PM Kisan Yojana: ନୂଆଦିଲ୍ଲୀ: ଚାଷୀଙ୍କୁ ମିଳୁଥିବା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ (Kisan Samman Yojna) ଯୋଜନାର ୧୩ତମ କିସ୍ତି ଗତ ମାସରେ ଜମା ହୋଇଛି। ଏବେ ୧୪ତମ କିସ୍ତି ପାଇଁ ଚାଷୀମାନେ ଅପେକ୍ଷାରେ ରହିଛନ୍ତି। ତେବେ ୧୪ତମ କିସ୍ତିକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। କୁହାଯାଉଛି କି ଚାଷୀଙ୍କୁ ୧୪ତମ କିସ୍ତି ବାବଦରେ ଧାର୍ଯ୍ୟ ରାଶିଠାରୁ ଅଧିକ ଅର୍ଥ ମିଳିବ। ଯଦିଓ ଏହି ବର୍ଦ୍ଧିତ ରାଶି ସମସ୍ତ ଚାଷୀଙ୍କୁ ମିଳିବ ନାହିଁ। ଯେଉଁମାନଙ୍କୁ ଏହି ରାଶି ମିଳିବ ସେମାନଙ୍କୁ ମଧ୍ୟ କିଛି କାମ କରିବାକୁ ହେବ। 


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଫେବୃଆରୀ ମାସ ୨୭ ତାରିଖରେ ଚାଷୀଙ୍କ ଖାତାରେ ୧୩ତମ କିସ୍ତି ଜମା କରିଛନ୍ତି। ଅଧିକାଂଶ ଚାଷୀ ୨ ହଜାର ଟଙ୍କା ଜମା ହୋଇଛି। କିନ୍ତୁ ଅଧିକାଂଶ ଚାଷୀଙ୍କ ଖାତାକୁ ଏହି ଟଙ୍କା ଯାଇନଥିଲା। ତେବେ ଏହି ଚାଷୀଙ୍କ ପାଇଁ ଆଶ୍ୱସ୍ତିକର ସୂଚନା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ଯୋଜନାରେ ପଞ୍ଜିକୃତ ହୋଇଥିବା ଚାଷୀମାନଙ୍କୁ ୧୩ତମ କିସ୍ତିର ଅର୍ଥ ନିଶ୍ଚିତ ମିଳିବ। କିନ୍ତୁ ସେମାନଙ୍କୁ କିଛି କାମ କରିବାକୁ ହେବ। 


ଯଦି ଏହି ଚାଷୀମାନେ ପଞ୍ଜିକରଣ ସମୟରେ କିଛି ଭୁଲ ତଥ୍ୟ ପ୍ରଦାନ କରିଥାନ୍ତି, ତେବେ ତାହାକୁ ଯଥା ଶୀଘ୍ର ସୁଧାରି ନିଅନ୍ତୁ। ସେହିପରି ଯଦି ଆପଣଙ୍କ ତରଫରୁ କିଛି ଭୁଲ ହୋଇନାହିଁ ତେବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏହାପରେ ଆପଣ କେଓ୍ୱାଇସି ମଧ୍ୟ ଚେକ କରିନିଅନ୍ତୁ। ଇ-କେଓ୍ୱାସି ହୋଇଛି କି ନାହିଁ ତାହା ମଧ୍ୟ ଆପଣ ସୁନିଶ୍ଚିତ ହୋଇ ଯାଆନ୍ତୁ। ଯଦି ଇ-କେଓ୍ୱାଇସି ହୋଇନାହିଁ ତେବେ ତୁରନ୍ତ କରାଇନିଅନ୍ତୁ। କାରଣ ପିଏମ କିସାନ ଯୋଜନାର ଲାଭାର୍ଥୀ ହେବାପାଇଁ ଇ-କେଓ୍ୱାସି ଭରିବାର ଆବଶ୍ୟକ ନିତ୍ୟାନ୍ତ ଜରୁରୀ। ଏହା ବ୍ୟତୀତ ଘରେ ବସି ଆପଣ ଇ କେଓ୍ୱାସୀ ମଧ୍ୟ ଭରିପାରିବେ। ପିଏମ କିସାନ ଯୋଜନାର ସରକାରୀ ଓ୍ୱେବସାଇଟ pmkisan.gov.inରେ ଲଗ ଇନ କରି ଇ-କେଓ୍ୱାସୀ ଭରିପାରିବେ। 


ଏହା ବ୍ୟତୀତ, ଆପଣଙ୍କର ପ୍ଲଟଗୁଡିକର ଯାଞ୍ଚ ଏବଂ ଜମି ବିହନ କରାଯାଇଛି କି ନାହିଁ ଯାଞ୍ଚ କରନ୍ତୁ। ଏହିସବୁ କାରଣରୁ ଯୋଗ୍ୟ କୃଷକମାନେ ମଧ୍ୟ ୧୩ତମ କିସ୍ତି ପାଇବାରେ ସକ୍ଷମ ହୋଇନାହାଁନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଯଦି ଆପଣ ଏହି ସବୁ ଜିନିଷ ଠିକ୍ କରନ୍ତି, ତେବେ ପିଏମ କିସାନ ଯୋଜନାର ପରବର୍ତ୍ତୀ କିସ୍ତି ସହିତ, ପୂର୍ବ କିସ୍ତିର ୨ ହଜାର ଟଙ୍କା ମଧ୍ୟ ଆପଣଙ୍କ ଆକାଉଣ୍ଟରେ ଆସିବ। ତାହା ହେଉଛି, ୧୪ତମ କିସ୍ତି ସମୟରେ ଆପଣ ୪ ହଜାର ଟଙ୍କା ପାଇବେ।


Also Read: 7th Pay Commission DA Hike: କେନ୍ଦ୍ର କର୍ମଚାରୀଙ୍କୁ ଆଜି ଉପହାର ଦେବେ ମୋଦି ସରକାର, ସିଧାସଳଖ ୨୭,୦୦୦ ଟଙ୍କା ବଢ଼ିବ ଦରମା!


Also Read: Old Pension Scheme: ଆଉ ଏକ ବିଜେପି ଶାସିତ ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ଯୋଜନା! ସରକାର ନେଲେ ଏହି ବଡ଼ ପଦକ୍ଷେପ