Powerful Tornado Devastation in US: ଯୁକ୍ତରାଷ୍ଟ୍ର ଆମେରିକାର ନେବ୍ରାସ୍କା ରାଜ୍ୟର ତାଣ୍ଡବ ରଚିଛି ଏକ ଶକ୍ତିଶାଳୀ ଘୂର୍ଣ୍ଣିବଳୟ। ଯାହାର ଅନେକ ଭିଡି଼ଓ ଏବେ ସୋସିଆଲ ମିଡିଆ ଦ୍ୱାରା ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଘୂର୍ଣ୍ଣିବଳୟ କେତେ ଶକ୍ତିଶାଳୀ ତାହା ଦେଖିବାକୁ ମିଳୁଛି। ଘୂର୍ଣ୍ଣିବଳୟ ଧକ୍କା ହେବା ପରେ ସବୁକିଛି ଆକାଶରେ ଉଡୁଥିବା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନେବ୍ରସ୍କା ସ୍ଥିତ ଲିଙ୍କନ୍ ହାଇୱେ ଠାରେ ତାଣ୍ଡବ ରଚିଥିବା ଘୂର୍ଣ୍ଣିବଳୟ ସହ ଜଡି଼ତ ଏକ ଭିଡ଼ିଓ କ୍ଲିପ୍ ସେୟାର କରିଛନ୍ତି। ଯେଉଁ ଭିଡିଓ ତାଙ୍କ କାର ଭିତରେ ସୁଟିଂ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଯେଉଁଥିରେ ଦେଖିବାକୁ ମିଳିଛି ଯେ ଘୂର୍ଣ୍ଣିବଳୟ କାରଣରୁ ଏକ ଟ୍ରଲର ଓଲଟି ଯାଇଛି। ଭିଡିଓ ସୁଟିଂ କରୁଥିବା ବ୍ୟକ୍ତି ଟ୍ରଲର ଓଲଟି ଯାଇଥିବା ନେଇ ଦେଖିବା ମାତ୍ରେ ସେ ତାଙ୍କ କାର ଅଟକାଇ ତୁରନ୍ତ ଅଟକାଇ ଦେଇଥିଲେ। ଏହା ପରେ ସେ  ଟ୍ରଲର ଆଡ଼କୁ ଦୌଡ଼ିଯାଇ ଏହି ଗାଡ଼ିରେ ବସିଥିବା ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସୌଭାଗ୍ୟବଶତଃ ଘୂର୍ଣ୍ଣିବଳୟ କାରଣରୁ ଓଲଟି ଯାଇଥିବା ଟ୍ରଲର ଡ୍ରାଇଭର ଆହତ ହୋଇନାହାଁନ୍ତି।



ନେବ୍ରସ୍କା ସ୍ଥିତ ଲିଙ୍କନ୍ ହାଇୱେ ଠାରେ ଘୂର୍ଣ୍ଣିବଳୟ ପ୍ରଭାବରୁ ବର୍ତ୍ତି ପାରିନଥିଲା ଏକ ଶିଳ୍ପ ପ୍ରତିଷ୍ଠାନର ଛାତ। ଲେଙ୍କେଷ୍ଟର କାଉଣ୍ଟି ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଛାତ ଭୁଷୁଡ଼ି ପଡ଼ିବା ପରେ ପ୍ରାୟ ୭୦ ଜଣ ଲୋକ ଏହା ଭିତରେ ରହିଥିଲେ। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି।


Also Read: US Tornado Viral Video: ଶକ୍ତିଶାଳୀ ଘୂର୍ଣ୍ଣିବଳୟ ତାଣ୍ଡବରେ କମ୍ପିଉଠିଲା ଆମେରିକା; ରାଜରାସ୍ତାରେ ଓଲଟିଗଲା ଟ୍ରଲର


ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ପାଣିପାଗ ସେବା ଦ୍ୱାରା ସମଗ୍ର ଦେଶରେ ୭୦ କିମ୍ବା ଏହା ଠାରୁ ଅଧିକ ଘୂର୍ଣ୍ଣିବଳୟ ରେକର୍ଡ କରିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ନେବ୍ରାସ୍କା ରାଜ୍ୟର ଓମାହା ପରିବହନ ସ୍ଥଳ ଚାରିପାଖରେ ଏହାର ତାଣ୍ଡବ ଦେଖାଇଥିଲା। ନେବ୍ରାସ୍କା ରାଜ୍ୟରେ ଘୂର୍ଣ୍ଣିବଳୟ କାରଣରୁ ପ୍ରାୟ ୧୧ ହଜାର ଘର ବିଦ୍ୟୁତ ସଂଯୋଗ ହରାଇଛି। କେତେବେଳେ ଘୂର୍ଣ୍ଣିବଳୟ ଆସିବ ତାହା ପୂର୍ବାନୁମାନ କରିବା କଷ୍ଟକର। ବାରମ୍ବାର ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଆମେରିକାରେ ତାଣ୍ଡବ ରଚିଥାଏ। ବିଶେଷ କରି ଦେଶର କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାଗରେ ଘୂର୍ଣ୍ଣିବଳୟ ତାଣ୍ଡବ ଦେଖିବାକୁ ମିଳିଥାଏ।