RBI Repo Rate Hike: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ନୂଆ ବର୍ଷରେ ରେପୋ ରେଟ୍ (Repo Rate) ବୃଦ୍ଧି କରି କୋଟି କୋଟି ଦେଶବାସୀଙ୍କୁ ଝଟକା ଦେଇଛି । ଋଣ ନୀତିରେ ପରିବର୍ତ୍ତନ ଆଣି କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରକୁ ୦.୨୫ ପ୍ରତିଶତ ବୃଦ୍ଧି କରିଛି । ଆରବିଆଇ ଗଭର୍ଣ୍ଣର (RBI Governor) ଶକ୍ତିକାନ୍ତ ଦାସ (Shaktikanta Das) ଆରବିଆଇର ମୁଦ୍ରା ସମୀକ୍ଷା ନୀତି (RBI Monetary Policy) ପରେ ରେପୋ ରେଟ (Repo Rate) ରେ ଏହି ପରିବର୍ତ୍ତନ ଘୋଷଣା କରିଛି । ରେପୋ ରେଟରେ ୨୫ ବେସିକ ପଏଣ୍ଟ ବୃଦ୍ଧି ପରେ ଏହା ୬.୫୦ ପ୍ରତିଶତକୁ ବୃଦ୍ଧି ପାଇଛି । ପୂର୍ବରୁ ରେପୋ ରେଟ୍ ୬.୨୫ ପ୍ରତିଶତ ଥିଲା । ଏହାପୂର୍ବରୁ ତିନି ଦିନ ଧରି ଚାଲିଥିବା ମୁଦ୍ରା ସମୀକ୍ଷା ନୀତିର ବୈଠକ ଆଜି ଅର୍ଥାତ ଫେବୃଆରୀ ୨ରେ ଶେଷ ହୋଇଛି ।


COMMERCIAL BREAK
SCROLL TO CONTINUE READING

ଆରବିଆଇ ଗଭର୍ଣ୍ଣର (RBI Governor) ଶକ୍ତିକାନ୍ତ ଦାସ (Shaktikanta Das) କହିଛନ୍ତି ଯେ, ଗତ ତିନିବର୍ଷ ମଧ୍ୟରେ ବିଭିନ୍ନ ଚ୍ୟାଲେଞ୍ଜ ଯୋଗୁଁ ସାରା ଦୁନିଆର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ପାଇଁ ମୁଦ୍ରା ନୀତି ସ୍ତରରେ ଏକ ଚ୍ୟାଲେଞ୍ଜ ଆସିଛି । ଏହାପୂର୍ବରୁ ଡିସେମ୍ବର ୭ରେ ଆରବିଆଇ ତରଫରୁ ରେପୋ ରେଟ୍ ୩୫ ବେସିକ୍ ପଏଣ୍ଟକୁ ବୃଦ୍ଧି କରାଯାଇଥିଲା । ରେପୋ ରେଟରେ ବୃଦ୍ଧି ଗ୍ରାହକଙ୍କୁ ବ୍ୟାଙ୍କଗୁଡିକ ଦେଇଥିବା ଋଣର ସୁଧ ହାର ଉପରେ ସିଧାସଳଖ ପ୍ରଭାବ ପକାଇବ । ଏହି କାରଣରୁ ଗ୍ରାହକମାନଙ୍କୁ ପୂର୍ବ ଅପେକ୍ଷା ଅଧିକ EMI ଦେବାକୁ ପଡିବ । ବଢୁଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଆରବିଆଇ (RBI) ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି ।


ମେ ୨୦୨୨ ଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ରେଟ (Repo Rate Hike) କୁ ୬ ଥର ବୃଦ୍ଧି କରିସାରିଛି । ମୋଟ ଉପରେ ଏହି ସମୟ ମଧ୍ୟରେ ୨.୫୦ ପ୍ରତିଶତ ବୃଦ୍ଧି ଘଟିଛି । MPC ର ସୁପାରିଶକୁ ଆଧାର କରି ପ୍ରଥମ ଥର ପାଇଁ ଆରବିଆଇ ରେପୋ ରେଟକୁ ମେ ୪ରେ ୦.୪ ପ୍ରତିଶତ, ଜୁନ୍ ୮ରେ ୦.୫ ପ୍ରତିଶତ, ଅଗଷ୍ଟ ୫ରେ ୦.୫ ପ୍ରତିଶତ, ସେପ୍ଟେମ୍ବର ୩୦ରେ ୦.୫ ପ୍ରତିଶତ ଏବଂ ଡିସେମ୍ବର ୭ରେ ୦.୩୫ ପ୍ରତିଶତ ବୃଦ୍ଧି କରିଛି । ରେପୋ ରେଟରେ ବୃଦ୍ଧିର ପ୍ରଭାବ ହୋମ୍ ଲୋନ୍ Home Loan), କାର ଋଣ (Car Loan) ଏବଂ ବ୍ୟକ୍ତିଗତ ଋଣ (Personal Loan) ର EMI କୁ ପ୍ରଭାବିତ କରିବ । 


୨୦୨୨-୨୩ ଆର୍ଥିକ ବର୍ଷରେ ଆର୍ଥିକ ଅଭିବୃଦ୍ଧି ହାର ୭ ପ୍ରତିଶତ ବୋଲି ଆକଳନ କରାଯାଇଛି । ରେପୋ ରେଟ (Repo Rate Hike) ରେ ବୃଦ୍ଧି ଋଣର ମୂଲ୍ୟ ବୃଦ୍ଧି କରିବ । ଯଦି ବ୍ୟାଙ୍କଗୁଡ଼ିକରୁ ଟଙ୍କା ମହଙ୍ଗା ମିଳିବ, ତେବେ ଋଣର ସୁଧ ହାର ମଧ୍ୟ ବୃଦ୍ଧି ପାଇବ । ବ୍ୟାଙ୍କଗୁଡିକ ଏହି ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ ।


ଅଧିକ ପଢ଼ନ୍ତୁ:-ଖୁସି ଖବର! ବରିଷ୍ଠ ନାଗରିକମାନେ ବର୍ତ୍ତମାନ ମାଗଣାରେ କରିପାରିବେ ବିମାନ ଯାତ୍ରା, ସରକାର କଲେ ଘୋଷଣା


ଅଧିକ ପଢ଼ନ୍ତୁ:-ପୁରୁଣା ପେନସନକୁ ନେଇ ସଂସଦରେ ହେଲା ବଡ଼ ଖୁଲାସା, ସରକାର କଲେ ଏହି ଘୋଷଣା!


ଅଧିକ ପଢ଼ନ୍ତୁ:-ବାହାଘରର ପ୍ରଥମ ରାତିରେ କ’ଣ ହୋଇଥିଲା? ଦମ୍ପତି ସେୟାର କଲେ ଚଉଠି ରାତିର ଭିଡିଓ