Changes from 1st june 2024: ଆଉ ୪ ଦିନ ପରେ ଆରମ୍ଭ ହେବ ଜୁନ୍ ମାସ। ବର୍ଷର ଏହା ହେଇଛି ଷଷ୍ଠ ମାସ। ଆସନ୍ତା ମାସ ୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏହା ପରେ ଦେଶ ଓ ରାଜ୍ୟରେ ନୂଆ ସରକାର ଗଢାଯିବ। ଯାହା ଆସନ୍ତା ୫ ବର୍ଷ ପାଇଁ। ଏନେଇ ଆସନ୍ତା ମାସରେ ଆର୍ଥିକ ସ୍ଥିତିରେ କୌଣସି ସୁଧାର ଆସିପାରେ। ଯାହା ସାଧାରଣ ଲୋକଙ୍କ ପକେଟ୍ କୁ ପ୍ରଭାବିତ କରିବ। ତେବେ, ଆସନ୍ତୁ ଜାଣିବା ଆସନ୍ତା ଜୁନ୍ ରୁ କେଉଁ ସବୁ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। 


COMMERCIAL BREAK
SCROLL TO CONTINUE READING

ALSO READ: Train Cancelled: ବାତ୍ୟା 'ରେମାଲ୍' ପାଇଁ ବାତିଲ୍ ହେଲା ଏହି ସବୁ ଟ୍ରେନ୍, ଦେଖନ୍ତୁ ପୂରା ତାଲିକା


ଟ୍ରାଫିକ୍ ନିୟମରେ ପରିବର୍ତ୍ତନ ହେବ:
ଜୁନ୍ ଆରମ୍ଭରୁ ଟ୍ରାଫିକ୍ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତା ମାସରୁ ନୂତନ ଡ୍ରାଇଭିଂ ଲାଇସେନ୍ସ ନିୟମ ଲାଗୁ ହେବ। ଯଦି କୌଣସି ବ୍ୟକ୍ତି ଏହି ନିୟମ ଉଲ୍ଲଂଘନ କରନ୍ତି।  ତେବେ ତାଙ୍କୁ ଭାରି ଜୋରିମାନା ଦେବାକୁ ପଡିବ । ନୂତନ ନିୟମ ଅନୁଯାୟୀ, ବିନା ଲାଇସେନ୍ସରେ ଗାଡି ଚଳାଇବା ଦ୍ୱାରା ୧୦୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ। ଏହା ବ୍ୟତୀତ ଯଦି, ଜଣେ ନାବାଳକ ଗାଡି ଚଳାଉଥିବାର ଦେଖାଯାଏ। ତେବେ ତାଙ୍କୁ ୨୫, ୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ। ବର୍ତ୍ତମାନ ଦେଶରେ ଡ୍ରାଇଭିଂ କିମ୍ବା ଲାଇସେନ୍ସ ପାଇବା ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ । ଯଦି ଜଣେ ନାବାଳକ ଏହା କରେ, ସେ ୨୫ ବର୍ଷ ବୟସ ନ ହେବା ପର୍ଯ୍ୟନ୍ତ ଲାଇସେନ୍ସ ପାଇପାରିବେ ନାହିଁ । 


ୟୁଆଇଡିଏଆଇ (UIDAI)ରେ ଲୋକେ ବିଶେଷ ସୁବିଧା ପାଇବ:
ୟୁଆଇଡିଏଆଇ (UIDAI)ସାଧାରଣ ଲୋକଙ୍କୁ ଏକ ବଡ଼ ଆରାମ ଦେବାକୁ ଯାଉଛି। ଏଥିରେ ଫ୍ରିରେ ଅନଲାଇନ ଆଧାର ଅପେଡଟ ର ତାରିଖ ୧୪ ଜୁନ କୁ ଘୁଞ୍ଚାଇଦେଇଛି। ଯଦି ଆପଣ ଅନଲାଇନ୍ ରେ ଆଧାର ଅପଡେଟ୍ କରୁଛନ୍ତି। ତେବେ ଏଥିପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ। ଯଦି କେହି ଆଧାର କେନ୍ଦ୍ରକୁ ଯାଆନ୍ତି ଏବଂ ତାଙ୍କର ଆଧାର କାର୍ଡ ଅପଡେଟ୍ ହୁଏ, ତେବେ ତାଙ୍କୁ ଅପଡେଟ୍ ପାଇଁ ୫୦ ଟଙ୍କା ଦେବାକୁ ପଡିବ ।


ଏଲପିଜି ଦର ମୂଲ୍ୟ ପରିବର୍ତ୍ତନ ହୋଇପାରେ :
ସାଧାରଣତଃ ପ୍ରତ୍ୟକ ମାସ ଆରମ୍ଭରୁ ଘରୋଇ ଏବଂ ବାଣିଜ୍ୟକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ହୋଇଥାଏ। ମାସର ପ୍ରଥମ ଦିନରେ ଦେଶର ତୈଳ କମ୍ପାନୀ ଗୁଡିକ ଘରୋଇ ଏବଂ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି। ତେଣୁ ଜୁନ୍ ୧ ରେ ଉଭୟ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ହୋଇପାରେ । ମାର୍ଚ୍ଚ ୯ ରେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଶେଷ ହ୍ରାସ ଦେଖିବାକୁ ମିଳିଥିଲା। ଏଥି ସହିତ ଗତ ମାସରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଶସ୍ତା ହୋଇଯାଇଥିଲା।