ତୁ ଜାଣିବା କେଉଁସବୁ ରାଶିଙ୍କ ପାଇଁ ୨୦୨୫ ଅତ୍ୟନ୍ତ ଶୁଭ ରହିବ।....

1/3

ମେଷ:  ବୃହସ୍ପତିଙ୍କ ଚଳନ ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ବିଶେଷକରି, ଏହି ଅବଧି ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବୃଦ୍ଧି ପାଇବ। ଯେଉଁମାନେ ପାର୍ଟନର-ସିପରେ ବ୍ୟବସାୟ କରୁଛନ୍ତି । ସେମାନେ ବ୍ୟବସାୟରେ ଅଗ୍ରଗତି କରିବା ସହ ପ୍ରଚୁର ଲାଭ ପାଇବେ। ଦିର୍ଘ ଦିନ ଧରି ପତି-ପତ୍ନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦୂର ହେବ। ଅଟକି ଥିବା ଟଙ୍କା ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ। ପ୍ରେମୀମାନଙ୍କ ପାଇଁ ସମୟ ଖୁବ୍ ଖାସ୍ ରହିବ। ବିବାହର ଯୋଗ ଫିଟିବ। ସେୟାର ବଜାରରୁ ଲାଭବାନ୍ ହେବେ।

ALSO READ: Career Horoscope: ଅକ୍ଟୋବର ୫ରେ ଶନିଦେବଙ୍କ କୃପାରୁ ଉଦୟ ହେବ ୫ ରାଶିଙ୍କ ଭାଗ୍ୟ, କ୍ୟାରିୟରକୁ ନେଇ ମିଳିବ ଖୁସି ଖବର!

ALSO READ: Shani Nakshatra Gochar 2024: ନବରାତ୍ରୀରେ ଶନିଦେବଙ୍କ ନକ୍ଷତ୍ର ପରିବର୍ତ୍ତନ, ଆଜିଠୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

2/3

ମିଥୁନ: ବୃହସ୍ପତିଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତି ମଜବୁତ୍ ରହିବ। ଏହି ସମୟ ମଧ୍ୟରେ ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ମିଳିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟରେ ପୂର୍ବ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସଫଳ ହେବେ। ଯାହାଫଳରେ ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ବ୍ୟବସାୟରେ ବୃଦ୍ଧି ଘଟିବ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ। ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍-ରେ ଯାଇପାରନ୍ତି। 

 

3/3

କୁମ୍ଭ: ବୃହସ୍ପତିଙ୍କ କୃପାରୁ ଏହି ରାଶିର ଲୋକଙ୍କ ଉପରେ ଧନବର୍ଷା କରିବେ ଦେବଗୁରୁ ବୃହସ୍ପତି।  ବିଶେଷକରି, ଅବିବାହିତ ଲୋକଙ୍କ ପାଇଁ  ବିବାହର ଯୋଗ ଫିଟିବ। କର୍ମକ୍ଷେତ୍ରରୁ କୌଣସି ପ୍ରକାର ବଡ଼ ଦାୟିତ୍ବ ମିଳିପାରେ।  ଆୟ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତିରେ ସ୍ଥିରତା ଆସିବ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହେବେ। ପାର୍ଟନରସିପରେ ଚାଲିଥିବା ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)