Flight Cancellation News: ବାତିଲ ହେଲା ବିମାନ ଉଡ଼ାଣ, ଚାରିଆଡେ ମାଡ଼ି ଆସିଲା ଅନ୍ଧାର, ଘରର ଲାଇଟ୍ ହୋଇଗଲା ବନ୍ଦ, ସ୍କୁଲ ମଧ୍ୟ ହେଲା ବନ୍ଦ, ଜାଣନ୍ତୁ କାହିଁକି
Advertisement
Article Detail0/zeeodisha/odisha1816078

Flight Cancellation News: ବାତିଲ ହେଲା ବିମାନ ଉଡ଼ାଣ, ଚାରିଆଡେ ମାଡ଼ି ଆସିଲା ଅନ୍ଧାର, ଘରର ଲାଇଟ୍ ହୋଇଗଲା ବନ୍ଦ, ସ୍କୁଲ ମଧ୍ୟ ହେଲା ବନ୍ଦ, ଜାଣନ୍ତୁ କାହିଁକି

Storm in USA: ଭୟାନକ ଝଡ଼ କାରଣରୁ ଆମେରିକାରେ ପ୍ରାୟ ୧ ହଜାରରୁ ଅଧିକ ବିମାନ ଉଡ଼ାଣ ବାତିଲ କରି ଦିଆଯାଇଛି। ସେହିପରି ପ୍ରାୟ ୧୫ ହଜାର ଲୋକ ଏବେ ଝଡ଼ କାରଣରୁ ବିଜୁଳି ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି।

Flight Cancellation News: ବାତିଲ ହେଲା ବିମାନ ଉଡ଼ାଣ, ଚାରିଆଡେ ମାଡ଼ି ଆସିଲା ଅନ୍ଧାର, ଘରର ଲାଇଟ୍ ହୋଇଗଲା ବନ୍ଦ, ସ୍କୁଲ ମଧ୍ୟ ହେଲା ବନ୍ଦ, ଜାଣନ୍ତୁ କାହିଁକି

Flight Cancellation in USA: ସଦ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଶକ୍ତିଶାଳୀ ଝଡ଼ର ପ୍ରଭାବ ଅନୁଭୂତ ହୋଇଛି। ଯେଉଁଥିପାଇଁ ଦେଶରେ ହଜାର ହଜାର ବିମାନ ବାତିଲ କରି ଦିଆଯାଇଛି। କେବେଳ ସେତିକି ନୁହେଁ ଝଡ଼ର ପ୍ରଭାବକୁ ନଜରରେ ରଖି ବିଦ୍ୟୁତ ଯୋଗାଣ ବନ୍ଦ କରି ଦିଆଯାଇଛି। ରାଜଧାନୀ ୱାଶିଂଟନରେ ସ୍କୁଲ ବନ୍ଦ ରହିଛି। ଲୋକଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି। ସୋମବାର ଆମେରିକାରେ ଘୂର୍ଣ୍ଣିବଳୟ ସମେତ ଭୟଙ୍କର ଝଡ଼ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଗତକାଲି ସନ୍ଧ୍ୟା ପାଞ୍ଚଟା ପରେ ରାଜଧାନୀ ୱାଶିଂଟନ୍ (US Capital Washington) ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଥିଲା। ଆକାଶ ଧିରେ ଧିରେ ଧୂସର ହୋଇଯାଇଥିଲା। ଏଭଳି ଖରାପ ପରିସ୍ଥିତି ମଧ୍ୟରେ ସ୍ଥାନୀୟ ଲୋକଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରାତି ନଅଟା ପର୍ଯ୍ୟନ୍ତ ଗ୍ରେଟର ଡିସି (Greater Washington DC Area ) ଅଞ୍ଚଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ (National Weather Service USA) ଘୂର୍ଣ୍ଣିବଳୟ (Tornado) ଅନୁଭୂତ ହେବା ନେଇ ଚେତାବନୀ ଜାରି କରାଯାଛି। ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ନେଇ ସତର୍କ ସୂଚନା ଜାରି ହୋଇଥିଲା। ଏନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ଝଡ଼ର ପ୍ରଭାବ (Storm Alert USA) ଦୂର ଦୂରାନ୍ତ ଅଞ୍ଚଳରେ ଅନୁଭୂତ ହୋଇପାରେ।

ରଦ୍ଦ ହୋଇଥିଲା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗସ୍ତ 
ଆମେରିକା ପାଣିପାଗ ଏଜେନ୍ସି (USA Weather Agency) ଟେନେସି ଠାରୁ ନ୍ୟୁୟର୍କ ପର୍ଯ୍ୟନ୍ତ ୧୦ ରାଜ୍ୟରେ ଘୂର୍ଣ୍ଣିବଳୟ ଅନୁଭୂତ ହେବା ନେଇ ଚେତାବନୀ ଜାରି କରିଥିଲା। ଫ୍ଲାଇଟ୍ଆୱେର (Flightaware) ତଥ୍ୟକୁ ଦର୍ଶାଇ ନ୍ୟୁଜ ଏଜେନ୍ସି ଏପି ରିପୋର୍ଟ କରିଛି ଯେ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ପ୍ରାୟ ୧ ହଜାରରୁ ଅଧିକ ଆମେରିକୀୟ ବିମାନ ବାତିଲ କରି ଦିଆଯାଇଥିଲା। ସେହିପରି ୫ ହଜାରରରୁ ଅଧିକ ବିମାନ ଉଡ଼ାଣ ବିଳମ୍ବିତ ହୋଇଥିଲା। ରବିବାର ଝ଼ଡ କାରଣରୁ ହାର୍ଟସଫିଲ୍ଡ-ଜ୍ୟାକସନ ଆଟଲାଣ୍ଟା ଅନ୍ତର୍ଜାତୀୟ ବିମାନବନ୍ଦରରେ ବହୁ ସଂଖ୍ୟକ ବିମାନ ଉଡ଼ାଣ ବାତିଲ (Flight Cancellation in US) କରାଯାଇଥିଲା। ରାଷ୍ଟ୍ରପତି ଜୋ ବିଡେନଙ୍କ (US President Joe Biden) ଚାରି ଦିନିଆ ଗସ୍ତକୁ ମଧ୍ୟ ତାଙ୍କ କାର୍ଯ୍ୟାଳୟ ହ୍ୱାଇଟ ହାଉସ (White House) ବାତିଲ କରି ଦେଇଛି। ତାଙ୍କର ଅନ୍ୟ କାର୍ଯ୍ୟକ୍ରମ ମଧ୍ୟ ବାତିଲ କରାଯାଇଛି।
 
ବିଦ୍ୟୁତ୍ ବିନା ଅଛନ୍ତି ୧୫ ହଜାର ଲୋକ 

ଭର୍ଜିନିଆର ଲାଉଡାଉନ୍ କାଉଣ୍ଟି ଠାରେ ପ୍ରାୟ ୧୫ ହଜାର ଲୋକ ବିଦ୍ୟୁତ୍ ବିନା ବଞ୍ଚୁଛନ୍ତି। ଜାତୀୟ ପାଣିପାଗ ବିଭାଗର ପାଣିପାଗ ବିଜ୍ଞାନୀ କ୍ରିସ୍ ଷ୍ଟ୍ରଙ୍ଗ ଏକ ଫେସବୁକ୍ ଲାଇଭ୍ ବ୍ରିଫିଂ ମାଧ୍ୟମରେ କହିଛନ୍ତି ଯେ, ଏହା ମଧ୍ୟ ଆଟଲାଣ୍ଟିକ ମହାସଗରେରେ ଏହା ସବୁଠାରୁ ପ୍ରଭାବଶାଳୀ ଭୟଙ୍କର ପାଣିପାଗ ଘଟଣା। ଯାହା ଆମେ କିଛି ସମୟ ମଧ୍ୟରେ ଦେଖିଛୁ। ମଧ୍ୟାହ୍ନ ପରେ ଝଡ଼ ଅନୁଭଊତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି କାରଣରୁ ସଂଘୀୟ କର୍ମଚାରୀଙ୍କୁ ଶୀଘ୍ର ସେମାନଙ୍କ ଘରକୁ ପଠାଇବା ଆବଶ୍ୟକ। ଯାହାଫଳରେ ସେମାନେ ପବନ, କୁଆପଥର ଏବଂ ଘୂର୍ଣ୍ଣିବଳୟ ମଧ୍ୟରେ ନିଜ କାର ଭିତରେ ଅଟକି ନ ଯାଆନ୍ତି।