RBI Guidelines For Bank Account: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସମୟ ସମୟରେ ବ୍ୟାଙ୍କ ସହ ଜଡିତ ନିୟମ ଓ ଅନ୍ୟାନ୍ୟ ଜିନିଷ ପରିବର୍ତ୍ତନ କରିଥାଏ । ଏହି କ୍ରମରେ ଆରବିଆଇ ବ୍ୟାଙ୍କ ଆକାଉଣ୍ଟ ସହ ଜଡିତ ନିୟମରେ ଅନେକ ପରିବର୍ତ୍ତନ କରିଛି । ଆରବିଆଇ ଗ୍ରାହକଙ୍କ KYC (Know Your Customer) କୁ ନେଇ ସୂଚନା ଅପଡେଟ କରିଛି । କେନ୍ଦ୍ରୀୟ ବ୍ୟାଙ୍କ (RBI) ସମୟ ସମୟରେ ନାଗରିକମାନଙ୍କର KYC ଅପଡେଟ୍ କରିଥାଏ । କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ, ଏକ ନୂଆ KYC ପ୍ରକ୍ରିୟାକୁ ବ୍ୟାଙ୍କ ଶାଖାରେ ବ୍ୟକ୍ତିଗତ ରୂପରେ ବା ଭିଡିଓ ଆଧାରିତ ଗ୍ରାହକ ପରିଚୟ ପ୍ରକ୍ରିୟା (V-CIP) ବ୍ୟବହାର କରି ଅନଲାଇନ ସମ୍ପୂର୍ଣ୍ଣ କରାଯାଇହେବ ।


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁଛୁ ଯେ, ଯଦି ବ୍ୟାଙ୍କରେ ଦାଖଲ ହୋଇଥିବା KYC ଦସ୍ତାବିଜଗୁଡ଼ିକ ଆଧିକାରୀକ ଭାବେ ସ୍ୱୀକୃତିପ୍ରାପ୍ତ ଦସ୍ତାବିଜଚଗୁଡିକର ପାଳନ କରେ ନାହିଁ, ତେବେ ଏକ ନୂତନ KYC ପ୍ରକ୍ରିୟା କିମ୍ବା ଦସ୍ତାବିଜକରଣ କରିବା ଆବଶ୍ୟକତା ହୋଇପାରେ । ସେପଟେ ଡିସେମ୍ବର ୨୦୨୨ରେ ଆରବିଆଇ ଗଭର୍ଣ୍ଣର (RBI Governor) ଶକ୍ତିକାନ୍ତ ଦାସ (Shaktikanta Das) ଙ୍କ ଦ୍ୱାରା ଦିଆଯାଇଥିବା ବୟାନ ଅନୁଯାୟୀ ଗ୍ରାହକମାନେ ସେମାନଙ୍କର ସୂଚନା ଅପଡେଟ୍ କରିବା ପାଇଁ ବ୍ୟାଙ୍କ ଭିଜିଟ୍ କରିବା ଆବଶ୍ୟକ କରନ୍ତି ନାହିଁ ।


 ଆରବିଆଇ ଗଭର୍ଣ୍ଣର (RBI Governor) ଶକ୍ତିକାନ୍ତ ଦାସ (Shaktikanta Das) କହିଛନ୍ତି ଯେ, ଗ୍ରାହକମାନେ ସେମାନଙ୍କର ରି-କେୱାଇସି ଅନଲାଇନରେ ସମ୍ପୂର୍ଣ୍ଣ କରିପାରିବେ । ବ୍ୟାଙ୍କଗୁଡିକ ନିୟମିତ ଭାବରେ ଆରବିଆଇ KYC ନିୟମାବଳୀ ଅନୁଯାୟୀ ସେମାନଙ୍କ ଆକାଉଣ୍ଟଧାରୀଙ୍କ ଗ୍ରାହକଙ୍କ ପରିଚୟ ଡକ୍ୟୁମେଣ୍ଟ ଅପଡେଟ୍ କରିବା ଆବଶ୍ୟକ । ଯେହେତୁ ସମୟ ସମୟରେ ସମୀକ୍ଷା ଓ ଅପଡେଟ୍ କରି ବ୍ୟାଙ୍କଗୁଡିକ ସେମାନଙ୍କର ରେକର୍ଡକୁ ଅପଡେଟ୍ ଓ ପ୍ରାସଙ୍ଗିକ ରଖିବା ଆବଶ୍ୟକ କରନ୍ତି । ତେଣୁ କିଛି ପରିସ୍ଥିତିରେ ଏକ ନୂତନ KYC ପ୍ରକ୍ରିୟା କିମ୍ବା ଡକ୍ୟୁମେଣ୍ଟେସନ୍ କରିବା ଆବଶ୍ୟକ ହୋଇପାରେ, ଯେଉଁଥିରେ ବ୍ୟାଙ୍କ ରେକର୍ଡରେ ଉପଲବ୍ଧ KYC ଡକ୍ୟୁମେଣ୍ଟ୍ ମଧ୍ୟ ସାମିଲ ଅଛି ।


ଅଧିକ ପଢ଼ନ୍ତୁ:-କିଏ ସେ ନିମ୍ କରୋଲି ବାବା, ଯାହାଙ୍କ ଭକ୍ତ ପିଏମ ମୋଦିଙ୍କଠୁ ଆରମ୍ଭ କରି ବିରାଟ କୋହଲି-ମାର୍କ ଜୁକରବର୍ଗଙ୍କ ପରି ପ୍ରସିଦ୍ଧ ବ୍ୟକ୍ତି!


ଅଧିକ ପଢ଼ନ୍ତୁ:-ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା, ୮ ମୃତ


ଅଧିକ ପଢ଼ନ୍ତୁ:-ସରକାର ଦେଲେ ବଡ଼ ଖୁସି ଖବର: ଏହି ମାସରେ ଲାଗୁ ହେବ ପୁରୁଣା ପେନସନ୍ ବ୍ୟବସ୍ଥା, ରଦ୍ଦ ହେବ ନୂଆ ପେନସନ୍ ସିଷ୍ଟମ୍!


 


ଏକ ଆଧିକାରୀକ ପ୍ରକାଶନରେ ଆରବିଆଇ କହିଛି ଯେ, କେତେକ ପରିସ୍ଥିତିରେ ବ୍ୟାଙ୍କଗୁଡିକ KYC ଡକ୍ୟୁମେଣ୍ଟ ରସିଦ କିମ୍ବା ଗ୍ରାହକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆତ୍ମ-ଘୋଷଣାର ନିଶ୍ଚିତତା ପ୍ରଦାନ କରିବା ଆବଶ୍ୟକ । ଅତିରିକ୍ତ ଭାବରେ ଗ୍ରାହକ ଏଥିରୁ କୌଣସି ବି ଚ୍ୟାନେଲ ମାଧ୍ୟମରେ ଏକ ସଂଶୋଧିତ ବା ଅପଡେଟ୍ ଠିକଣା ପ୍ରଦାନ କରିପାରିବେ, କେବଳ ଛୋଟ ଧରଣର ଠିକଣା ପରିବର୍ତ୍ତନ ହେବାର ଅଛି । ଏହା ପରେ ବ୍ୟାଙ୍କକୁ ଦୁଇ ମାସ ମଧ୍ୟରେ ସଂଶୋଧିତ ଠିକଣା ଯାଞ୍ଚ କରିବାକୁ ପଡିବ ।