ପାକିସ୍ତାନ ବିରୋଧରେ ଖେଳିବେ ନାହିଁ ଟିମ୍ ଇଣ୍ଡିଆର ଏହି ଦମଦାର୍ ଖେଳାଳି, ବେଞ୍ଚରେ ବସିଥିବାର ଆସିବେ ନଜର!
Advertisement
Article Detail0/zeeodisha/odisha1402567

ପାକିସ୍ତାନ ବିରୋଧରେ ଖେଳିବେ ନାହିଁ ଟିମ୍ ଇଣ୍ଡିଆର ଏହି ଦମଦାର୍ ଖେଳାଳି, ବେଞ୍ଚରେ ବସିଥିବାର ଆସିବେ ନଜର!

IND Vs PAK Team India playing XI: ନିକଟ ଅତୀତରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୱାର୍ମ ଅପ୍ ମ୍ୟାଚରେ ବି ଏହି ଖେଳାଳିଙ୍କୁ ଖେଳିବାର ସୁଯୋଗ ଦିଆଯାଇ ନଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୱାର୍ମ ଅପ୍ ମ୍ୟାଚରୁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ ପ୍ରାୟ ସ୍ଥିର ହୋଇସାରିଛି ।

ପାକିସ୍ତାନ ବିରୋଧରେ ଖେଳିବେ ନାହିଁ ଟିମ୍ ଇଣ୍ଡିଆର ଏହି ଦମଦାର୍ ଖେଳାଳି, ବେଞ୍ଚରେ ବସିଥିବାର ଆସିବେ ନଜର!

ନୂଆଦିଲ୍ଲୀT20 World Cup 2022, IND Vs PAK, Team India playing XI: ଟି-20 ବିଶ୍ୱକପ ଆରମ୍ଭ ହୋଇସାରିଛି । ଭାରତୀୟ ଦଳ (Team India) ଅକ୍ଟୋବର ୨୩ରୁ ଟି-20 ବିଶ୍ୱ କପ୍ ୨୦୨୨ (20 World Cup 2022) ରେ ନିଜର ଅଭିଯାନ ଆରମ୍ଭ କରିବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଥମ ମ୍ୟାଚ୍ ପାକିସ୍ତାନ ବିରୁଦ୍ଧ (India vs Pakistan Match) ରେ ଖେଳିବ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଜଣେ ଖେଳାଳିଙ୍କ ଖେଳିବା କଷ୍ଟକର ଲାଗୁଛି । ନିକଟ ଅତୀତରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୱାର୍ମ ଅପ୍ ମ୍ୟାଚରେ ବି ଏହି ଖେଳାଳିଙ୍କୁ ଖେଳିବାର ସୁଯୋଗ ଦିଆଯାଇ ନଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୱାର୍ମ ଅପ୍ ମ୍ୟାଚରୁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ ପ୍ରାୟ ସ୍ଥିର ହୋଇସାରିଛି ।

ତେଣୁ ଅକ୍ଟୋବର ୨୩ରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ (IND Vs PAK Match) ରେ ଦମଦାର ଅଲରାଉଣ୍ଡର ଦୀପକ ହୁଡ୍ଡା  (Deepak Hooda) ଙ୍କ ଖେଳିବା କଷ୍ଟକର ଲାଗୁଛି । ଦୀପକ ହୁଡ୍ଡାଙ୍କୁ ୱାର୍ମ ଅପ୍ ମ୍ୟାଚରେ ଖେଳିବାର ସୁଯୋଗ ମିଳି ନଥିଲା । ଆପଣଙ୍କୁ କହି ରଖୁଛୁ ଯେ, ଏକ ପିଠି ଆଘାତରୁ ସୁସ୍ଥ ହେବା ପରେ ଦୀପକ ହୁଡ୍ଡା ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଆସିଛନ୍ତି । ପାକିସ୍ତାନ ବିପକ୍ଷରେ ଖେଳା ଯିବାକୁ ଥିବା ମ୍ୟାଚରେ ହାର୍ଦ୍ଦିକ ପାଣ୍ତ୍ୟା ଓ ଅକ୍ଷର ପେଟେଲ୍ ଅଲରାଉଣ୍ଡର ଭାବେ ଟିମ୍ ଇଣ୍ଡିଆର ପ୍ରଥମ ପସନ୍ଦ ରହିବ । ଏହି ଉଭୟ ଖେଳାଳି ବର୍ତ୍ତମାନର ସମୟରେ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ତେଣୁ ଏତେ ବଡ଼ ମ୍ୟାଚରେ ଦୀପକ ହୁଡ୍ଡାଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ ।

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ, ଅକ୍ଟୋବର ୨୩ରେ ଦ୍ୱିତୀୟ ମ୍ୟାଚ୍ ଗ୍ରୁପ୍ ଏ ରନର୍ ଅପ୍ ସହ, ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟକା, ଏହି ଖେଳାଳି ହେଲେ ଆହତ

ଅଧିକ ପଢ଼ନ୍ତୁ:-'ଟିମ ଇଣ୍ଡିଆର ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ମାତ୍ରା ୩୦ ପ୍ରତିଶତ ରହିଛି'

ଅଧିକ ପଢ଼ନ୍ତୁ:-ପୁଣି ଆହତ ହେଲେ ଆଉ ଜଣେ ଖେଳାଳି, ବର୍ତ୍ତମାନ ଏହି କ୍ରିକେଟର ଟି-20 ବିଶ୍ୱକପରୁ ହେଲେ ବାହାର

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।