Ramadan 2024 Date: ଇସଲାମ ଧର୍ମର କ୍ୟାଲେଣ୍ଡର ଅନୁସାରେ ନବମ ମାସ ହେଉଛି ରମଜାନ। ଇସଲାମ ଧର୍ମରେ ରମଜାନ ମାସକୁ ସବୁଠାରୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ଏହି ମାସରେ "ରୋଜା" ଅର୍ଥାତ ଉପବାସ ରଖାଯାଇଥାଏ। ରମଜାନ ମାସରେ ମୁସଲମାନ ଦିନସାରା ଉପବାସ ରଖିଥାନ୍ତି। ଇସଲାମୀୟ ଧାର୍ମିକ ମାନ୍ୟତା ଅନୁସାରେ ୫ ପବିତ୍ର କର୍ତ୍ତବ୍ୟ ମଧ୍ୟରୁ ରମଜାନ ସମୟରେ ରୋଜା ରଖିବା ଏକ ପ୍ରମୁଖ କାର୍ୟ୍ୟ ଭାବରେ  ବିବେଚନା କରାଯାଏ। କୁହାଯାଏ ଯେ ରମଜାନ ମାସରେ ସର୍ବଶକ୍ତିମାନ ଆଲ୍ଲାଙ୍କ ନିକଟରେ କରାଯାଉଥିବା ପ୍ରାର୍ଥନା ଅଧିକ ଫଳପ୍ରଦ ହୋଇଥାଏ। ରମଜାନ ମାସର ଶେଷ ଦିନରେ ଇଦ୍-ଉଲ୍-ଫିତର ପାଳିତ ହୋଇଥାଏ। ଚଳିତ ବର୍ଷ ରମଜାନ ମାସ କେବେ ଆରମ୍ଭ ହେବ ସେ ସମ୍ପର୍କରେ ଜାଣନ୍ତୁ।


COMMERCIAL BREAK
SCROLL TO CONTINUE READING

କେବେ ହେବ ରମଜାନ ମାସର ପ୍ରଥମ ରୋଜା?
ଇସଲାମ ଧର୍ମରେ (Islam Religion) ପ୍ରତ୍ୟେକ ପର୍ବ (Festival of Islam Religion) ଚନ୍ଦ୍ର ସହ ଜଡ଼ିତ (Importance of Crescent Moon in Islam) ସମୟ ଉପରେ ନିର୍ଭର କରିଥାଏ। ଚନ୍ଦ୍ର ଦୃଶ୍ୟମାନ ହେବା ପରେ କେଉଁ ପର୍ବ କେବେ ପାଳିତ ହେବ ତାହାର ପ୍ରକୃତ ତାରିଖ ଜଣା ପଡିଥାଏ। ଯଦି ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖରେ ଚନ୍ଦ୍ର ଦେଖାଯାଏ, ତାହେଲେ ମାର୍ଚ୍ଚ ୧୨ ତାରିଖରେ ପ୍ରଥମ ରୋଜା ରଖାଯିବ। ପ୍ରଥମ ରୋଜା ସେହି ଦିନ ସକାଳ ୫:୦୪ ସମୟରେ ରଖାଯିବ। ଇଫତାର (Iftar in Ramadan) ସନ୍ଧ୍ୟା ୬:୨୩ ସମୟରେ କରାଯିବ।


ଇସଲାମ ଧର୍ମରେ ସହରୀ ଏବଂ ଇଫତାର କ'ଣ? 
ଇସଲାମ ଧର୍ମରେ ପବିତ୍ର ମାସ (Religious Month in Islam) କୁହାଯାଉଥିବା ରମଜାନ ସମୟରେ (Ramadan Month in Islamic Calendar) ମୁସଲମାନ ଉପବାସ (Fasting during Ramadan) ରଖିଥାନ୍ତି। ଯାହାକୁ "ରୋଜା" (Roza during Ramadan) କୁହାଯାଏ। ରମଜାନ ସମୟରେ ଉପବାସ ପକ୍ରିୟା ସୂର୍ଯ୍ୟୋଦୟ ପୂର୍ବରୁ ଆରମ୍ଭ ହୋଇଥାଏ। ଏହି ସମୟରେ ସହରୀ (Sehri during Ramadan) କରିବାକୁ ହୋଇଥାଏ। ସହରୀ ସମୟରେ ନମାଜ ପଢିବା ସହ ଖାଦ୍ୟ ପାନୀୟ ଗ୍ରହଣ କରାଯାଇଥାଏ। ସହରୀ ଶେଷ ହେବା ପରେ ଦିନ ସାରା ଉପବାସ ରଖିବାକୁ ହୋଇଥାଏ। ଏହି ସମୟରେ କୌଣସି ମୁସଲମାନ ଖାଦ୍ୟ ପାନୀୟ ଗ୍ରହଣ ଗ୍ରହଣ କରନ୍ତି ନାହିଁ। ସନ୍ଧ୍ୟାବେଳେ ସୂର୍ଯ୍ୟାସ୍ତ ହେବା ପରେ ମୁସଲମାନ ଖଜୁରୀ (Date Palm Eating Tradition in Roza Ramadan) ଖାଇ ରୋଜା ଭାଙ୍ଗିଥାନ୍ତି। ଏହା ପରେ ଯାଇ କୌଣସି ପ୍ରକାରର ଖାଦ୍ୟ ପାନୀୟ ଗ୍ରହଣ କରିଥାନ୍ତି ମୁସଲମାନ।


(ସତର୍କତା: ଉପରୋକ୍ତ ତଥ୍ୟ ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ। Zee Odisha ଏହାକୁ ନିଶ୍ଚିତ କରେ ନାହିଁ।)