PIB Fact check : ଯଦି ଆପଣ ମଧ୍ୟ ଚାକିରି କରନ୍ତି ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। କର୍ମଚାରୀଙ୍କୁ ଶ୍ରମ ମନ୍ତ୍ରଣାଳୟ ଲକ୍ଷେ ୫୫ ହଜାର ଟଙ୍କାର ସୁବିଧା ଦେଉଛି କି ...? ଆଜିକାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ନିକଟରେଏକ ପୋଷ୍ଟରେ ଦାବି କରାଯାଇଛି ଯେ, ପୁରୁଣା ଚାକିରିଆଙ୍କୁ ଶ୍ରମ ମନ୍ତ୍ରଣାଳୟ ଲକ୍ଷ ଲକ୍ଷ ଟଙ୍କାର ସୁବିଧା ପ୍ରଦାନ କରୁଛନ୍ତି। ତେବେ PIB ପକ୍ଷରୁ ଏହି ଭଳି ଦାବିର Fact check କରାଯାଇଛି।


COMMERCIAL BREAK
SCROLL TO CONTINUE READING

କର୍ମଚାରୀଙ୍କୁ ଲକ୍ଷେ ଟଙ୍କାର ସୁବିଧା ଦାବି କରାଯାଇଥିବା ଭାଇରାଲ୍ ପୋଷ୍ଟ ଦେଖିବା ପରେ PIB ଏହାକୁ ଫ୍ୟାକ୍ଟ-ଚେକ୍ କରିଛି। ଫଳରେ ଭାଇରାଲ୍ ପୋଷ୍ଟର ସତ୍ୟତା ଜାଣିବାକୁ ମିଳିଛି। PIB Fact check ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ବିଷୟରେ ସୂଚନା ଦେଇଛି। PIB କହିଛି ଯେ, ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁଠି ଦାବି କରାଯାଇଛି ଯେ, ୧୯୯୦ରୁ ୨୧ ମଧ୍ୟରେ ଚାକିରି କରୁଥିବା କର୍ମଚାରୀମାନଙ୍କୁ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଲକ୍ଷେ ୫୫ ହଜାର ଟଙ୍କାର ସୁବିଧା ଦିଆଯାଉଛି।


Also Read: ଏଥର ଶୀତଳଷଷ୍ଠୀରେ ନିଆଁ ଲଗାଇଲେ ନୀଳ ଜିନ୍ସୱାଲି ରୂପସୀ!


କିନ୍ତୁ PIB Fact check କହିଛି ଯେ, ଏହି ପୋଷ୍ଟର ଦାବି ସଂପୂର୍ଣ୍ଣ ମିଥ୍ୟା। ମନ୍ତ୍ରଣାଳୟ ପକ୍ଷରୁ ସେପରି କୌଣସି ନୋଟିଫିକେନସନ ଦିଆଯାଇ ନାହିଁ। ଫ୍ୟାକ୍ଟ ଚେକ୍ ପରେ PIB ଭାଇରାଲ ପୋଷ୍ଟକୁ ସମ୍ପୂର୍ଣ୍ଣ ନକଲି ବୋଲି କହିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟ ପ୍ରତି ସମସ୍ତେ ସାବଧାନ ହେବା ଉଚିତ ବୋଲି PIB କହିବା ସହ ଲୋକଙ୍କୁ ଏପରି ମସେଜ ସେୟାର ନକରିବାକୁ ପରାମର୍ଶ ଦେଇଛି। 


 



ଯଦି ଏପରି କୌଣସି ବାର୍ତ୍ତା ଆପଣଙ୍କ ନିକଟକୁ ଆସେ, ତେବେ ଆପଣ ଏହାର ସତ୍ୟତା ଜାଣିବା ପାଇଁ ଏକ ଫ୍ୟାକ୍ଟ ଚେକ୍ କରିପାରିବେ। ଆପଣ PIB ମାଧ୍ୟମରେ ଫ୍ୟାକ୍ଟ ଯାଞ୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ଅଫିସିଆଲ୍ ଲିଙ୍କ୍ https://factcheck.pib.gov.in/ ଭିଜିଟ୍ କରିବାକୁ ପଡିବ। ଏହା ବ୍ୟତୀତ, ଆପଣ ଭିଡିଓକୁ ହ୍ୱାଟସ୍ ଆପ୍ ନମ୍ବର +918799711259 କିମ୍ବା ଇମେଲ୍: pibfactcheck@gmail.com କୁ ପଠାଇ ପାରିବେ।