Mahakumbh Stampede News: ଭାଇରାଲ ହେଉଛି ମହାକୁମ୍ଭରେ ହୋଇଥିବା ଦଳାଚକଟା ସମୟରେ କିଛି ଫଟୋ

Mahakumbh Stampede News:ନୂଆଦିଲ୍ଲୀ: ଆଜି ପବିତ୍ର ମୌନୀ ଅମାବାସ୍ୟା ରହିଥିବାରୁ ତ୍ରିବେଣୀ ସଂଗମରେ ବୁଡ ପକାଇବାକୁ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଞ୍ଚିଥିଲେ। ତେବେ ମିଳିଥିବା ସୂଚନା ଅନୁଯାୟୀ ବ୍ୟାରିକେଡ ଭାଙ୍ଗିଯିବାରୁ ଏଭଳି ଲୋମଟାଙ୍କୁରା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି ସମୟର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।

Prabhudatta Moharana Jan 29, 2025, 11:03 AM IST
1/10

ଏହି ଘଟଣା ପରେ ମହାକୁମ୍ଭରେ ସଙ୍ଗମ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। 

Also Read: ଦଳାଚକଟାକୁ ନେଇ ସାଂଘାତିକ ଖୁଲାସା, ସୁରକ୍ଷା ଅଧିକାରୀ କହିଲେ ଛାତିଥରା କାହାଣୀ

2/10

ଏହି ଘଟଣା ରାତି ପ୍ରାୟ ସାଢେ ଗୋଟାଏରୁ ଦୁଇଟା ମଧ୍ୟରେ ଘଟିଥିବା ଦେଖିବାକୁ ମିଳିଛି। 

3/10

ସରକାରୀ ସ୍ତରରେ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିନଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୭ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି। 

4/10

ସେପଟେ ୫୦ରୁ ଅଧିକ ସଂଖ୍ୟାରେ ଆହତ ହୋଇଥିବା ନେଇ ସୂଚନା ରହିଛି। ଆହତମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

5/10

ଏହି ଘଟଣା ପରେ ଅନେକେ ତାଙ୍କ ସମ୍ପର୍କୀୟଙ୍କ ଠାରୁ ଦୁରେଇ ଯାଇଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି। ଏପରିକି କିଛି ନିଖୋଜ ହୋଇଯାଇଥିବାର ଖବର ମଧ୍ୟ ରହିଛି। 

6/10

ମହାକୁମ୍ଭରେ ଦଳାଚକଟା ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଆକାଂକ୍ଷା ରାଣା। 

7/10

ସେ କହିଛନ୍ତି ଯେ ସଙ୍ଗମକୁ ଯାଉଥିବା ରାସ୍ତାରେ କିଛି ପ୍ରତିବନ୍ଧକ ଭାଙ୍ଗିଯିବାରୁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। 

8/10

ସେ ଏହା ମଧ୍ୟ କହିଛନ୍ତି ଯେ କିଛି ଲୋକ ଆହତ ହୋଇଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ କାହାରି ଅବସ୍ଥା ଗୁରୁତର ନାହିଁ। ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି ଏବଂ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି।

9/10

ସେପଟେ ଏହି ଘଟଣା ପରେ ଆଖଡା ପରିଷଦର ସହମତି କ୍ରମେ ଆଜି ମୌନୀ ଅମାବାସ୍ୟାରେ ପବିତ୍ର ସ୍ନାନକୁ ବାତିଲ କରିଦିଆଯାଇଛି। 

10/10

ସମସ୍ତ ୧୩ଟି ଆଖଡ଼ାର ସମ୍ମତି ପରେ ପବିତ୍ର ସ୍ନାନ ବାତିଲ କରାଯାଇଥିଲା। ଏବେ ବସନ୍ତ ପଞ୍ଚମୀରେ ସମାନ ସ୍ନାନ ହେବ। ଏହା ସହିତ ଆଖଡ଼ା ପରିଷଦ ମଧ୍ୟ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛି ଏବଂ ଭକ୍ତମାନଙ୍କୁ ସହଯୋଗ ପାଇଁ ନିବେଦନ କରିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link