Putin Plan for Neuclear Attack:  ନୂଆଦିଲ୍ଲୀ: ୟୁକ୍ରେନ (Ukraine) ଓ ଋଷ (Russia) ମଧ୍ୟରେ ବିଗତ ୮ ମାସ ଧରି ଯୁଦ୍ଧ ଜାରି ରହିଛି। ଦିନକୁ ଦିନ ଏହା ଅଧିକରୁ ଅଧିକ ଗୁରୁତର ହେବାରେ ଲାଗିଛି। ଏହାରି ମଧ୍ୟରେ ଆହୁରି ମଧ୍ୟ ଆଶଙ୍କା କରାଯାଉଛି ଯେ ଋଷ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବାର ସମ୍ଭାବନା ରହିଛି। କିନ୍ତୁ ବିଗତ ଦିନରେ ରାଷ୍ଟ୍ରପତି (President) ଭ୍ଲାଦିମିର ପୁତିନ (Vladimir Putin) ଏପରି କରିବାକୁ କୌଣସି ଯୋଜନା କରିନଥିବା ନେଇ ପ୍ରକାଶ କରିଥିଲେ। ଯଦିଓ ଆମେରିକା ସହିତ ପଶ୍ଚିମ ରାଷ୍ଟ୍ରଗୁଡ଼ିକ ଋଷର ଏଭଳି ଆକ୍ରାମକ ନିଷ୍ପତ୍ତି ଉପରେ ବିରୋଧ କରି ଆସୁଛନ୍ତି। ପରମାଣୁ ଆକ୍ରମଣ (Neuclear Attack) ଯୋଜନା ପାଇଁ କୌଣସି ଯୋଜନା କରିନଥିବା କହିବା ସତ୍ତ୍ୱେ ମଧ୍ୟ ଆମେରିକା କଡ଼ା ନିନ୍ଦା କରି ଆସୁଛି। ଆମେରିକା କହିଛି କି ପରମାଣୁ ଯୁଦ୍ଧ ସହିତ ସମ୍ପୃକ୍ତ ଥିବା ଅଭ୍ୟାସକୁ ଜାରି ରଖିଛି। 


COMMERCIAL BREAK
SCROLL TO CONTINUE READING

ଋଷର ରାଷ୍ଟ୍ରୀୟ ପ୍ରତିରକ୍ଷା ପତ୍ରିକାର ଏଡ଼ିଟର ଇନ ଚିଫ କର୍ଣ୍ଣଲ ଇଗୋର କୋରୋଟଚେଙ୍କୋ କହିଛନ୍ତି କି ଯଦି ଋଷ ପରମାଣୁ ଆକ୍ରମଣ କରିବା ପ୍ରସଂଗ ଉପରକୁ ଆସେ ତେବେ ଏନେଇ ବ୍ରିଟେନ ଓ ଆମେରିକା ପ୍ରତି ଜବାବୀ ଆକ୍ରମଣକୁ ଧ୍ୱଂସ କରିବାକୁ ହେବ। ସେ କହିଛନ୍ତି ଯେ ଏହି ଆକ୍ରମଣ ହେଲେ ବ୍ରିଟେନ ଆଟଲାଣ୍ଟିକ ମହାସାଗର ମଧ୍ୟରେ କେଉଁ ଆଡ଼େ ହଜିଯିବ। ଏପରିକି ଆମେରିକା ମଧ୍ୟ କାମରେଡ ଷ୍ଟାଲିନ ନାମରେ ସମୁଦ୍ର ଜଳଡମରୁ ମଦ୍ୟରେ ରହିବ। କୋରୋଟଚେଙ୍କୋ କହିଛନ୍ତି ଋଷ ସରକାର ଟିଭି ଚ୍ୟାନେଲକୁ କହିଛନ୍ତି କି ରଣନୀତି ପ୍ରଶିକ୍ଷଣ ଅଭ୍ୟାସର ଉଦ୍ଦେଶ୍ୟ ରହିଥିଲା। ଯାହାର ଅପରେସନ ଥଣ୍ଡର ଭାବରେ ଜଣାଯାଇଥାଏ। ଏହା ପୁତିନ ଋଷ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ସମୟସୀମା ମଧ୍ୟରେ ଏହି ଅଭ୍ୟାସ ଆରମ୍ଭ କରିବା ନେଇ ଆଶଙ୍କା ପ୍ରକାଶ ପାଇଛି ଯାହା ଉପରେ ଦୁନିଆର ନଜର ରହିଛି। 


ଦି ସନ୍ ୱେବସାଇଟ୍ ଅନୁଯାୟୀ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ବିଚାର କରୁନାହିଁ, କିନ୍ତୁ ଏହା ସ୍ପଷ୍ଟ ଯେ ଏହା (ଋଷିଆ ଅଭ୍ୟାସ) ପ୍ରତିଶୋଧ ଭାବରେ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି କି ଏ ବାବଦରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଆମର ମୁଖ୍ୟ ଶତ୍ରୁ କିଏ ଏବଂ କୌଣସି ଆପୋଷ ବୁଝାମଣା କରାଯାଉ ନାହିଁ। ଉଭୟ ଆମେରିକା ଓ ବ୍ରିଟେନକୁ ସଂକେତ ଦିଆଯାଇଛି। ଟିଭି ଉପସ୍ଥାପିକା ଓଲ୍ଗୋ ସ୍କେବେୟବା କୋରୋଚେଙ୍କୋଙ୍କୁ ପ୍ରଶ୍ନ କରିଥିଲେ ଯେ, ତାହା ହେଲେ ବର୍ତ୍ତମାନ ସମୟରେ ଆମେ ଆମେରିକା ଓ ବ୍ରିଟେନକୁ ଧ୍ୱଂସ କରିବାକୁ ପରମାଣୁ ଅଭ୍ୟାସ କରୁଛେ। ଏହାର ଜବାବରେ  ଇଗୋର କୋରୋଟଚେଙ୍କୋ କହିଥିଲେ କି ବିଲକୁଲ ଠିକ କଥା...ଏହା ହିଁ ହୋଇଛି। 


ସେ ଆହୁରି ମଧ୍ୟ କହିଥିଲେ କି ଆମେରିକା ପରଣାଣୁ ଆକ୍ରମଣ ପରେ ଷ୍ଟାଲିନଙ୍କ ନାମରେ ଏକ ସମୁଦ୍ର କୂଳ ରହିବ। ସେହିପରି ଗ୍ରେଟ ବ୍ରିଟେନ ବଦଳରେ ଆଟଲାଣ୍ଟିକ ମହାସାଗରରେ ରହିବ। ତେଣୁ ସେମାନେ ଶାନ୍ତ ହେବା ଉଚିତ୍। ସେ କହିଛନ୍ତି ଯେ ଆମେ କାହାକୁ ବ୍ଲାକମେଲ କରୁନାହୁଁ। କିନ୍ତୁ ଯଦି ଆମ ଉପରେ କେହି ଆକ୍ରମଣ କରେ ତେବେ ଆମେ ଚୁପ ବସିବୁ ନାହିଁ ବୋଲି ସେ କହିଥିଲେ।