Chhattisgarh Hospital Problem:ସରକାରୀ ଡାକ୍ତରଖାନାରେ ଡାକ୍ତର ନ ମିଳିବାରୁ ଜଣେ ରୋଗୀଙ୍କ ସମ୍ପର୍କୀୟ ଯାହା କରିଛନ୍ତି ତାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଚିକିତ୍ସା ଲାଗି ଜଣେ ରୋଗୀଙ୍କୁ ଷ୍ଟ୍ରେଚର ରେ ନେଇ ଡାକ୍ତରଙ୍କ ଘରେ ପହଞ୍ଚିଛନ୍ତି ସମ୍ପର୍କୀୟ। ଛତିଶଗଡର କୋରିୟା  ଜିଲ୍ଲାର ଦେଖିବାକୁ ମିଳିଛି ଏଭଳି ଘଟଣା। 


COMMERCIAL BREAK
SCROLL TO CONTINUE READING

ଜଣେ ରୋଗୀଙ୍କୁ ଷ୍ଟ୍ରେଚର ରେ ନେଇ ତାଙ୍କର ସମ୍ପର୍କୀୟ ଡାକ୍ତରଙ୍କ ଘରେ ପହଞ୍ଚିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାର ଭିଡି଼ଓ ଭାଇରାଲ ହେବାରେ ଲାଗିଛି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା କିପରି ଚାଲିଛି ତାହାର ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳିଛି।


କୋରିୟା ଜିଲ୍ଲାର ବୈକୁଣ୍ଠପୁର ସ୍ଥିତ ସରକାରୀ ଡାକ୍ତରଖାନାରେ ଡାକ୍ତର ଉପଲବ୍ଧ ନଥିଲେ। ଏହା ପରେ ଜଣେ ରୋଗୀଙ୍କୁ ତାଙ୍କ ସମ୍ପର୍କୀୟ ଷ୍ଟ୍ରେଚର ଯୋଗେ ନେଇ ଡାକ୍ତରଙ୍କ ଘରେ ପହଞ୍ଚିଥିଲେ। ଏହି ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ କୋରିୟା ଜିଲ୍ଲା ଡାକ୍ତରଖାନା ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଏନେଇ  ପ୍ରତିକ୍ରିୟା ରଖି ସିଭିଲ ସର୍ଜନ ଏଲ.ଧ୍ରୂବ କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ ବୈକୁଣ୍ଠପୁର ଜିଲ୍ଲା ଡାକ୍ତରଖାନାରେ ଜଣେ ନାମୀ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରିବାକୁ ଚାହୁଁଥିଲେ। କାହାକୁ କିଛି  ନ କହି ସମ୍ପର୍କୀୟ ଷ୍ଟ୍ରେଚର ଯୋଗେ ରୋଗୀଙ୍କୁ ନେଇ ଡାକ୍ତରଙ୍କ ଘରେ ପହଞ୍ଚି ଯାଇଥିଲେ। 


Also Read: ପବନ ଭରିବା ବେଳେ ଫାଟିଲା ଜେସିବି ଚକ; ୨ ମୃତ


 


ଡାକ୍ତର ରୋଗୀଙ୍କୁ ଦେଖିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ କହିଥିଲେ। ରୋଗୀଙ୍କ ଚିକିତ୍ସା ଡାକ୍ତରଖାନାରେ ଚାଲିଛି। ଡାକ୍ତରଖାନା ଓପିଡି ବନ୍ଦ ହେବା ପରେ ଏଭଳି ଘଟଣା ଘଟିଛି। ଦିନ ଗୋାଟାଏ ବେଳେ ଓପିଡି଼ ବନ୍ଦ ହୋଇଥାଏ। ମାତ୍ର ରୋଗୀଙ୍କ ସହ ତାଙ୍କର ସମ୍ପର୍କୀୟ ସାଢେ ଗୋଟାଏ ବେଳେ ଡାକ୍ତରଖାନାରେ ପହଞ୍ଚିଥିଲେ। ମାତ୍ର ସେତେବେଳକୁ ଓପିଡି଼ ବନ୍ଦ ହୋଇଯାଇଥିବାରୁ ରୋଗୀଙ୍କ ସମର୍କୀୟ ତାଙ୍କୁ ଏକ ଷ୍ଟ୍ରେଚର ଯୋଗ ନେଇ ଡାକ୍ତରଙ୍କ ଘରେ ପହଞ୍ଚିଥିଲେ।