ପାଟନା: Prashant Kishor on Nitish Kumar: ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishor) ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଙ୍କୁ ନେଇ ଏପରି ବୟାନ ଦେଇଛନ୍ତି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଛନ୍ତି । ବୁଧବାର ପ୍ରଶାନ୍ତ କିଶୋର ଦାବି କରିଛନ୍ତି ଯେ, ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର ଭାରତୀୟ ଜନତା ପାର୍ଟି (BJP) ସହ ଯୋଗାଯୋଗରେ ଅଛନ୍ତି ଓ ସ୍ଥିତି ଅନୁରୂପ ହେଲେ ସେ ପୁଣିଥରେ ସେହି ଦଳ ସହ ମେଣ୍ଟ କରିପାରନ୍ତି । ସେପଟେ ନୀତିଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ (JDU) ଏହାକୁ ଖାରଜ କରିଛି ଓ କହିଛି ଯେ ଏହାର ଉଦ୍ଦେଶ୍ୟ ହେଉଛି ଦ୍ୱନ୍ଦ୍ୱ ସୃଷ୍ଟି କରିବା ।


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ସମୟରେ ପ୍ରଶାନ୍ତ କିଶୋର ବିହାରରେ ଏକ ପଦଯାତ୍ରା କରୁଛନ୍ତି । ତାଙ୍କର ଏହି ପଦଯାତ୍ରାକୁ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ପଦକ୍ଷେପ ଭାବରେ ଦେଖାଯାଉଛି । ସେ PTI-ଭାଷାଙ୍କୁ କହିଛନ୍ତି ଯେ, ନୀତିଶ କୁମାର ଜେଡିୟୁ ସାଂସଦ ଓ ରାଜ୍ୟସଭା ଉପସଭାପତି ହରିବଂଶଙ୍କ ମାଧ୍ୟମରେ BJP ସହ ସମ୍ୱାଦର ରାସ୍ତା ଖୋଲା ରଖିଛନ୍ତି । ଏହି ସମ୍ୱନ୍ଧରେ ହରିବଂଶଙ୍କୁ ତାଙ୍କ ପ୍ରତିକ୍ରିୟା ପାଇଁ ପଠାଯାଇଥିବା ପ୍ରଶ୍ନର କୌଣସି ଜବାବ ମିଳିନାହିଁ । କିନ୍ତୁ ନୀତିଶ କୁମାରଙ୍କ ଦଳ ଏହି ଦାବିଗୁଡ଼ିକୁ ଖାରଜ କରିଛି ଓ କହିଛି ଯେ ନୀତିଶ କୁମାର ପୁଣି ଥରେ କେବେବି ବିଜପ ସହ ହାତ ମିଶାଇବେ ନାହିଁ ।


ସେପଟେ ଜେଡିୟୁ ପ୍ରଶାନ୍ତ କିଶୋରଙ୍କୁ ପାଲଟା ଜବାବ ଦେଇଛି । ଦଳର ପ୍ରବକ୍ତା କେସି ତ୍ୟାଗି କହିଛନ୍ତି ଯେ, ସାର୍ବଜନୀନ ଜୀବନରେ ନୀତିଶ କୁମାର ଘୋଷଣା କରିଛି କି ସେ ନିଜ ଜୀବନରେ କେବେବି ବିଜେପି ସହ ହାତ ମିଶାଇବେ ନାହିଁ । ତ୍ୟାଗି ଆଗକୁ କହିଛନ୍ତି ଯେ, ଆମେ ତାଙ୍କ ଦାବିକୁ ଖାରଜ କରୁଛୁ । ନୀତିଶ କୁମାରକୁ ୫୦ ବର୍ଷରୁ ଅଧିକ ସମୟ ହେବ ସକ୍ରିୟ ରାଜନୀତିରେ ଅଛନ୍ତି, ଅନ୍ୟପଟେ ପ୍ରଶାନ୍ତ କିଶୋର ଛଅ ମାସ ହେବ ଅଛନ୍ତି । ପ୍ରଶାନ୍ତ କିଶୋର ଦ୍ୱନ୍ଦ୍ୱ ବିସ୍ତାର କରିବାକୁ ଏହିପରି ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି ।


ଅଧିକ ପଢ଼ନ୍ତୁ:-ପାକିସ୍ତାନ ବିରୋଧରେ ଖେଳିବେ ନାହିଁ ଟିମ୍ ଇଣ୍ଡିଆର ଏହି ଦମଦାର୍ ଖେଳାଳି, ବେଞ୍ଚରେ ବସିଥିବାର ଆସିବେ ନଜର!


ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟକା, ଏହି ଖେଳାଳି ହେଲେ ଆହତ


ଅଧିକ ପଢ଼ନ୍ତୁ:-'ଟିମ ଇଣ୍ଡିଆର ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ମାତ୍ରା ୩୦ ପ୍ରତିଶତ ରହିଛି'


ଏଠାରେ କହି ରଖୁଛୁ ଯେ, ପ୍ରଶାନ୍ତ କିଶୋର ପଶ୍ଚିମ ଚମ୍ପାରନର ଭିତିହାରୱା ସ୍ଥିତ ଗାନ୍ଧୀ ଆଶ୍ରମରୁ ଅକ୍ଟୋବର ୨ରେ ତାଙ୍କର ପଦଯାତ୍ରା ଆରମ୍ଭ କରିଛନ୍ତି । ସେ ବ୍ୟବସ୍ଥାରେ 'ପରିବର୍ତ୍ତନ' ପାଇଁ ଲୋକଙ୍କୁ ସହାୟତା କରିବା ପାଇଁ ଆସନ୍ତା ୧୨-୧୫ ମାସ ମଧ୍ୟରେ ୩,୫୦୦ କିଲୋମିଟର ଯାତ୍ରା କରିବେ ।