Puri News: ପୁରୀ: ତିରୁପତି ମନ୍ଦିରରେ ପଶୁ ଚର୍ବିଯୁକ୍ତ ଘିଅରେ ଲଡୁ ପ୍ରସାଦ ପ୍ରସ୍ତୁତ ହେଉଥିବା ଖବର ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିରରେ ମହାପ୍ରସାଦର ମାନକୁ ନେଇ ଉଠିଛି ପ୍ରଶ୍ନ। କେବଳ ମହାପ୍ରସାଦ ନୁହେଁ ବରଂ ଶୁଖୁଲି ଭୋଗ ଓ ଦୀପରେ ନକଲି ଘିଅ ବ୍ୟବହାର ହେଉଥିବା ଆଶଙ୍କା କରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଆଇନଜୀବୀ ଦୀଲିପ ବରାଳ। ଯାହାକୁ ସିଧାସଳଖ ଖଣ୍ଡନ କରିଛି ସୁଆରମହାସୁଆର ନିଯୋଗ।   ତେବେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରସାଦ ଓ ଦୀପରେ ବ୍ୟବହୃତ ଘିଅର ମାନ ଯାଞ୍ଚ ନେଇ ଭକ୍ତମହଲ ରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦ ଓ ଦ୍ଵୀପରେ ଲାଗୁଥିବା ଘିଅ ସବୁ ଓମ୍ଫେଡ ଶୁଦ୍ଧ ଘିଅ।ସେଭଳି କିଛି ଅଭିଯୋଗ ନାହିଁ।ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ସମ୍ଭାବନା ରହିଥିବା ସହ ଖୁବଶୀଘ୍ର ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅକୁ ଫୁଡ୍ ସେପ୍ଟି ଅଧିକାରୀଙ୍କ ଦ୍ଵାରା ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।


COMMERCIAL BREAK
SCROLL TO CONTINUE READING


ତିରୁପତିରେ ପଶୁଚର୍ବିଯୁକ୍ତ ଘିଅରେ ପ୍ରସ୍ତୁତ ଲଡ଼ୁ ହେବାପରେ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନକୁ  ନେଇ ଉଠିଛି ପ୍ରଶ୍ନ। ଶ୍ରୀମନ୍ଦିରରେ ଭକ୍ତମାନେ ଯେଉଁ ଦୀପ କିଣି ଜାଳୁଛନ୍ତି ସେ ଘିଅ ଅସଲି ଘିଅ ତ? ମହାପ୍ରସାଦ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି କି ନାହିଁ ସେ ନେଇ ମାନ ପରୀକ୍ଷା କରିବାକୁ ଆଇନଜୀବୀ ଦିଲୀପ ବରାଳ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି।ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ସୁଆର ମହାସୁଆର ନିଯୋଗ ସମ୍ପାଦକ।ଶ୍ରୀମନ୍ଦିରରେ ମହାପ୍ରସାଦ ଓ ଦ୍ଵୀପରେ ନକଲି ଘିଅ ବ୍ୟବହାର ନେଇ ଅଭିଯୋଗକୁ ଖଣ୍ଡନ କରିଛି ସଂପୃକ୍ତ ନିଯୋଗ।ଶ୍ରୀମନ୍ଦିରରେ କେବଳ ଓମ୍ଫେଡ୍ ଶୁଦ୍ଧ ଘିଅ ବ୍ୟବହାର ହେଉଛି।ପ୍ରଶାସନ ଚାହିଁଲେ ଘିଅର ମାନ ଯାଞ୍ଚ କରିପାରିବେ।



ଭାବର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ।ଭକ୍ତ ଦର୍ଷଣର୍ଥି ଶ୍ରୀଜୀଉଙ୍କ ଦର୍ଶନ ସହ ଦୀପଦାନ ଓ ମହାପ୍ରସାଦ ପାଇ ଫେରିଥାନ୍ତି।ଏବେ ଯେଉଁ ମହାପ୍ରସାଦ ଓ ଘିଅ ର ଶୁଦ୍ଧ ତା କୁ ନେଇ ପ୍ରଶ୍ନ ଉଠିଛି।ତେଣୁ ଏହାର ମାନ ଯାଞ୍ଚ ପାଇଁ ଭକ୍ତ ମହଲରେ ଦାବି ହୋଇଛି।ତେବେ ଏଭଳି ସମ୍ବେଦନଶୀଳ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ। ଶ୍ରୀମନ୍ଦିରରେ ଓମଫେଡ ଶୁଦ୍ଧ ଘିଅ ବ୍ୟବହାର ହେଉଛି। ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି ବୋଲି ଜିଲ୍ଲାପାଳ ପ୍ରତିକ୍ରିୟା ରଖିଥିବା ବେଳେ ଏନେଇ ସୁଆରମହାସୁଆର ନିଯୋଗ,, କୋଠସୁଆର ଓ ଓମଫେଡ୍ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ତେବେ ଖୁବଶୀଘ୍ର ମହାପ୍ରସାଦ ସହ ଦୀପରେ ବ୍ୟବହୃତ ଘିଅକୁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।