Danushka Gunathilak: ଦନୁଷ୍କାଙ୍କ ଅନେକ ଥର କାମନାର ଶିକାର ହୋଇଥିଲେ ପୀଡ଼ିତା, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ
Advertisement
Article Detail0/zeeodisha/odisha1434155

Danushka Gunathilak: ଦନୁଷ୍କାଙ୍କ ଅନେକ ଥର କାମନାର ଶିକାର ହୋଇଥିଲେ ପୀଡ଼ିତା, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

Danushka Gunathilak: ଶ୍ରୀଲଙ୍କା ଦଳର କ୍ରିକେଟର ଦନୁଷ୍କା ଗୁନାଥିଲାକାଙ୍କୁ ସିଡନୀ ଇଷ୍ଟରୁ ଗିରଫ କରାଯାଇଥିଲା । ସୂଚନା ଅନୁଯାୟୀ, ନଭେମ୍ବର ୪ ତାରିଖ ଦିନ ତାଙ୍କୁ ପୋଲିସ ଗିରଫ କରିଥିଲା । ରବିବାର ସକାଳେ ତାଙ୍କ ବିନା ଶ୍ରୀଲଙ୍କା ଦଳ ସ୍ୱଦେଶକୁ ଫେରିଛି । ତିନି ସପ୍ତାହ ପୂର୍ବେ ଗୁନାଥିଲାକା ଆହତ ହୋଇଥିଲେ । କିନ୍ତୁ ଦନୁଷ୍କା ଗୁନାଥିଲାକାଙ୍କୁ ସ୍ୱଦେଶକୁ ପଠାଇବା ପରିବର୍ତ୍ତେ ମ୍ୟାନେଜମେଣ୍ଟ ତାଙ୍କୁ ଦଳ ସହିତ ରଖିଥିଲା ।

Danushka Gunathilak: ଦନୁଷ୍କାଙ୍କ ଅନେକ ଥର କାମନାର ଶିକାର ହୋଇଥିଲେ ପୀଡ଼ିତା, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

Danushka Gunathilak: ଦୁଷ୍କର୍ମ ମାମଲାରେ ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁନାଥିଲାକା (Danushka Gunathilaka) ଗିରଫ ହୋଇଛନ୍ତି । ସେ ଜଣେ ଅଷ୍ଟ୍ରେଲିଆର ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଏହି ଘଟଣାରେ ଏକ ନୂତନ ଖୁଲାସା ହୋଇଛି । ରିପୋର୍ଟ ଅନୁସାରେ, ପୀଡ଼ିତା ମହିଳା ଦନୁଷ୍କା ଗୁନାଥିଲାକାଙ୍କ ଅନେକ ଥର କାମନାର ଶିକାର ହୋଇଥିଲେ । ଏପରିକି ତାଙ୍କୁ ଗଳା ଚାପି ହତ୍ୟା କରିବାକୁ ପ୍ରୟାସ କରାଯାଇଥିଲା । ଏହି କାରଣରୁ ମହିଳାଙ୍କୁ ବ୍ରେନ୍ ସ୍କାନ ମଧ୍ୟ କରିବାକୁ ପଡ଼ିଛି । ଅଷ୍ଟ୍ରେଲିଆର ଗଣମାଧ୍ୟମ ଅନୁଯାୟୀ, ଦନୁଷ୍କା ଗୁନାଥିଲାକାଙ୍କ ଉପରେ ଯୌନ ଉତ୍ପୀଡ଼ନର ୪ଟି ମାମଲାର ଅଭିଯୋଗ ହୋଇଛି । ତାଙ୍କୁ ଜାମିନ ଦେବାକୁ କୋର୍ଟ ମନା କରି ଦେଇଛନ୍ତି । 

ସେଠାକାର ଏକ ସ୍ଥାନୀୟ କୋର୍ଟର ମାଜିଷ୍ଟ୍ରେଟ୍ ରୋବର୍ଟ ୱିଲିୟମ୍ସ ଆଦେଶ ଜାରି କରି ଅଭିଯୁକ୍ତଙ୍କ ଗମ୍ଭୀରତାକୁ କମ୍ କରିବାକୁ ରାଜି ହୋଇଥିଲେ, କିନ୍ତୁ ସେଠାକାର ଗଣମାଧ୍ୟମ ଏହି ଆଦେଶକୁ ଚ୍ୟାଲେଞ୍ଜ କରିଥିଲା । ଏହି କାରଣରୁ ମହିଳାଙ୍କ ପ୍ରତି ହୋଇଥିବା ଆକ୍ରମଣ ସମ୍ପର୍କରେ ଅନେକ ତଥ୍ୟ ଏବେ ବାହାରକୁ ଆସିଛି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ,  କୋର୍ଟର ଦସ୍ତାବିଜରେ କୁହାଯାଇଛି କି ନଭେମ୍ବର ୨ରେ ସିଡନୀର ଅପେରା ହାଉସ ନିକଟରେ ଥିବା ଏକ ବାରରେ ସାକ୍ଷାତ ହେବା ପୂର୍ବରୁ ଦୁହେଁ ଏକ ଡେଟିଂ ଆପରେ ଯୋଗାଯୋଗ କରିଥିଲେ । ଏହା ପରେ ଦନୁଷ୍କା ଗୁନାଥିଲାକା ଡଙ୍ଗାରେ ପୀଡିତାଙ୍କ ଘରକୁ ଯାଇଥିଲେ । ସେଠାରେ ମଦ ପିଇବା ପରେ ଗୁନାଥିଲାକା ମହିଳାଙ୍କ ସହ ଜରଜବରଦସ୍ତି କରିଥିଲେ ।

ଅଷ୍ଟ୍ରେଲୀୟ ଗଣମାଧ୍ୟମ ରିପୋର୍ଟରେ ପୋଲିସର ଦସ୍ତାବିଜରୁ ମିଳିଥିବା ସୂଚନା ଆଧାରରେ କୁହାଯାଇଛି ଯେ, ପୀଡ଼ିତା ଅଭିଯୁକ୍ତର ହାତ ହଟାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅଭିଯୁକ୍ତ ତାଙ୍କ ଗଳାକୁ ଜୋରରେ ଦବାଇ ରଖିଥିଲେ । ପୀଡ଼ିତା ତାଙ୍କ ଜୀବନ ପାଇଁ ସଂଘର୍ଷ କରୁଥିଲେ । ସେ ଲଗାତାର ଅଭିଯୁକ୍ତଙ୍କଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଥିଲେ, ଏହାର ସ୍ପଷ୍ଟ ସଂକେତ ଯେ ସେ ସମ୍ମତି ଦେଉ ନଥିଲେ ।

ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୨ରେ ସ୍ଥିର ହୋଇଛି । ଏଠାରେ କହି ରଖୁଛୁ ଯେ, ସିଡନୀରେ ଗୁନାଥିଲାକା ଗିରଫ ହେବା ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ତାଙ୍କୁ ସମସ୍ତ ପ୍ରକାର କ୍ରିକେଟ୍ ଫର୍ମାଟରୁ ନିଲମ୍ବିତ କରିଛି । ଗୁନାଟିଲାକାଙ୍କ ବିରୋଧରେ ଏହା ଦ୍ୱିତୀୟ ଥର ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାପୂର୍ବରୁ ୨୦୧୮ରେ ମଧ୍ୟ ସେ ସମାନ ଘଟଣାରେ ଫସି ଥିଲେ । ସେତେବେଳେ ଶ୍ରୀଲଙ୍କା କ୍ରିକେଟ୍ ମଧ୍ୟ ତାଙ୍କୁ ନିଲମ୍ବିତ କରିଥିଲା । ସେତେବେଳେ ଜଣେ ନରୱେ ମହିଳା ଗୁନାଥିଲାକା ଓ ତାଙ୍କର ଜଣେ ବନ୍ଧୁଙ୍କ ବିରୋଧରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ତେବେ ତଦନ୍ତ ପରେ ଗୁନାଥିଲାକା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ତାଙ୍କ ବନ୍ଧୁଙ୍କୁ ଗିରଫ କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ଭାରତକୁ ଖୋଲା ଚ୍ୟାଲେଞ୍ଜ ଦେଲେ ପାକିସ୍ତାନୀ କୋଚ୍, ଫାଇନାଲକୁ ନେଇ କହିଲେ ଏପରି କିଛି

ଅଧିକ ପଢ଼ନ୍ତୁ:-ବୁଧ ଗୋଚର ଯୋଗୁଁ ଏଥର ଦେଖାଦେବ ୨ ଶୁଭ ଯୋଗ, ଏସବୁ ରାଶିକୁ ମିଳିବ ଜବରଦସ୍ତ ଲାଭ

ଅଧିକ ପଢ଼ନ୍ତୁ:-ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ ଫାଇନାଲ୍, ଏହି ୨ ଖେଳାଳିଙ୍କ ହେବ ରିଟର୍ଣ୍ଣ! କୋଚ୍ ଦ୍ରାବିଡ ଦେଲେ ସଙ୍କେତ

ସୂଚନାଯୋଗ୍ୟ, ଦନୁଷ୍କା ଗୁନାଥିଲାକାଙ୍କ ବିରୋଧରେ ୨୯ ବର୍ଷୀୟା ମହିଳା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ, ଅଭିଯୋଗକାରୀ ଜଣେ ୨୯ ବର୍ଷୀୟ ମହିଳା, ଯାହାଙ୍କୁ ସେ ଏକ ଡେଟିଂ ଆପ୍ ମାଧ୍ୟମରେ ଭେଟିଥିଲେ । ଅଷ୍ଟ୍ରେଲିୟା ପୋଲିସର ସୂଚନାନୁସାରେ, ଦନୁଷ୍କା ଗୁନାଥିଲାକା ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ରବିବାର ସକାଳେ ସିଡନୀର ସେଣ୍ଟ୍ରାଲ ବିଜିନେସ୍ ଡିଷ୍ଟ୍ରିକ୍ଟର ଟିମ୍ ହୋଟେଲରୁ ଦନୁଷ୍କା ଗୁନାଥିଲାକାଙ୍କୁ ଗିରଫ କରାଯାଇଥିଲା । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି । ହାମଷ୍ଟ୍ରିଂ ଆଘାତ ଯୋଗୁଁ ପ୍ରଥମ ରାଉଣ୍ଡରେ ଦନୁଷ୍କା ଗୁନାଥିଲାକା ଟି-20 ବିଶ୍ୱକପରୁ ବାଦ ପଡିଥିଲେ । ତେବେ ସେ ଅଷ୍ଟ୍ରେଲିଆରେ ଦଳ ସହ ରହିଥିଲେ । ନଭେମ୍ବର ୨୦୧୫ରେ ଅନ୍ତର୍ଜାତୀୟ ଡେବ୍ୟୁ କରିବା ପରଠାରୁ ସେ ଶ୍ରୀଲଙ୍କା ପାଇଁ ୮ଟି ଟେଷ୍ଟ, ୪୭ଟି ODI ଏବଂ ୪୬ଟି ଟି-20 ମ୍ୟାଚ୍ ଖେଳିଛନ୍ତି ।