PM Kisan 14th Instalment: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  (PM  Modi)ଗତକାଲି ରାଜସ୍ଥାନର ସିକରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ (PM Kisan Samman Nidhi Yojana 2023) ପିଏମ କିଷାନ ସମ୍ମାନ ଯୋଜନାର (PM Kisan Samman Nidhi Yojana 2023) ରାଶି ଉନ୍ମୋଚନ କରିଛନ୍ତି । ଏହି ଅବସରରେ  ପିଏମ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ହଜାର କୋଟି ଟଙ୍କା ୮.୫ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି। ପ୍ରତ୍ୟକ ଚାଷୀଙ୍କ ଆକାଉଣ୍ଟକୁ ଗତକାଲି ୨ ହଜାର ଟଙ୍କା ଲେଖାଏଁ  ଟ୍ରାନ୍ସଫର କରାଯାଇଛି ।  କିନ୍ତୁ ଏହି ୧୪ ତମ କିସ୍ତି ଟଙ୍କା କିଛି ଚାଷୀଙ୍କ ଆକାଉଣ୍ଟକୁ ଯାଇନାହିଁ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। 


COMMERCIAL BREAK
SCROLL TO CONTINUE READING

Also Read: PM Kisan Samman Nidhi Yojana 2023: ଆଜି ଏହି ସମୟରେ ଚାଷୀଙ୍କୁ ମିଳିବ ଖୁସି ଖବର, ଆକାଉଣ୍ଟକୁ ଯିବ ଏତିକି ହଜାର ଟଙ୍କା


Also Read: Gold and Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର! ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର ନୂଆ ଦର


ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ନ ଯିବାର ଏହି ସବୁ ବଡ଼ କାରଣ ହୋଇପାରେ:


ପିଏମ କିଷାନ ସମ୍ମାନ ଯୋଜନା (PM Kisan Yojana) ରେ ରେଜିଷ୍ଟେସନ କରିବା ସମୟରେ ଆପଣ କୌଣସି ତ୍ରୃଟି କରି ଥାଇପାରନ୍ତି।  ନାଁ ପଞ୍ଜିକରଣ କଲାବେଳେ ଆପଣ କୌଣସି ସୂଚନା ପୂରଣ କରିବାରେ ଭୁଲ କରି ଥାଇପାରନ୍ତି , ଆପଣ ଠିକଣା କିମ୍ବା ଭୁଲ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇଥାଇପାରନ୍ତୁ । ଏବଂ (NPCI)ରେ  ଆଧାର  ନମ୍ବର ନ ଦେବା ,ପବ୍ଲିକ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (PFMS) କିମ୍ବା (KYC) କେଓ୍ବାଇସି ଫର୍ମ ଠିକ୍ ଭାବେ ପୁରଣ ନ କରିବା କାରଣରୁ ଆପଣଙ୍କ ଟଙ୍କା ଅଟକି ଥାଇପାରେ। 



ଆପଣଙ୍କ ଟଙ୍କା ଆସିଛି କି ନାହିଁ, ଅନଲାଇନରେ ଏମିତି ଯାଞ୍ଚ କରନ୍ତୁ:
ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି କି ନାହିଁ ଜାଣିବା ପାଇଁ ଅଫିସିଆଲ୍ ୱେବସାଇଟ୍ (pmkisan.gov.in) ପିଏମ୍ କିଶାସ୍ ଡଟ୍ ଗଭମେଣ୍ଟ ଡଟ୍ ଇନ୍ ସାଇଟକୁ ଯାଆନ୍ତୁ। ପରେ କମ୍ୟୁଟକ ସ୍କ୍ରିନର କନରରେ ଥିବା ଏକ ସିମ୍ବଲ ଉପରେ କ୍ଲିକ୍ କରନ୍ତୁ । ସେଠାରେ ଆପଣ ନିଜର ଆଧାର ନମ୍ବର, ଆକାଉଣ୍ଟ ନମ୍ବର ଏବଂ ଫୋନ୍ ନମ୍ବରର ଦେଇ ଲଗିନ୍ କରନ୍ତୁ । ପରେ ଆପଣ ଚେକ୍ କରିପାରିବେ ଯେ, ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ନା ନାହିଁ। ଏହିପରି ଭାବରେ ଆପଣ ପିଏମ କିଷାନ ସମ୍ମାନ ଯୋଜନାର ତଥ୍ୟ ପାଇପାରିବେ। ଏବଂ ଜାଣିପାରିବେ ଆପଣଙ୍କ ଆକାଉଣ୍ଟକୁ ୧୪ ତମ ଇନଷ୍ଚଲମେଣ୍ଟ ଟଙ୍କା ଆସିଛି କି ନାହିଁ।


୮.୫  କୋଟି କୃଷକ ପିଏମ କିଷାନ ଯୋଜନାରେ ଗତକାଲି ୧୪ ତମ କିସ୍ତି ପାଇଛନ୍ତି। ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ଗୋଟିଏ ବର୍ଷରେ ୬,୦୦୦ ଟଙ୍କା ଦିଆଯାଇଥାଏ । ଏହି ଯୋଜନା ତିନୋଟି କିସ୍ତିରେ ହିତାଧିକାରୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ମିଳିଥାଏ । ୧୩ତମ କିସ୍ତିରେ ହିତାଧିକାରୀଙ୍କ ଆକାଉଣ୍ଟକୁ ୮ କୋଟି ୨ ଲକ୍ଷ ଟଙ୍କା ଯାଇଥିଲା। ୨୦୨୩ ଫେବ୍ରୁଆରି ୨୭ରେ ବେଲଗାଭିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୬,୮୦୦ କୋଟି ଟଙ୍କା ପଠାଇ ଥିଲେ ।ସେହିପରି ଦ୍ୱାଦଶ କିସ୍ତି ରେ ଦେଶର ହିତାଧିକାରୀଙ୍କ ଆକାଉଣ୍ଟକୁ  ଆଠ କୋଟିରୁ ଅଧିକ ଟଙ୍କା ଯାଇଥିବା ବେଳେ ଏକାଦଶ କିସ୍ତିରେ ୧୦ କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇଥିଲା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ହେଉଛି ଏକ କେନ୍ଦ୍ରୀୟ ଯୋଜନା ଯାହା ଫେବୃଆରୀ ୨୦୧୯ ରେ ଚାଷୀଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଆରମ୍ଭ କରାଯାଇଥିଲା।