Weather Update: ରାଜ୍ୟରେ ଗତ କିଛି ଦିନ ହେବ ପଶ୍ଚିମା ଝଡ଼ (Strom)ପ୍ରଭାବ ଲାଗି ରହିଛି । ଆଜି ସମଗ୍ର ଉପକୂଳରେ ବିଜୁଳି,ଘଡ଼ଘଡ଼ି ସହ ବର୍ଷା(rain) ହେବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ପକ୍ଷରୁ କୁହାଯାଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୯ ତାରିଖ ଯାଏ ବର୍ଷା (rain) ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ ଭାବେ ଉପକୂଳ ଓଡ଼ିଶାରେ ବର୍ଷା ହେବା ଆଶଙ୍କା ଥିବା ପାଣିପାଗ ବିଭାଗ ଆକଳନ କରିଛି। 


COMMERCIAL BREAK
SCROLL TO CONTINUE READING

ଆଜି ଉପକୂଳ ଓଡ଼ିଶାର(Odisha) କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହୋଇପାରେ। ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି । ଏ-ନେଇ ୧୩ ଜିଲ୍ଲାକୁ (13 Districts) ପାଣିପାଗ ବିଭାଗ ୟେଲୋ ୱାର୍ଣିଂ(Yellow Warning) ଜାରି କରିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି। ଏ-ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 


 




Also Read :  Khorda News : ଚିନାବାଦାମ ଚାଷୀଙ୍କ ମୁଣ୍ଡ ଉପରେ ଚଡ଼କ, ଦାଦନ ଖଟିବାକୁ ବାହାରିଲେଣି ଚାଷୀ


Also Read : Kedarnath Yatra: କେଦାରନାଥ ଯାତ୍ରା ହେବ ଆହୁରି ସହଜ, ଜାଣନ୍ତୁ କେମିତି କରିବେ ହେଲିକପ୍ଟରରେ ଟିକେଟ୍ ବୁକିଂ?


ଆସନ୍ତା ୨୮ ତାରିଖରେ ମଧ୍ୟ କିଛି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତକାଲି ଦିନ ସମୟରେ ଟାଣ ଖରା ଅନୁଭୂତ ହୋଇଥିଲ । କିନ୍ତୁ ଅପରାହ୍ନ ଆଡ଼କୁ ପାଗ ବଦଳି ଯାଇଥିଲା । ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇଥିଲା । କିଛି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିଥିଲା ।


Also Read : Prakash Raj: ଜାଣନ୍ତୁ କେତେ କୋଟିର ମାଲିକ ହେଉଛନ୍ତି ପ୍ରକାଶ ରାଜ? ଚଢନ୍ତି ଆମ୍ବାନୀଙ୍କ ଭଳି ଦାମୀ କାର୍


Also Read : Health Tips: ଋତୁସ୍ରାବ ସମୟରେ କେମିତି ରହିବେ ହାଇଜିନ୍ , ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ?


Also Read : Health Tips: ପାଇଲ୍ସରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ଆଜିହିଁ ଛାଡ଼ନ୍ତୁ ଏହି ଏସବୁ ଖାଦ୍ୟ


Also Read : Grah Gochar 2023: ୨୦ ବର୍ଷ ପରେ ସୃଷ୍ଟି ହୋଇଛି ଶୁଭ ରାଜ ଯୋଗ, ଏସବୁ ରାଶି ଉପରେ ସୂର୍ଯ୍ୟ-ଗୁରୁ ମିଶି କରିବେ ଟଙ୍କା ବର୍ଷା!


Also Read : Sambalpur News: ଏଣିକି ରୂପା ପରଭାରେ ଶୋଭା ପାଇବେ ମା ସମଲେଶ୍ୱରୀ