Vigilance Raid: ଭିଜିଲାନ୍ସ ପଞ୍ଝାରେ ଟାଟା ପାୱାର ଜେନେରାଲ ମ୍ୟାନେଜର, ବାସଭବନ ସମେତ ୧୦ଟି ସ୍ଥାନରେ ରେଡ୍
Advertisement

Vigilance Raid: ଭିଜିଲାନ୍ସ ପଞ୍ଝାରେ ଟାଟା ପାୱାର ଜେନେରାଲ ମ୍ୟାନେଜର, ବାସଭବନ ସମେତ ୧୦ଟି ସ୍ଥାନରେ ରେଡ୍

Vigilance Raid in Brahmapur: ଟାଟା ପାୱାର ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ସ୍ଥିତ ଟାଟା ପାୱାର ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ( ସାଉଥକୋ)ର ଜେନେରାଲ ମ୍ୟାନେଜର (ଇଲେକ୍ଟ୍ରିକାଲ) ପ୍ରମୋଦ କୁମାର ଚୌଧୁରୀଙ୍କ ଘର ସମେତ ୧୦ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି ।

କୋର୍ଟପେଟା ଛକ ନିକଟରେ ଥିବା ସାଉଥକୋ କାର୍ଯ୍ୟାଳୟ,ବ୍ରହ୍ମପୁର  ସିଦ୍ଧାର୍ଥ ନଗର ପ୍ରଥମ ଗଳି ରେ ଥିବା ପ୍ରମୋଦଙ୍କ ୩ ମହଲା ଘର, ଲୋଚାପଡା ମେଇନ ରୋଡ ନିକଟରେ ଥିବା ମା ଭୌରବୀ ଟ୍ରେଡର୍ସ ଓ ଘର, ଆଙ୍କୁଲି ଶଶୀଭୂଷଣ ନଗରରେ ଥିବା ଦୁଇ ମହଲା ଘର, ଗଞ୍ଜାମ ଗୋପାଳପୁର ହରିପୁର ଗାଁରେ ଥିବା ଦୁଇ ମହଲା ଘର, ବ୍ରହ୍ମପୁର ନିକଟ ଗଉଞ୍ଜରେ ଥିବା ଫାର୍ମ ହାଉସ, ପୁରୀ ଜିଲ୍ଲା  ପିପିଲିରେ ଥିବା ଫ୍ଲାଟ୍,ବ୍ରହ୍ମପୁର ଅମ୍ବାପୁଆରେ ଥିବା ଫ୍ଲାଟ୍, ଗଞ୍ଜାମ ବାଳକୃଷ୍ଣପୁର ସ୍ଥିତ ପୈତୃକ ଘରେ ଭିଜିଲାନ୍ସର ଟିମ୍ ଚଢାଉ କରିଛି ।  ଏହି ଚଢାଉରେ ଜଣେ ଅତିରିକ୍ତ ଏସପି,୩ ଜଣ ଡିଏସପି,୧୨ ଜଣ ଇନ୍ସପେକ୍ଟର,୧୨ ଜଣ ଏସଆଇ ଓ ଏଏସଆଇ ସାମିଲ ଅଛନ୍ତି ।

ସେହିପରି ନିକଟରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି କରିଥିଲା । କଳାହାଣ୍ଡି ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ସୂଚନା ଅନୁଯାୟୀ, କେସିଙ୍ଗା ସହରର ଓମ୍ ନଗରରେ ଅବସ୍ଥିତ ଶ୍ରୀ ମାଝୀଙ୍କ ତିନି ମହଲା ଘର, କେସିଙ୍ଗା ଥାନା ଅନ୍ତର୍ଗତ ବ୍ରାହ୍ମଣୀରେ ଥିବା ବାସଭବନ, କେଗାଁରେ ଥିବା ସରକାରୀ କ୍ବାର୍ଟର୍ ଓ ଅଫିସ୍ ଚାମ୍ବରରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ଭବାନୀପାଟଣାର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ନିର୍ଦେଶକ୍ରମେ ଏହି ଚଢ଼ାଉ କରାଯାଉଛି। ଏହି ଚଢ଼ାଉରେ ୫ ଡିଏସପି,୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ନିୟୋଜିତ ଥିଲେ ।

ଏହାବି ପଢନ୍ତୁ : puri crime: ନିଶାରେ ଉଡ଼ିଲା ହୋସ, କଲେ ଏପରି ଜଘନ୍ୟ କାଣ୍ଡ ଯେ ପୋଲିସ ବି ହେଲା ଚକିତ

ତେବେ ଏହା ପୂର୍ବରୁ, ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଘରେ ଚଢ଼ାଉ ବେଳେ ଭିଜିଲାନ୍ସ ନଗଦ ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା ଜବତ କରିଛି। ଏହା ଭିଜିଲାନ୍ସ ଚଢ଼ାଉ ଇତିହାସରେ ଜବତ ହୋଇଥିବା ଚତୁର୍ଥ ସର୍ବାଧିକ ନଗଦ । ସୂଚନା ଯୋଗ୍ୟ ଯେ,ଚଳିତବର୍ଷ ଏପ୍ରିଲ ମାସରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭଞ୍ଜନଗର ଲଘୁ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ଚଢ଼ାଉ ପରେ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ, ଯାହା କି ଏ ପର୍ଯ୍ୟନ୍ତ ସର୍ବାଧିକ ନଗଦ ପରିମାଣ ହୋଇ ରହିଛି।ଗତ ବର୍ଷ ମାର୍ଚ୍ଚରେ ମାଲକାନଗିରି ଆରଡବ୍ଲୁ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଚଢ଼ାଉ କରି ୧ କୋଟି ୪୦ ଲକ୍ଷ ୧୮ ହଜାର ୭୦ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଯାହା କି ଦ୍ୱିତୀୟ ସର୍ବାଧିକ ପରିମାଣର ଜବତ ଟଙ୍କା। ଏ ବର୍ଷ ଫେବ୍ରୁଆରୀରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁକାନ୍ତ ଜେନାଙ୍କ ଘରେ ଚଢ଼ାଉରୁ ୧ କୋଟି ୧୩ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା । ଯାହା କି ତୃତୀୟ ସର୍ବାଧିକ ଜବତ ନଗଦ ପରିମାଣ।

ବ୍ରହ୍ମପୁରରୁ ପ୍ରେମାନନ୍ଦ ପୂଜାରୀ, ଜି ଓଡିଶା ନ୍ୟୁଜ୍