Jaisalmer Heavy Rainfall: ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚି ସାରିଛି ମୌସୁମୀ। ପ୍ରବଳ ବର୍ଷା ହେତୁ ଦେଶର ଅନେକ ରାଜ୍ୟରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। ପ୍ରବଳ ବର୍ଷା କାରଣରୁ ଦେଶର ପୂର୍ବୋତ୍ତର ରାଜ୍ୟ ଆସାମରେ ବନ୍ୟା ହୋଇଥିବା ବେଳେ ମଣିପୁରରେ ଭୂସ୍ଖଳ ଭଳି ଘଟଣା ଘଟିଛି।  


COMMERCIAL BREAK
SCROLL TO CONTINUE READING

ସଦ୍ୟ ରାଜସ୍ଥାନର ଜୈସାଲମେର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ବିଗତ କିଛି ଦିନ ହେବ ଏଠାରେ ହୋଇଥିବା ପ୍ରବଳ ବର୍ଷା କାରଣରୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରବଳ ବର୍ଷା ହେତୁ ରାସ୍ତାରେ ବର୍ଷା ଜଳ ନଦୀ ଭଳି ପ୍ରବାହିତ ହେବାକୁ ଲାଗିଲା। ଏହି ସମୟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ବାଇକ ସହିତ ବର୍ଷା ଜଳ ଭଳି ଭାସି ଯାଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି।


ଗତ ଗୁରୁବାର ସନ୍ଧ୍ୟାରେ ଘଟିଥିବା ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଜୈସାଲମେର ଜିଲ୍ଲାର ଭୈରୱା-ଚାନ୍ଧନ ରାସ୍ତାରେ ଘଟିଛି। ବର୍ଷା ପରେ ସେଠାରେ ଥିବା ନାଳର ପାଣି ରାସ୍ତା ଉପରେ ବହିବାରେ ଲାଗିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ବାଇକ ଯୋଗେ ଯାତ୍ରା କରୁଥିଲେ। ହଠାତ୍ ବ୍ୟକ୍ତି ଜଣକ ବାଇକ ସହିତ ବର୍ଷା ଜଳରେ ଭାସି ଯାଇଥିଲେ। ମାତ୍ର ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଯଦିଓ ଏହି ବ୍ୟକ୍ତିଙ୍କୁ ଉଦ୍ଧାର କରି ନେଇଥିଲେ ହେଲେ ତାଙ୍କ ବାଇକ ଜଳ ପ୍ରବାହରେ ଭାସି ଯାଇଥିଲା।



Also Read: ମହଙ୍ଗା ପଡ଼ିଲା ଡ୍ୟାମ ଉପରେ ଚଢିବା; ୩୦ ଫୁଟ ତଳକୁ ଖସିପଡ଼ିଲେ ଯୁବକ