S Jaishankar On Crude Oil: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର (S Jaishankar) ମଙ୍ଗଳବାର ମସ୍କୋରେ କହିଛନ୍ତି ଯେ, ଋଷ (Russia) ରୁ ତେଲ କିଣିବା ଭାରତ ପାଇଁ ଲାଭଦାୟକ ଓ ଭାରତ ଏହା ଜାରି ରଖିବ । ମସ୍କୋରେ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ (Sergei Lavrov) ଙ୍କ ସହ ଏକ ସାକ୍ଷାତକାରରେ ଏସ ଜୟଶଙ୍କର ଏହି ବିୟାନ ଦେଇଛନ୍ତି । ଯାହାକୁ ଆମେରିକା ପରି ପାଶ୍ଚାତ୍ୟ ଦେଶଗୁଡିକର ପାଇଁ ଜବାବ ଭାବରେ ଦେଖାଯାଉଛି । ପାଶ୍ଚାତ୍ୟ ଦେଶମାନେ (Western Countries) ଲଗାତର ଋଷରୁ ତେଲ (Crude Oil) ନ କିଣିବା ପାଇଁ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି । ଜୟଶଙ୍କର ଅତୀତରେ ଅନେକ ଥର ବୈଶ୍ୱିକ ମଞ୍ଚରୁ ଭାରତ-ଋଷ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଥିବା ଲୋକଙ୍କୁ  ଜବାବ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

 ସେପଟେ ଆମେରିକା (America) ସହ ତିକ୍ତ ସମ୍ପର୍କ ରଖିଥିବା ଚୀନ (China) ଭାରତୀୟ ବୈଦେଶିକ ମନ୍ତ୍ରୀ (S Jaishankar) ଙ୍କ ବୟାନକୁ ପସନ୍ଦ କରିଛି । ଏସ ଜୟଶଙ୍କରଙ୍କ ବୟାନକୁ ପ୍ରଶଂସା କରି ଗ୍ଲୋବାଲ ଟାଇମ୍ସ (Global Times) ସାମ୍ବାଦିକ ହୁ ଶିଜିନ ଏକ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, "ଭାରତ ଏକ ସ୍ୱତନ୍ତ୍ର କୂଟନୈତିକ ଦେଶ, ଯାହା ସାରା ବିଶ୍ୱରେ ନିଜର ପ୍ରଭାବ ବଢ଼ାଇବା ପାଇଁ ଏହା ଲାଗି ଦ୍ୱାର ଖୋଲିଥାଏ । ଏହା ଆଶା କରାଯାଇପାରେ ଯେ ଭାରତର ବ୍ୟାପକ ଅନ୍ତର୍ଜାତୀୟ ପ୍ରଭାବ ଆମେରିକାକୁ ଛାଡ଼ି ଅନେକ ପାଶ୍ଚାତ୍ୟ ଦେଶ ଠାରୁ ଆଗକୁ ଯିବ ।" ଏଠାରେ କହି ରଖୁଛୁ ଯେ, ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ (Russia-Ukraine War) ଚଳିତ ବର୍ଷ ଫେବୃଆରୀରେ ଆରମ୍ଭ ହୋଇଥିଲା । ଏହା ପରେ ଋଷ ଉପରେ ଗୋଟିଏ ପରେ ଗୋଟିଏ ଅନେକ କଟକଣା ଲାଗୁ ହେବାକୁ ଲାଗିଲା । କିନ୍ତୁ ନିରପେକ୍ଷ ନୀତି ଅନୁସରଣ କରି ଭାରତ ଋଷରୁ ତୈଳ କ୍ରୟ ଜାରି ରଖିଛି ।


ଅଧିକ ପଢ଼ନ୍ତୁ:-ସେମିଫାଇନାଲ ହାରିବାରୁ ନିରାଶ ୱିଲିୟମସନ; ଦୁଃଖିତ ମନରେ କହିଲେ ଏପରି କିଛି, ତ ବାବର ଆଜମ କହିଲେ...


ଅଧିକ ପଢ଼ନ୍ତୁ:-ଦନୁଷ୍କାଙ୍କ ଅନେକ ଥର କାମନାର ଶିକାର ହୋଇଥିଲେ ପୀଡ଼ିତା, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ


ଅଧିକ ପଢ଼ନ୍ତୁ:-ଭାରତକୁ ଖୋଲା ଚ୍ୟାଲେଞ୍ଜ ଦେଲେ ପାକିସ୍ତାନୀ କୋଚ୍, ଫାଇନାଲକୁ ନେଇ କହିଲେ ଏପରି କିଛି


 


ମିଳିତ ଜାତିସଂଘ (United Nations) ଠାରୁ ଆରମ୍ଭ କରି ଏସସିଓ ପର୍ଯ୍ୟନ୍ତ ମଞ୍ଚରେ ଭାରତ (India) ଯୁଦ୍ଧ ଓ ହିଂସାକୁ ଖୋଲାଖୋଲି ଭାବେ ନିନ୍ଦା କରିଛି । ଋଷ ସହିତ ବାଣିଜ୍ୟିକ ସମ୍ପର୍କ ଯୋଗୁଁ ପାଶ୍ଚାତ୍ୟ ଦେଶମାନେ ଭାରତ ଉପରେ ଅସନ୍ତୋଷ ଅଛନ୍ତି । ଏହି ସମୟରେ ଏସ ଜୟଶଙ୍କର (S Jaishankar) ମଙ୍ଗଳବାର ଦୁଇ ଦିନିଆ ଗସ୍ତରେ ମସ୍କୋରେ ପହଞ୍ଚିଛନ୍ତି । ଭାରତ-ଋଷ ସମ୍ପର୍କ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଅତ୍ୟନ୍ତ ମଜବୁତ ଓ ସମୟ ପରୀକ୍ଷିତ ସମ୍ପର୍କ ରହିଛି । ସେ ଆଗକୁ କହିଛନ୍ତି ଯେ କୋରୋନା ଭାଇରସ୍ ମହାମାରୀ, ଆର୍ଥିକ ଚାପ ଏବଂ ବ୍ୟବସାୟିକ ଅସୁବିଧା ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଉପରେ ବଡ଼ ପ୍ରଭାବ ପକାଇଛି । ବର୍ତ୍ତମାନ ଏହା ଉପରେ ଆମେ ୟୁକ୍ରେନ ଯୁଦ୍ଧ (ukraine War) ର ଫଳାଫଳ ଦେଖୁଛୁ ।