Advertisement
Article Detail0/zeeodisha/odisha2278111
Zee OdishaOdisha TrendingPradeep Panigrahi: ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧିକ ଭୋଟ

Pradeep Panigrahi: ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧିକ ଭୋଟ

Pradeep Panigrahi: ବାଲେଶ୍ୱରରେ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ଭଦ୍ରକରେ ଅଭିମନ୍ୟୁ ସେଠୀ, ଯାଜପୁରରେ ରବୀନ୍ଦ୍ର ନାରାୟଣ ବେହେରାଆଗୁଆ ରହିଛନ୍ତି। ସେହିପରି ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ବଲାଙ୍ଗୀର, କଳାହାଣ୍ଡିରେ ମଧ୍ୟ ଆଗୁଆ ରହିଛି ବିଜେପି।

 

Pradeep Panigrahi: ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧିକ ଭୋଟ

Pradeep Panigrahi:ଭିକେ ପାଣ୍ଡିଆନଙ୍କ ବିରୁଦ୍ଧରେ ପ୍ରଥମେ ସ୍ୱର ଶାଣିତ କରି ଚର୍ଚ୍ଚାକୁ ଆସିଥିବା ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ବିଜେଡି ପ୍ରାର୍ଥୀଙ୍କଠାରୁ ଆଗୁଆ ରହିଛନ୍ତି। ସେ ସମୁଦାୟ ୧୩୯୭୧ ଖଣ୍ଡ ଭୋଟ ପାଇଥିବା ବେଳେ ୧୩୯୩ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗୁଆ ଅଛନ୍ତି। ଦିନ ୧୦ଟା ସୁଦ୍ଧା ନିର୍ବାଚନ କମିଶନଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର  ବିଜେପି  ରାଜ୍ୟର ୨୧ରୁ ୧୬ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଆଗୁଆ ରହିଥିବା ଜଣାପଡ଼ିଛି। 

ପୁରୀରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ନିକଟତମ ପ୍ରତିଦ୍ୱିନ୍ଦ୍ୱୀ ଅରୂପ ପଟ୍ଟନାୟକଙ୍କଠାରୁ ୭୦୩୦ ଭୋଟରେ ଆଗୁଆ ରହିଛନ୍ତି।  ଏଠାରୁ ଗତ ନିର୍ବାଚନରେ ପିନାକୀ ମିଶ୍ର  ବିଜେଡି ଟିକଟରେ ବିଜଜୟଲାଭ କରିଥିଲେ। ରାଜ୍ୟର ଉପକୂର ଅଞ୍ଚଳରେ ବିଜେପିକୁ ଲୋକେ ଅଧିକ ଭୋଟ୍‍ ଦେଇଥିବା ପ୍ରଥମ ରାଉଣ୍ଡରୂସୂଚନା ମିଳୁଛି। ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ, ଜଗତସିଂହପୁରରେ ବିଭୁ ପ୍ରସାଦ ତରାଇ, କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା, କଟକରେ ଭର୍ତ୍ତୃହରି ମହତାବ ମାତ୍ର ୨୦ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। 

ବାଲେଶ୍ୱରରେ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ଭଦ୍ରକରେ ଅଭିମନ୍ୟୁ ସେଠୀ, ଯାଜପୁରରେ ରବୀନ୍ଦ୍ର ନାରାୟଣ ବେହେରାଆଗୁଆ ରହିଛନ୍ତି। 
ସେହିପରି ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ବଲାଙ୍ଗୀର, କଳାହାଣ୍ଡିରେ ମଧ୍ୟ ଆଗୁଆ ରହିଛି ବିଜେପି।

Add Zee News as a Preferred Source
About the Author