ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର କୋଟି କୋଟି କୃଷକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରେ ୧୦୯ ଟି ଉଚ୍ଚ ଅମଳକ୍ଷମ, ଜଳବାୟୁ ଅନୁକୂଳ ଏବଂ ଜୈବ-ପ୍ରତିରୋଧକ ପ୍ରକାର ଫସଲ ପାଇଁ ବିହନ ରିଲିଜ୍ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀ ମୋଦୀ ମୋଟ ୬୧ ଟି ଫସଲର ୧୦୯ ପ୍ରକାର ବିହନ ରିଲିଜ୍ କରିଥିଲେ, ଯେଉଁଥିରେ ୩୪ ଟି କୃଷି ଜାତୀୟ ଫସଲ ଏବଂ ୨୭ ଟି ଉଦ୍ୟାନ ଜାତୀୟ ଫସଲ ଅନ୍ତର୍ଭୁକ୍ତ ରହିଛି । ଚାଷ ହୋଇଥିବା ଫସଲ ମଧ୍ୟରେ ଗହମ, ଚାରା ଫସଲ, ତୈଳବୀଜ, ଡାଲି, ଆଖୁ, କପା ସମେତ ଅନ୍ୟାନ୍ୟ ଫସଲର ବିହନ ରିଲିଜ୍ କରାଯାଇଛି । ଉଦ୍ୟାନ କୃଷି ଫସଲରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ମସଲା, ଫୁଲ ଏବଂ ଔଷଧୀୟ ଫସଲ ରହିଛି ।


ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା କୃଷି ଏବଂ କୃଷକଙ୍କ ହିତ ପାଇଁ ବିଭିନ୍ନ ପ୍ରକାରର ପଦକ୍ଷପ ହାତକୁ ନେଉଛନ୍ତି । ଜଳବାୟୁ ହିସାବରେ କିପରି ଚାଷ କରାଯିବା ସହ ଅଧିକ ଫସଲ ଅମଳ ହେବ ସେଥିପ୍ରତି ପ୍ରଧାନମନ୍ତ୍ରୀଙ୍କର ଗୁରୁତ୍ୱ ରହିଆସିଛି । ଭାରତକୁ ପୁଷ୍ଟିହୀନତା ମୁକ୍ତ କରିବା ପାଇଁ ମିଡ୍ ଡେ ମିଲ୍, ଅଙ୍ଗନୱାଡି ଇତ୍ୟାଦି ମାଧ୍ୟମରେ ଅନେକ ସରକାରୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରଧାନମନ୍ତ୍ରୀ ବିଶେଷ ଭାବେ କହିଛନ୍ତି ଯେ, କୃଷି କ୍ଷେତ୍ରରେ ନିଆଯାଇଥିବା ଏହି ପଦକ୍ଷେପ ଗୁଡିକ ଦେଶର କୋଟି କୋଟି କୃଷକମାନଙ୍କୁ ଭଲ ରୋଜଗାର ପ୍ରଦାନ କରିବ । ଏଥିସହ ଚାଷୀଙ୍କୁ ନୂତନ ଉଦ୍ୟୋଗୀ ହେବା ପାଇଁ ସୁଯୋଗ ଯୋଗାଇବ । ୧୦୯ଟି ଉଚ୍ଚ ଅମଳକ୍ଷମ କିସମ ରିଲିଜ୍ କରିବାର ଏହି ପଦକ୍ଷେପ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଅବସରରେ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ନୂତନ ଫସଲ କିସମ ଚାଷୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ କାରଣ ଏହା କମ୍ ଖର୍ଚ୍ଚରେ ଅଧିକ ଲାଭ ପ୍ରଦାନ କରିବ । ଏଥିସହ ଏହା ପରିବେଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ । ଏହି ନୂତନ ଫସଲ କିସମର ବିକାଶ ପାଇଁ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ ପିଏମ ମୋଦୀ ।


ବୈଜ୍ଞାନିକମାନେ କହିଛନ୍ତି ଯେ, ଅବ୍ୟବହୃତ ଫସଲକୁ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦେଇଥିବା ପରାମର୍ଶ ଅନୁଯାୟୀ ସେମାନେ କାର୍ଯ୍ୟ କରୁଛନ୍ତି। କୃଷକମାନଙ୍କ ସୁବିଧା ବିଷୟକୁ ଧ୍ୟାନରେ ରଖି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ମାସରେ ନୂତନ କିସମ ପ୍ରସ୍ତୁତ କରାଯିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାର ଗୁରୁତ୍ୱ ବିଷୟରେ ଦେଶର ଚାଷୀମାନଙ୍କ ନିକଟରେ ସଠିକ୍ ସୂଚନା ରହିବା ଆବଶ୍ୟକ ।


Also Read- Rahu Gochar: ରାହୁଙ୍କ ରାଶି ପରିବର୍ତ୍ତନ ବଦଳାଇଦେବ ୩ ରାଶିର ଆର୍ଥିକ ସ୍ଥିତି


Also Read- ବାଂଲାଦେଶୀ ବୁଲା ବିକାଳୀଙ୍କ ଉପରେ ହେବ ଆକ୍ସନ, ପରିଚୟ ନଥିଲେ ଓଡ଼ିଶାରୁ ବିଦା !