Ravi Shastri predicted: ନୂଆଦିଲ୍ଲୀ: ପାକିସ୍ତାନ ଖେଳାଳିଙ୍କୁ (Pakistan Players) ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ଭାରତର ପୂର୍ବତନ କୋଚ (Former Coach) ରବି ଶାସ୍ତ୍ରୀ (Ravi Shastri)। ପାକିସ୍ତାନର (Pakistan) ପେସର (Spacer) ଶାହିନ ଆଫ୍ରିଦିଙ୍କୁ (Shaheen Afridi) ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ରବି ଶାସ୍ତ୍ରୀ (Ravi Shastri)। ରବି ଶାସ୍ତ୍ରୀ (Ravi Shastri) କହିଛନ୍ତି କି ପାକିସ୍ତାନର ଏହି ପୂର୍ବତନ କ୍ରିକେଟର ଦୀର୍ଘଦିନ ଧରି ଘରୋଇ କ୍ରିକେଟ ଖେଳିନାହାନ୍ତି। ବର୍ତ୍ତମାନ ସ୍ଥିତିରେ ମଧ୍ୟ ସେ ସମ୍ପୂର୍ଣ୍ଣ ଫିଟ ହୋଇ ନାହାନ୍ତି। ତାଙ୍କର ଏହି ପରିବର୍ତ୍ତନ ଅତ୍ୟନ୍ତ ଖାମଖିଆଲି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ବର୍ତ୍ତମାନ ସେ ଏହି ଟୁର୍ଣ୍ଣାମେଣ୍ଟରେ କିଛି ଖାସ ପ୍ରଦର୍ଶନ କରିପାରିନାହାନ୍ତି ବୋଲି ସେ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ କମେଣ୍ଟେଟର ଭୂମିକା ତୁଲାଉଥିବା ରବି ଶାସ୍ତ୍ରୀ କହିଛନ୍ତି ଯେ ଟି-୨୦ ବିଶ୍ୱକପ ପରେ ଶାହିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇପାରନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶାସ୍ତ୍ରୀ କହିଛନ୍ତି, 'ମୁଁ ଭାବୁଛି ସେ ଯନ୍ତ୍ରଣା ଭୋଗୁଛନ୍ତି। ବର୍ତ୍ତମାନ ସେ ଫିଜିକାଲି ଫିଟ ନାହାନ୍ତି ବୋଲି ମୁଁ ଭାବୁଛି ବୋଲି ଶାସ୍ତ୍ରୀ କହିଛନ୍ତି। ତରବରିଆ ଭାବେ ତାଙ୍କର ପ୍ରତ୍ୟାବର୍ତ୍ତନ ହୋଇଛି। ତାଙ୍କ ଠାରୁ ଦଳ ଅଧିକ କିଛି ଆଶା ରଖିଛି ବୋଲି ସେ କହିଥିଲେ। 


ସୂଚନାଯୋଗ୍ୟ ପାକିସ୍ତାନ ତିନୋଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ବିଜୟ ହାସଲ ହୋଇଛି। ପ୍ରଥମ ମ୍ୟାଚରେ ଭାରତ ଠାରୁ ୪ ଓ୍ୱିକେଟରେ ହାରିବା ପରେ ଜିମ୍ବାଓ୍ୱେ ଠାରୁ ମାତ୍ର ୧ ରନରେ ହାରିଥିଲା ପାକିସ୍ତାନ। ତେବେ ନେଦରଲ୍ୟାଣ୍ଡ ବିପକ୍ଷରେ ସହଜ ବିଜୟ ହାସଲ କରିନେଇଥିଲା ପାକିସ୍ତାନ। ରବି ଶାସ୍ତ୍ରୀ ପାକିସ୍ତାନର ଫଳାଫଳକୁ ନେଇ କହିଥିଲେ କି ଏହା ବିଶ୍ୱକପ। ତାଙ୍କ ଉପରେ ଚାପ ରହିବା ସ୍ୱଭାବିକ। ଶାହିନଙ୍କୁ ପାକିସ୍ତାନ ଟିମର ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତା ତାଙ୍କୁ ଖେଳାଇବାକୁ ଚାହୁଁଛନ୍ତି। କିନ୍ତୁ ସେ ତାଙ୍କର ନିଜ ଲୟରୁ ବିଚ୍ୟୁତି ହେଉଛନ୍ତି। ମୋତେ ଲାଗୁଛି କି ଏହି ଟୁର୍ଣ୍ଣାମେଣ୍ଟ ପରେ ସେ ଏକ ଲମ୍ବା ଛୁଟିରେ ଯିବେ ବୋଲି ସେ କହିଥିଲେ। 


ସୂଚନାଯୋଗ୍ୟ ଶାହିନ ଆଫ୍ରିଦି ଆଣ୍ଠୁରେ ଆଘାତ ପାଇଁ ଚଳିତ ବର୍ଷ ଖେଳାଯାଇଥିବା ଏସିଆ କପରୁ ବାଦ ପଡ଼ିଥିଲେ। ଏହି ଗୁରୁତର ଆଘାତ ପାଇଁ ସେ ମାସାଧିକାଳ ଇଂଲଣ୍ଡରେ ଚିକିତ୍ସା ହୋଇଥିଲେ। ଏହି ଆଘାତ ସାମାନ୍ୟ ଆଶ୍ୱସ୍ତି ପାଇବା ପରେ ଶାହିନ ସିଧାସଳଖ ବିଶ୍ୱକପ ଖେଳିବାକୁ ଅଷ୍ଟ୍ରେଲିଆ ପହଞ୍ଚିଥିଲେ। 


ଅଧିକ ପଢନ୍ତୁ: IND vs SA: ଦକ୍ଷିଣ ଆଫ୍ରିକାଠୁ ହାରିଲା ଭାରତ, ଏବେ ପାକିସ୍ତାନର କ'ଣ ହେବ; ଜାଣନ୍ତୁ ସେମିଫାଇନାଲ ରେସର ନୂଆ ସମୀକରଣ


ଅଧିକ ପଢନ୍ତୁ: Video leak: ବିସିସିଆଇ ନିକଟରେ ଏହି ଖେଳାଳିଙ୍କ ବିରୋଧରେ କଲେ ଅଭିଯୋଗ, ଲିକ ହେଲା ଭିଡ଼ିଓ


ଅଧିକ ପଢନ୍ତୁ: Zimbabwe Cricketer Salary: ଜିମ୍ବାୱେ କ୍ରିକେଟର ଅବସ୍ଥା ଅତ୍ୟନ୍ତ ଖରାପ, ଖେଳାଳିଙ୍କୁ ମିଳିଥାଏ କେବଳ ଏତିକି ଟଙ୍କା! ଜାଣି ଆପଣ ବି ହେବେ ଚକିତ