Advertisement
Article Detail0/zeeodisha/odisha2278040
Zee OdishaOdisha TrendingAssembly Result: ପ୍ରଥମ ରାଉଣ୍ଡ ଗଣତିରେ ବିଜେପି ୪୭, ବିଜେଡିକୁ ୨୮, କଂଗ୍ରେସ ୬ ଆସନରେ ଆଗୁଆ

Assembly Result: ପ୍ରଥମ ରାଉଣ୍ଡ ଗଣତିରେ ବିଜେପି ୪୭, ବିଜେଡିକୁ ୨୮, କଂଗ୍ରେସ ୬ ଆସନରେ ଆଗୁଆ

Assembly Result 2024: ଦେବଗଡ଼ରୁ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ବରିରୁ ବିଶ୍ୱରଞ୍ଜନ ମଲ୍ଲିକ, ଆଠମଲ୍ଲିକରୁ ନଳିନୀକାନ୍ତ ପ୍ରଧାନ, ସୋନପୁରରୁ ନିରଞ୍ଜନ ପୂଜାରୀ, ନର୍ଲାରୁ ମନୋରମା ମହାନ୍ତି, ଫୁଲବାଣୀରୁ ଜୟଶ୍ରୀ କଅଁର, ବାଙ୍କୀରୁ ଦେବୀ ରଞ୍ଜନ ତ୍ରିପାଠୀ, ଆଳିରୁ ପ୍ରତାପ କେଶରୀ ଦେବ,ଳ ବେଗୁନିଆରୁ ପ୍ରଦୀପ କୁମାର ସାହୁ, ଦଶପଲ୍ଲାରୁ ରମେଶ ଚନ୍ଦ୍ର ବେହେରା ଏବଂ ବିଷମ କଟକରୁ ଜଗନ୍ନାଥ ସାରକା ପ୍ରଥମ ରାଉଣ୍ଡରେ ଆଗୁଆ ରହିଛନ୍ତି। 

 

Assembly Result: ପ୍ରଥମ ରାଉଣ୍ଡ ଗଣତିରେ ବିଜେପି ୪୭, ବିଜେଡିକୁ ୨୮, କଂଗ୍ରେସ ୬ ଆସନରେ ଆଗୁଆ

ଭୁବନେଶ୍ୱର: ପ୍ରଥମ ରାଉଣ୍ଡ ଗଣତି ଏବେ ଚାଲିଛି। ଦିନ ୧୦ଟା ସୁଦ୍ଧା ନିର୍ବାଚନ କମିଶନଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ୪୭ଟି ଆସନରେ ବିଜେପି ଆଗୁଆ ଚାଲିଥିବା ବେଳେ ୨୮ ଆସନରେ ବିଜେଡି ଆଗୁଆ ରହିଛି। ୬ଟି ଆସନରେ କଂଗ୍ରେସ ଆଗୁଆ ଚାଲିଛି। ରାଜ୍ୟର ପଶ୍ଚିମାଞ୍ଚଳରେ ଶିଳ୍ପ କାରଖାନା ପାଇଁ ପ୍ରସିଦ୍ଧ ବ୍ରଜରାଜ ନଗରରେ ପ୍ରାର୍ଥୀ ହୋଇଥିବା ସୁରେଶ ପୂଜାରୀ ପ୍ରଥମ ରାଉଣ୍ଡ ଗଣତିରେ ଆଗୁଆ ଅଛନ୍ତି। ନିର୍ବାଚନ କମିଶନଙ୍କ ପାଖରୁ ମିଳିଥିବା ସୂଚନା ଅନୁସାରେ ସୁରେଶ ୧୬୭୯ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ସମୁଦାୟ ୧୯ଟି ରାଉଣ୍ଡରୁ ୧ ରାଉଣ୍ଡ ଫଳାଫଳ ସାମ୍ନାକୁ ଆସିଛି। 

ସେହିପରି ରଘୁନାଥପଲ୍ଲିରେ ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ମାତ୍ର ୨୩୬ ଖଣ୍ଡ ଭୋଟ ଏବଂ ଚିତ୍ରକୋଣ୍ଡାରେ ଡମ୍ବରୁ ସିସା ୩୬୬ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଚିତ୍ରକୋଣ୍ଡାରେ ସର୍ବାଧିକ ୩୧ ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ରଘୁନାଥ ପଲ୍ଲୀରେ ୨୦ ରାଉଣ୍ଡ ଗଣତି ହେବ । ଏବେ ଗୋଟିଏ ରାଉଣ୍ଡ ଫଳାଫଳ ହସ୍ତଗତ ହୋଇଛି।

ପ୍ରଥମ ରାଉଣ୍ଡରେ ବିଜେଡିର ୧୪ ପ୍ରାର୍ଥୀ ଆଗୁଆ ରହିଛନ୍ତି। ସେମାନେ ହେଲେ ପଦମପୁରରୁ ବର୍ଷା ସିଂହ ବରିହା, ଛଝାରସୁଗୁଡ଼ାରୁ ଦିପାଳୀ ଦାସ, ରଘୁନାଥପଲ୍ଲୀରୁ ଅର୍ଚ୍ଚନାରେଖା ବେହେରା । ଦେବଗଡ଼ରୁ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ବରିରୁ ବିଶ୍ୱରଞ୍ଜନ ମଲ୍ଲିକ, ଆଠମଲ୍ଲିକରୁ ନଳିନୀକାନ୍ତ ପ୍ରଧାନ, ସୋନପୁରରୁ ନିରଞ୍ଜନ ପୂଜାରୀ, ନର୍ଲାରୁ ମନୋରମା ମହାନ୍ତି, ଫୁଲବାଣୀରୁ ଜୟଶ୍ରୀ କଅଁର, ବାଙ୍କୀରୁ ଦେବୀ ରଞ୍ଜନ ତ୍ରିପାଠୀ, ଆଳିରୁ ପ୍ରତାପ କେଶରୀ ଦେବ,ଳ ବେଗୁନିଆରୁ ପ୍ରଦୀପ କୁମାର ସାହୁ, ଦଶପଲ୍ଲାରୁ ରମେଶ ଚନ୍ଦ୍ର ବେହେରା ଏବଂ ବିଷମ କଟକରୁ ଜଗନ୍ନାଥ ସାରକା ପ୍ରଥମ ରାଉଣ୍ଡରେ ଆଗୁଆ ରହିଛନ୍ତି। 

Add Zee News as a Preferred Source

କଂଗ୍ରେସର ଆନନ୍ଦପୁରରୁ ଜୟଦେବ ଜେନା, ଭବନୀ ପାଟଣାରୁ ସାଗରଚରଣ ଦାସ, ସାନ ଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ଗୁଣୁପୁରରରୁ ସତ୍ୟଜିତ ଗମାଙ୍ଗ, ମାଲକାନଗିରିରୁ ମାଲା ମାଢ଼ି କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ି ଆଗୁଆ ରହିଛନ୍ତି। ସ୍ୱାଧୀନ ପ୍ରାର୍ଥୀ ଭାବେ ଘସିପୁରାରୁ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଗୁଆ ରହିଛନ୍ତି। ନିକଟତମ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କଠାରୁ ସେ ୯୫୫ ଖଣ୍ଡ ଭୋଟରେ ଆଗୁଆ ଥିବା ନିର୍ବାଚନ କମିଶନଙ୍କ ଓ୍ୱେବସାଇଟରେ ତଥ୍ୟ ଦିଆଯାଇଛି। ସେ ସମୁଦାୟ ୬୪୩୭ ଭୋଟ ପାଇଛନ୍ତି। 

କମ୍ୟୁନିଷ୍ଟି ପାର୍ଟି ମାର୍କସବାଦୀ ଟିକଟରେ ଲଢ଼ୁଥିବା ଲକ୍ଷ୍ମଣ ମୁଣ୍ଡା ପ୍ରଥମ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ହୋଇଛନ୍ତି। ୧୨୫୫ ଖଣ୍ଡ ଅଧିକ ଭୋଟରେ ସେ ଆଗୁଆ ରହିଥିବା ସୂଚନା ମିଳିଛି। ଏଠାରେ ୨୩ଟି ରାଉଣ୍ଡ ଗଣତି ହେବ।

About the Author