Shani Gochar 2025: ୨୦୨୫ରେ ଏସବୁ ରାଶି ଉପରେ ପ୍ରସନ୍ନ ରହିବେ ଶନିଦେବ, ହେବ ଧନବର୍ଷା ସହ ମିଳିବ ଖୁସି ଖବର
Shani Dev Rashi Parivartan in 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ,ଶନିଙ୍କୁ ସବୁଠାରୁ ନିଷ୍ଠୁର ଗ୍ରହ ବୋଲି ବିବେଚନା କରାଯାଏ। ନବଗ୍ରହଙ୍କ ମଧ୍ୟରୁ ଶନିଙ୍କ ଗତି ସବୁଠୁ ମନ୍ଥର। ଏହିକ୍ରମରେ ଶନିଦେବ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫, ମାର୍ଚ୍ଚ ୨୯ ତାରିଖରେ ମୀନ ରାଶିକୁ ଚଳନ କରିବେ। ଜାତକ ବା ରାଶିରେ ଶନିଙ୍କ ସ୍ଥିତି ମଜବୁତ୍ ଥିଲେ। ବ୍ୟକ୍ତି ଜୀବନରେ ଧନୀ ହେବା ସହିତ ଐଶ୍ବର୍ଯ୍ୟ ପ୍ରାପ୍ତ କରିଥାଏ। ଶନିଙ୍କ ଏହି ଚଳନ କିଛି ରାଶି ପାଇଁ ବରଦାନ ପାଲଟିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ...
ବୃଷ: ଶନିଙ୍କ ରାଶି ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଆର୍ଥିକ ସ୍ଥିତି ମଜବୁତ୍ ରହିବ। କ୍ୟାରିୟରରେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହ ଦରମା ବଢିବ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। ବ୍ୟବସାୟୀମାନେ ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିବେ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ଲୋକଙ୍କ ଆଶା ପୂରଣ ହେବ। ପୁରୁଣା ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବେ। ବନ୍ଧୁ-ବାନ୍ଧବଙ୍କ ସହ ଥିବା ବିବାଦ ଦୂର ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ALSO READ: Gold Rate Today: ନୂଆ ସୁନାଦର ଜାରି, ଭୁବନେଶ୍ବରରେ ୧୦ ଗ୍ରାମ୍-କୁ ରହିଛି ମାତ୍ର ଏତିକି ଟଙ୍କା
ମିଥୁନ: ଶନି ରାଶି ପରିବର୍ତ୍ତନ ଏହି ରାଶିକୁ ଧନବାନ୍ କରିବ। ଦିର୍ଘ ଦିନ ଧରି ଲାଗି ରହିଥିବା ଟଙ୍କା-ପଇସାର ଅଭାବ ଦୂର ହେବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ଚାକିରି ଅନୁସନ୍ଧାନରେ ଥିବା ଲୋକେ କୌଣସି ଭଲ ସଂସ୍ଥାରୁ ଚାକିରି ନେଇ ଅଫର ଲେଟର ପାଇବେ। ଆମଦାନୀ-ରପ୍ତାନୀ ବ୍ୟବସାୟ କରୁଥିବା ଲୋକେ ବାଣିଜ୍ୟ-ବେପାରରେ ଦ୍ବି-ଗୁଣିତ ଲାଭ ପାଇବେ। କ୍ଷତି ସହୁଥିବା ବ୍ୟବସାୟୀଙ୍କ ସ୍ଥିତିରେ ପରିବର୍ତ୍ତନ ଆସିବ। ନିଜ ପରିବାର ଲୋକେଙ୍କ ସହ କୌଣସି ଦୂରସ୍ଥାନକୁ ଯାତ୍ରା କରିବେ। ଆୟ-ବ୍ୟୟ ସମାନ ରହିବ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି -ଖବର ପାଇବେ। ପ୍ରେମୀମାନେ ନିଜ ସାଥୀଙ୍କ ଠାରୁ ବିବାହ ପ୍ରସ୍ତାବ ପାଇବେ।
ମକର: ମକର ରାଶିର ଗ୍ରହ ଅଧିପତି ହେଉଛନ୍ତି ଶନି। ଫଳରେ ଏହି ରାଶିର ଚାଲିଥିବା ଶନି-ସାଡେ-ସାତୀରୁ ମୁକ୍ତି ପାଇବେ। ଫଳରେ ଜୀବନରେ ଦିର୍ଘ ଦିନ ଧରି ଚାଲିଥିବା ସମସ୍ୟା ଶେଷ ହେବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବା ସହ ବ୍ୟବସାୟରେ ଅଗ୍ରଗତି କରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ସେୟାର ମାର୍କେଟ୍ ଓ ଲଟେରୀରୁ ପ୍ରଚୁର ଟଙ୍କା ରୋଜଗାର କରିବେ। ପରିବାର ସହିତ ଧାର୍ମିକ ଯାତ୍ରାରେ ଯିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପିତାମାତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ଝଡ଼ ଥମିଯିବ। (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)