Vistara Passenger Arrest: ବିମାନରେ ପୁରୁଷ ନୁହେଁ ମହିଳା ଯାତ୍ରୀ କଲେ ଉତ୍ପାତ, ଶୁଣିଲେ ଉଡିଯିବ ହୋସ୍
Vistara Passenger Arrest: ଭିସ୍ତାରା ବିମାନରେ ମହିଳା ଯାତ୍ରୀଙ୍କ ଉନ୍ମୋକ୍ତ କାଣ୍ଡ । ଆପଣ ଜାଣିଲେ ଚକିତ ହୋଇଯିବେ । ଆଉ ଭାବି ଯେ, ସତରେ କଣ ବିମାନରେ ଯାତ୍ରୀ ଜଣକ ଏଭଳିକାଣ୍ତ ଭିଆଇଛନ୍ତି । ଆଜ୍ଞା ହଁ , ବିମାନରେ ଯାତ୍ରୀ ଜଣକ ଏପରି କିଛି କରିଛନ୍ତି । ଯେଉଁଥି ପାଇଁ ତାଙ୍କୁ ଗିରଫ କରାଯାଇଥିଲା । ଭିସ୍ତାରା ବିମାନରେ ଜଣେ ମହିଳା ଯାତ୍ରୀଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆସିଛି ।
Vistara Passenger Arrest: ଭିସ୍ତାରା ବିମାନରେ ମହିଳା ଯାତ୍ରୀଙ୍କ ଉନ୍ମୋକ୍ତ କାଣ୍ଡ । ଆପଣ ଜାଣିଲେ ଚକିତ ହୋଇଯିବେ । ଆଉ ଭାବି ଯେ, ସତରେ କଣ ବିମାନରେ ଯାତ୍ରୀ ଜଣକ ଏଭଳିକାଣ୍ତ ଭିଆଇଛନ୍ତି । ଆଜ୍ଞା ହଁ , ବିମାନରେ ଯାତ୍ରୀ ଜଣକ ଏପରି କିଛି କରିଛନ୍ତି । ଯେଉଁଥି ପାଇଁ ତାଙ୍କୁ ଗିରଫ କରାଯାଇଥିଲା । ଭିସ୍ତାରା ବିମାନରେ ଜଣେ ମହିଳା ଯାତ୍ରୀଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆସିଛି । ମହିଳା ଜଣକ ଇଟାଲୀର , ଏବଂ ତାଙ୍କ ନାଁ ପାଓଲା ପେରୁଚିଓ ( Paola Perucchio) । ପୋଲିସ ତାଙ୍କୁ ଗିରଫ କରିଥିବା ସହ ତାଙ୍କ ବିରୋଧରେ ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇଛି । ଏବଂ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ମହିଳା ଜଣଙ୍କୁ କୋର୍ଟରୁ ଜାମିନ ମଧ୍ୟ ସୋମବାର ମିଳିଛି ।
କ'ଣ ଥିଲା ପୁରା ଘଟଣାକ୍ରମ:
ସୂଚନା ଅନୁଯାୟୀ,ଇଟାଲୀର ଜଣେ ମହିଳା ଯାତ୍ରୀ ପାଓଲା ପେରୁଚିଓ ଆବୁଧାବୀରୁ ମୁମ୍ବାଇକୁ ଭିସ୍ତାରା ବିମାନରେ ଯାତ୍ରା କରୁଥିଲେ। ମହିଳା ଜଣକ ଅତ୍ୟାଧିକ ମଦ୍ୟପାନ ମଧ୍ୟ କରିଥିଲେ । ପୋଲିସ ସୂଚନା ଅନୁଯାୟୀ, ଇକୋନୋମିକ୍ କ୍ଲାସରେ ବସିଥିବା ମହିଳା ହଠାତ୍ ଯାଇ ବିମାନରେ ବିଜନେସ୍ କ୍ଲାସର ସିଟରେ ବସି ଯାଇଥିଲେ । ଯେତେବେଳେ ବିମାନର କ୍ରୁ ସଦସ୍ୟ ତାଙ୍କୁ ସେଠାରେ ବସିବାକୁ ଅଟକାଇ ଥିଲେ । ସେତେବେଳେ ମହିଳା ଜଣକ ଝଗଡା କରିବାକୁ ଲାଗିଲେ । ଏବଂ ବିମାନର କ୍ରୁ ସଦସ୍ୟଙ୍କୁ ଗାଳି ଗୁଲଜ ମଧ୍ୟ କରିଥିଲେ । ଏତିକିରେ ଥଣ୍ତା ପଡି ନ ଥିଲା ମାମାଲା ।
Also Read : Vigilance Raid: ଭିଜିଲାନ୍ସ ପଞ୍ଝାରେ ଟାଟା ପାୱାର ଜେନେରାଲ ମ୍ୟାନେଜର, ବାସଭବନ ସମେତ ୧୦ଟି ସ୍ଥାନରେ ରେଡ୍
ଇକୋନୋମି କ୍ଲାସ ଟିକେଟ୍ ଥିଲା କିନ୍ତୁ ସେ ବିଜନେସ୍ କ୍ଲାସ ସିଟରେ ଦିର୍ଘ ସମୟ ଧରି ବସି ରହିଥିଲେ। ଯେତେବେଳେ ତାଙ୍କୁ ଏପରି କରିବାକୁ ବାରଣ କରାଯାଇଥିଲା,ସେତେବେଳେ ସେ ବିମାନର କ୍ରୁ ସଦସ୍ୟଙ୍କୁ ଆକ୍ରମଣ କରିଥିଲେ। ଅଭିଯୋଗ ହୋଇଛି ଯେ, ସେ ଜଣେ କ୍ୟାବିନ କ୍ରୁ ସଦସ୍ୟଙ୍କୁ ପିଟିଥିଲେ ଏବଂ ଅନ୍ୟ ଜଣେ କ୍ରୁ ସଦସ୍ୟଙ୍କ ଉପରେ ଛେପ ପକାଇଥିଲେ। ଏହି ସମୟରେ ମହିଳା ଯାତ୍ରୀ ତାଙ୍କ ପୋଷାକ ଖୋଲି ବିମାନ ମଧ୍ୟରେ ମଧ୍ୟ ଚାଲିଥିଲେ । ଏହି ଘଟଣା ଗତକାଲି (ଜାନୁୟାରୀ ୩୦)ର ବୋଲି ଭିସ୍ତାରା ପକ୍ଷରୁ କୁହାଯାଇଛି । ଭିସ୍ତାରା ବିମାନ ୟୁକେ ୨୫୬ ଆବୁଧାବିରୁ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପରେ ମହିଳା ଜଣକ ଏପରି କାଣ୍ତ ଭିଆଇଥିଲେ । ଯାହାକୁ ନେଇ ବିମାନ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଏବଂ ଏସଓପି ଅନୁଯାୟୀ,ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳାଙ୍କୁ ସେଠାରୁ ସୁରକ୍ଷାକର୍ମୀ ମାନେ ନେଇ ଯାଇଥିଲେ । ଏବଂ ପୋଲିସର ଜିମା ଦେଇଥିଲେ । ଗିରଫ ପରେ ମହିଳାଙ୍କୁ କୋର୍ଟ ଫରଓ୍ବାର୍ଡ ମଧ୍ୟ କରାଯାଇଥିବା ସୂଚନା ମିଳିଛି ।
ନିକଟରେ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଥିଲା। ଏନେଇ ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଟଙ୍କା ଫାଇନ କରାଯାଇଛି । ଜରିମାନା ନିର୍ଦ୍ଦେଶ ଦେଇଛନ୍ତୁ ଡିଜିସିଏ । ଫାଇନ ସହ ବିମାନ ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଏହା ସହ ପାଇଲଟ ଇନ କମାଣ୍ଡ ତିନି ମାସ ଯାଏ ନିଲମ୍ବିତ କରିଛନ୍ତି ଡିଜିସିଏ । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ବୃଦ୍ଧାଙ୍କ ଉପରେ ପରିସ୍ରା କରିଥିଲେ ଯୁବକ । ଏହି ଘଟଣାର ୪୧ ଦିନ ପରେ ଉକ୍ତ ଯୁବକଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ।