Rakhi Sawant Adil Khan Wedding: ବଲିଉଡର ଡ୍ରାମା କୁଇନ କୁହାଯାଉଥିବା ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କୁ କିଏ ବା ନାଣେ । ଆଜିକାଲି ସେ ନିଜ ମନ୍ତବ୍ୟ କି ଅତରଙ୍ଗୀ ପୋଷାକ ପାଇଁ ନୁହେଁ। ନିଜର ପ୍ରେମିକ ତଥା ପତି ଆଦିଲ ଙ୍କୁ ନେଇ ବର୍ତ୍ତମାନ ସେ ଅଧିକ ଚର୍ଚ୍ଚାରେ ରହିଛନ୍ତି । ରାକ୍ଷୀ ସାଓ୍ବନ୍ତ ତାଙ୍କ ବିବାହକୁ ନେଇ ବର୍ତ୍ତମାନ ଲାଇମଲାଇଟରେ ରହୁଛନ୍ତି । ନିକଟରେ ଏକ ଖବର ପ୍ରକାଶ ପାଇଥିଲା ଯେ, ରାକ୍ଷୀଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀ (ଆଦିଲ ଖାନ) ତାଙ୍କୁ ଠକିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଆଦିଲ ଖାନ ଏହି ପ୍ରସଙ୍ଗକୁ ନେଇ ସେ ମୁହଁ ଖୋଲିଛନ୍ତି । ଏବଂ ସୋସିଆଲ ମିଡିଆରେ ଏଭଳି ଢଙ୍ଗରେ କିଛି ଉତ୍ତର ଦେଇଛନ୍ତି ଯାହା ସମସ୍ତଙ୍କ ସ୍ତବ୍ଧ କରିଦେଇଛି । 


COMMERCIAL BREAK
SCROLL TO CONTINUE READING

ଆଦିଲ ରାକ୍ଷୀଙ୍କ ସହ ବିବାହ କରିଥିବା ନେଇ ମାନିଲେ:
 ଗୋଟିଏ ଦିନ ପୂର୍ବରୁ ରାକ୍ଷୀ ସାୱନ୍ତଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ରାକ୍ଷୀ କାନ୍ଦୁଥିବା ଦେଖିବାକୁ ମିଳିଥିଲା ​​| ଏବଂ ରାକ୍ଷୀ କହିଥିଲେ ଯେ ଆଦିଲ ତାଙ୍କୁ ବିବାହ କରିବା  ପରେ ପ୍ରତାରଣା କରିଛନ୍ତି । ଏବଂ ତାଙ୍କ ସ୍ୱାମୀ ଆଦିଲ ଖାନ ତାଙ୍କ ସହ ବିବାହ କରିଛନ୍ତି କିନ୍ତୁ ବର୍ତ୍ତମାନ ସମାଜ ଆଗରେ ସେ ତାଙ୍କ ବିବାହ କଥାକୁ ସ୍ବୀକାର କରୁ ନାହାଁନ୍ତି । 


ଏନେଇ ଆଜି (ନଭେମ୍ବର ୧୬) ଆଦିଲ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ  ଆଦିଲ ଉଭୟଙ୍କ(ଆଦିଲ-ରାକ୍ଷୀ) ବିବାହର ଫଟୋ ସେୟାର କରିଛନ୍ତି। ଆହୁରି ମଧ୍ୟ ଏହି ଫଟୋର କ୍ୟାପସନରେ ଆଦିଲ ଖାନ ଲେଖିଛନ୍ତି- 'ମୁଁ କଦାପି କହି ନାହିଁ ଯେ ମୁଁ ତୁମକୁ ବିବାହ କରି ନାହିଁ। କେବଳ କିଛି ପ୍ରତିବନ୍ଧକ ମୋ ପାଇଁଥିଲା , ତେଣୁ ଚୁପ୍ ରହିବାକୁ ପଡିଥିଲା। ରାକ୍ଷୀ ସାୱନ୍ତ,ନବ ବିବାହିତ ଦାମ୍ପତ୍ୟ ଜୀବନ ପାଇଁ ଅନେକ ଅନେକ ଶୁଭେଚ୍ଛା।'


 




 


ରାକ୍ଷୀଙ୍କୁ ପ୍ରତାରଣା କରିଥିବା ନେଇ ଆଦିଲ୍ କଲେ ଅସ୍ବୀକାର:
ତେବେ, ଆଦିଲଙ୍କ ଏଭଳି ପୋଷ୍ଟ ରାକ୍ଷୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି । ଏବଂ ରାକ୍ଷୀଙ୍କୁ ଆଦିଲ ପ୍ରତାରଣା କରି ନାହାଁନ୍ତି ବୋଲି ଏଥିରୁ ସ୍ପଷ୍ଟ ଜଣାପଡୁଛି ।  ତେବେ ଆଦିଲଙ୍କ ଏହି ପ୍ରତିକ୍ରିୟା ପରେ ବର୍ତ୍ତମାନ ସମସ୍ତେ ରାଖୀ ସାୱନ୍ତଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛନ୍ତି।



ଗତ କିଛି ଦିନ ତଳେ ରାକ୍ଷୀ ଓ ଆଦିଲଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋରେ ଦେଖିବାକୁ ମିଳିଥିଲା ଯେ, ରାକ୍ଷୀ ଓ ଆଦିଲ ବିବାହ କରିଛନ୍ତି । ଏବଂ ଉଭୟଙ୍କ ବେକରେ ଫୁଲମାଳ ମଧ୍ୟ ପଡିଛି ।  ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ରାକ୍ଷୀ, ଆଦିଲଙ୍କ ସହ କୋର୍ଟରେ ବିବାହ କରିଛନ୍ତି।  ଇସଲାମିକ ରୀତିନୀତି ଅନୁଯାୟୀ ମଧ୍ୟ ଏହି ଦମ୍ପତିଙ୍କ ବିବାହ ହୋଇଥିଲା। ସାର୍ଟିଫିକେଟ୍ ଅନୁଯାୟୀ, ରାକ୍ଷୀ ଏବଂ ଆଦିଲଙ୍କ ବିବାହ ଗତ ୨୯ ମଇ ୨୦୨୨ ରେ ହୋଇଥିଲା। ଆମେ ଆପଣଙ୍କୁ କହିବୁ ଯେ ଆଦିଲ ଖାନ ଦୁରାନୀ ରାକ୍ଷୀ ସାୱନ୍ତଙ୍କଠାରୁ ୬ ବର୍ଷ ସାନ ଓ ସେ ଜଣେ ବ୍ୟବସାୟୀ ଅଟନ୍ତି ।


Also Read: Bollywood Stars Live In Relationships: ବିବାହ ପୂର୍ବରୁ ବାପା ହୋଇଛନ୍ତି ବଲିଉଡର ଏହି ଅଭିନେତା, ଦେଖନ୍ତୁ ତାଲିକା