Rahul Gandhi: କଂଗ୍ରେସ (Congress)କୁ ଲାଗିଛି ବଡ଼ ଝଟ୍‌କା। ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି କଂଗ୍ରେସ ର ପୂର୍ବତନ ସଭାପତି (Rahul Gandhi defamation case)। ରାହୁଲ ଗାନ୍ଧୀ ୨୦୧୯ ମସିହାର ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତହେବା ଯୋଗୁ ଲୋକସଭା (Member Of Lok Sabha)ସଦସ୍ୟତା ହରାଇଛନ୍ତି ବୋଲି ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଜନପ୍ରତିନିଧି ଆଇନର ଧାରା ୧୦୨ (୧) (ଉ)ରେ ଥିବା ବ୍ୟବସ୍ଥା ଅନୁଯାୟୀ ରାହୁଲ ଗାନ୍ଧୀ (RaGa) ୨୩ ମାର୍ଚ୍ଚ ଠାରୁ ଆଉ ଲୋକସଭା (Lok Sabha)ସଦସ୍ୟ ରହିପାରିବେ ନାହିଁ। କେରଳର ୱାୟାନାଡ ସଂସଦୀୟ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ଗତକାଲି ଦୋଷୀ ସାବ୍ୟସ୍ତ ହେବା ପରେ ଆଜି ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।


COMMERCIAL BREAK
SCROLL TO CONTINUE READING

୨୦୧୯ ମସିହାରେ, ରାହୁଲ ଗାନ୍ଧୀ (Rahul Gandhi) କର୍ଣ୍ଣାଟକର ବିଧାନସଭାରେ ମୋଦୀ ଉପନାମ ସମ୍ପର୍କରେ ଏକ ବିବୃତ୍ତି ଦେଇଥିଲେ । ସେ କହିଥିଲେ - ସମସ୍ତ ଚୋରଙ୍କ ଉପନାମ ମୋଦୀ କାହିଁକି ? ଏହା ପରେ ସୁରଟ ୱେଷ୍ଟର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଆମ ସମଗ୍ର ସମାଜକୁ ଚୋର ବୋଲି କହିଛନ୍ତି ଏବଂ ଏହା ଆମ ସମାଜର ବଦନାମ । ଚାରି ବର୍ଷ ପରେ, ଏହି ମାମଲାରେ ଗୁରୁବାର ଦିନ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୨ ବର୍ଷ ଦଣ୍ଡିତ କରିଛନ୍ତି । ମୁଖ୍ୟ ବିଚାରପତି ମାଜିଷ୍ଟ୍ରେଟ୍ ଏଚ୍ ଏଚ୍ ବର୍ମାଙ୍କ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଆଇପିସିର ଧାରା ୪୯୯ ଏବଂ ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି । ଚାରି ବର୍ଷ ପରେ, ଏହି ମାମଲାରେ ଗୁରୁବାର ଦିନ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୨ ବର୍ଷ ଦଣ୍ଡିତ କରିଛନ୍ତି । ମୁଖ୍ୟ ବିଚାରପତି ମାଜିଷ୍ଟ୍ରେଟ୍ ଏଚ୍ ଏଚ୍ ବର୍ମାଙ୍କ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଆଇପିସିର ଧାରା ୪୯୯ ଏବଂ ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି । ରାହୁଲଙ୍କୁ ସଂସଦରୁ ଦୂରେଇ ରଖିବା ପାଇଁ ଏକ ପ୍ରୟାସ ବୋଲି କହି କଂଗ୍ରେସ ଶାସକ ବିଜେପି ଉପରେ ପ୍ରତିଶୋଧମୂଳକ ରାଜନୀତି କରୁଥିବା ଅଭିଯୋଗ କରିଛି । କୋର୍ଟର ଏହି ନିଷ୍ପତ୍ତି ଏବଂ ମୋଦୀ ସରକାରଙ୍କ ବିରୋଧରେ କଂଗ୍ରେସ ସାରା ଦେଶରେ ବିରୋଧ କରୁଛି ।


Also Read : Rahul Gandhi Disqualified: ରଦ୍ଦ ହେଲା ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା, ଲୋକସଭା ସଚିବାଳୟ ଜାରି କଲା ବିଜ୍ଞପ୍ତି, ଜାଣନ୍ତୁ ମାମଲା


Also Read : Rahul Gandhi: ସାଂସଦ ପଦ ହରାଇ ପାରନ୍ତି ରାହୁଲ ଗାନ୍ଧୀ! ଜାଣନ୍ତୁ ପୁରା ଘଟଣାକ୍ରମ


ରାହୁଲଙ୍କ ରାଜନୈତିକ କ୍ୟାରିୟର :
୨୦୦୪ ମସିହାରେ  କଂଗ୍ରେସ ନେତା ରାହୁଲ ଗାନ୍ଧୀ(Rahul Gandhi)  ୨୦୦୪ ମସିହାରେ ୧୪ତମ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।  ପରେ ୨୦୦୯ ମସିହାରେ ଦ୍ବୀତିୟ ପାଳିରେ ପୁଃନର୍ବାର ନିର୍ବାଚିତ ହୋଇଥିଲେ।  ପରେ ତୃତୀୟ ଥର ଲାଗି ୨୦୧୪ ମେ ମାସରେ ୧୬ ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ ରାହୁଲ । ସେହିପରି ୨୦୧୯ ମସିହା, ମେଁ ମାସରେ ୧୭ତମ ଲୋକସଭାକୁ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିଲେ ରାହୁଲ୍ । ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ରାହୁଲ ଗୃହ ବିଭାଗର ଷ୍ଚାଣ୍ତିଂ କମିଟିର ସଦସ୍ୟ ଥିବା ବେଳେ ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ହ୍ୟୁମାନ ରିସୋର୍ସ ଡେଭଲପମେଣ୍ଟର ଷ୍ଟାଣ୍ତିଂ କମିଟି ସଦସ୍ୟ ରହିଥିବା ବେଳେ  କମିଟିର ସଦସ୍ୟ ଥିଲେ । ସେହିପରି ୨୦୦୯ ରେ ସେ ଦ୍ବୀତିୟ ଥର ହ୍ୟୁମାନ ରିସୋର୍ସ ଡେଭଲପମେଣ୍ଟର  ଷ୍ଟାଣ୍ତିଂ କମିଟିର ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ। ସେହିପରି ତୃତୀୟ ଥର ଲାଗି ୨୦୧୪ ରେ ୧୬ ତମ ଲୋକସଭାକୁ ତୃତୀୟ ଥର ଲାଗି ନିଯୁକ୍ତି ପାଇଥିଲେ। ୨୦୧୪,ସେପ୍ଟେମ୍ବର ୧୩ରେ ବୈଦେଶିକ ମନ୍ତ୍ରଣାଳୟର ଷ୍ଟାଣ୍ତିଂ କମିଟିର ଡିଭେନ୍ସ ମେମ୍ବର ଥିଲେ।