Sahara India Money Refund: ସାହାରା ଟଙ୍କା ଫେରସ୍ତ ପାଇଁ ପୋର୍ଟାଲ ଆରମ୍ଭ ହେବାର ପ୍ରାୟ ୭ ମାସ ସମୟ ବିତିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୋଟି କୋଟି ନିବେଶକଙ୍କୁ ଟଙ୍କା ଫେରସ୍ତ ମିଳିନାହିଁ । ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ପୁଣି ଥରେ ସାହାରା ନିବେଶକଙ୍କୁ ଆଶ୍ୱାସନା ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଜୁଲାଇରୁ ପୋର୍ଟାଲ ଆରମ୍ଭ ହୋଇଥିଲା
ସର୍ବପ୍ରଥମେ ଆପଣଙ୍କୁ କହିରଖୁଛୁ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଚଳିତ ବର୍ଷ ଜୁଲାଇ ମାସରେ ସାହାରା ଫେରସ୍ତ ପୋର୍ଟାଲ ଲଞ୍ଚ କରିଥିଲେ। ପୋର୍ଟାଲର ଉଦ୍ଦେଶ୍ୟ ଥିଲା ଏହା ଯେ, କୋଟି କୋଟି ନିବେଶକମାନେ କିପରି ନିଜର ନିବେଶ ଟଙ୍କା ଫେରସ୍ତ  ପାଇବେ । ଯେଉଁମାନେ ସାହାରା ଗ୍ରୁପର ବିଭିନ୍ନ ଯୋଜନାରେ ନିଜର କଷ୍ଟ ଉପାର୍ଜିତ ଟଙ୍କା ବିନିଯୋଗ କରିଥିଲେ । ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରି ନିବେଶକମାନେ ୪୫ ଦିନ ମଧ୍ୟରେ ସେମାନଙ୍କର ଟଙ୍କା ଫେରସ୍ତ ପାଇପାରିବେ ।


ସରକାରଙ୍କ ଆଶ୍ୱାସନା
ବର୍ତ୍ତମାନ ପର୍ଯ୍ୟନ୍ତ କୋଟି କୋଟି ନିବେଶକଙ୍କ ଟଙ୍କା ସାହାରା ଗ୍ରୁପରେ ଅଟକି ରହିଛି । ସାହାରା ରିଫଣ୍ଡ ପୋର୍ଟାଲ ଉନ୍ମୋଚନ ହେବା ପରେ ମଧ୍ୟ ଅନେକ ନିବେଶକ ନିଜର ଟଙ୍କା ଫେରସ୍ତ ପାଇନାହାନ୍ତି । ଏହି ସମୟରେ ସରକାର ଅସୁବିଧାରେ ପଡିଥିବା ସମସ୍ତ ନିବେଶକଙ୍କୁ ବଡ଼ ଆଶ୍ୱସ୍ତିକର ବାର୍ତ୍ତା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଣିଥରେ ସାହାରା ନିବେଶକଙ୍କୁ ଆଶ୍ୱାସନା ଦିଆଯାଇଛି ଯେ, ନିବେଶକଙ୍କ ପଇସା ଫେରସ୍ତ ହେବ।


ପୂର୍ବରୁ ସମସ୍ତ ନିବେଶକଙ୍କୁ କେବଳ ୧୦-୧୦ ହଜାର ଟଙ୍କା ଫେରସ୍ତ କରାଯାଉଥିଲା କିନ୍ତୁ ବର୍ତ୍ତମାନ ସାହାରା ଗ୍ରୁପର ଯୋଗ୍ୟ ନିବେଶକମାନେ ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ୧୯,୯୯୯ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ ପାଇଁ ନିଜର ଦାବି ରଖିପାରିବେ । ରିଫଣ୍ଡ ପୋର୍ଟାଲରେ ଏ ସମ୍ପର୍କରେ ଏକ ଅପଡେଟ୍ ମଧ୍ୟ ଜାରି କରାଯାଇଛି। ଏଥିରେ କେବଳ ସେହି ଆବେଦନକାରୀଙ୍କ ପାଇଁ ସୂଚନା ଦିଆଯାଇଛି ଯେଉଁମାନେ ପୋର୍ଟାଲ୍ ରେ ଆବେଦନ କରିବା ପରେ ମଧ୍ୟ ଫେରସ୍ତ ପାଇନାହାଁନ୍ତି ।


ସାହାରା ରିଫଣ୍ଡ ପୋର୍ଟାଲରେ ଦିଆଯାଇଥିବା ଅପଡେଟରେ ଏହା କୁହାଯାଇଛି ଯେ, ସେହି ଜମାକାରୀଙ୍କ ଧ୍ୟାନ ଦିଅନ୍ତୁ ଯେଉଁମାନେ ଆବେଦନ କରିବା ପରେ କୌଣସି କାରଣରୁ ରିଜେକ୍ଟ ହୋଇଯାଇଛି । ରିଜେକ୍ଟ୍ ହେବାର କାରଣ ଜାଣିବା ପରେ ଦୟାକରି ଉଲ୍ଲେଖ କରାଯାଇଥିବା ତ୍ରୁଟିକୁ ସଂଶୋଧନ କରନ୍ତୁ । ଏବଂ ପୁଣିଥରେ ନିଜର ସମସ୍ତ ସଠିକ୍ ଡକ୍ୟୁମେଣ୍ଟ ସହିତ ପୋର୍ଟାଲରେ ଆବେଦନ କରନ୍ତୁ ।


ବର୍ତ୍ତମାନ ୧୯,୯୯୯ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ ଦାବି ଗ୍ରହଣ କରୁଛୁ । ଅନ୍ୟାନ୍ୟ କୌଣସି ପରିବର୍ତ୍ତନ ହେଲେ ସେ ସମ୍ପର୍କରେ ଶୀଘ୍ର ଘୋଷଣା କରାଯିବ । ୪୫ କାର୍ଯ୍ୟଦିବସ ମଧ୍ୟରେ ପୁଣିଥରେ ଦାଖଲ ଦାବି ପ୍ରକ୍ରିୟାକରଣ କରାଯିବ ।


ଏହି ସପ୍ତାହ ପୂର୍ବରୁ କୁହାଯାଇଥିଲା ଯେ, ସାହାରାର ସମବାୟ ସମିତିରୁ ପ୍ରାୟ ୩ କୋଟି ନିବେଶକ ଫେରସ୍ତ ପାଇଁ ଦାବି କରିଛନ୍ତି। ସମସ୍ତ ଗ୍ରାହକ ପୋର୍ଟାଲ ମାଧ୍ୟମରେ ସାହାରାର ସମବାୟ ସମିତିରୁ ସମୁଦାୟ ୮୦ ହଜାର କୋଟି ଟଙ୍କା ଫେରସ୍ତ କରିବାକୁ ଦାବି କରିଛନ୍ତି।


କେନ୍ଦ୍ର ସରକାର ଆହୁରି ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ସାହାରାରେ ଅଟକି ରହିଥିବା ସମସ୍ତ ନିବେଶକ ପ୍ରତ୍ୟେକ ପଇସା ଫେରସ୍ତ କରିବେ। ଏଥିପାଇଁ ସରକାର ପୁଣି ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛନ୍ତି।


ଫେରସ୍ତ ପାଇଁ ଆବଶ୍ୟକିୟ ଡକ୍ୟୁମେଣ୍ଟ
     ସାହାରାରେ ବିନିଯୋଗର ସଦସ୍ୟତା ସଂଖ୍ୟା ।
     ଜମା ଖାତା ନମ୍ବର ।
     ଆଧାର ସହିତ ସଂଯୁକ୍ତ ମୋବାଇଲ୍ ନମ୍ବର ।
     ଜମାକାରୀଙ୍କ ପାସବୁକ୍ ।
     ଫେରସ୍ତ ରାଶି ୫୦ ହଜାରରୁ ଅଧିକ ହେଲେ ପାନ୍ କାର୍ଡ


ପୋର୍ଟାଲରେ ଆବେଦନ କରିବାର ପ୍ରକ୍ରିୟା
ସର୍ବପ୍ରଥମେ CRCS- ସାହାରା ଫେରସ୍ତ ପୋର୍ଟାଲକୁ ଯାଇ ପଞ୍ଜିକରଣ କରିବାକୁ ହେବ । ପଞ୍ଜୀକରଣ ପାଇଁ ଆପଣ ଏହି ଲିଙ୍କ୍ ବ୍ୟବହାର କରିପାରିବେ - https://mocrefund.crcs.gov.in/Depositor/Rester


ଏଥିପାଇଁ ଆପଣ ଆଧାରର ଶେଷ ୪ ଅଙ୍କ ଏବଂ ଏହା ସହିତ ସଂଯୁକ୍ତ ମୋବାଇଲ୍ ନମ୍ବର ଦାଖଲ କରନ୍ତୁ । ମୋବାଇଲ୍ ନମ୍ବରରେ ଏକ OTP ମିଳିବା ପରେ ଲଗଇନ୍ କରନ୍ତୁ । ପରେ ଆପଣଙ୍କୁ ଏକ ଫର୍ମ ମିଳିବ ତାହାକୁ ଡାଉନଲୋଡ୍ କରନ୍ତୁ । ଫର୍ମ ସଠିକ୍ ଭାବରେ ପୂରଣ କରିବା ପରେ ଏହାକୁ ସ୍କାନ୍ କରନ୍ତୁ ଏବଂ ଅପଲୋଡ୍ କରନ୍ତୁ । ଯଦି ସମସ୍ତ ବିବରଣୀ ଆପଣ ସଠିକ୍ ଭାବରେ ଦେଇଥାନ୍ତି ତେବେ ୪୫ ଦିନ ମଧ୍ୟରେ ଆପଣଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ସୂଚନା ମିଳିଛି ।


Also Read- Employment News: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଦରମା


Also Read- Guru-Shukra Gochar 2024: ଗଜଲକ୍ଷ୍ମୀ ରାଜଯୋଗ ପ୍ରଭାବରୁ ୩ ରାଶିକୁ ବଡ଼ ଲାଭ