)
Employment News: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP)ରେ ଚାକିରି କରିବାର ଇଚ୍ଛା ରଖିଥିଲେ ବର୍ତ୍ତମାନ ସୁବର୍ଣ୍ଣ ସୁଯୋଗ। ଏସମ୍ପର୍କରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (SAIL) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଅପରେଟର୍ ଏବଂ ଟେକ୍ନିସିଆନ୍ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି ।
ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏହି ନିଯୁକ୍ତି ବାହାରିଥିବା ସମୟରେ ଅନଲାଇନ୍ ମାଧ୍ୟମରେ ଆପଣ ଆବେଦନ କରିପାରିବେ । ଆଗ୍ରହୀ ପ୍ରାର୍ଥୀମାନେ SAIL ର ଅଫିସିଆଲ୍ ୱେବ୍ସାଇଟ୍ https://sailcareers.com ଭିଜିଟ୍ କରିଲେ ସେଠାରେ ସମସ୍ତ ତଥ୍ୟ ପାଇପାରିବେ । ଯେଉଁମାନେ ବିଜ୍ଞପ୍ତି ଦେଖିବା ପାଇଁ Rourkela Steel Plant Recruitment Apply Online For Various Posts notification ଉପରେ କ୍ଲିକ୍ କରନ୍ତୁ ।
ତେବେ ଅନ୍ଲାଇନ୍ ଆବେଦନ କରିବାର ଶେଷ ତାରିଖ ରହିଛି ୧୮ ମାର୍ଚ୍ଚ ୨୦୨୪ । ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦଶମ / ଡିପ୍ଲୋମା ପାସ୍ କରିଥିବା ପ୍ରାର୍ଥୀ ଆବେଦନ କରିବାକୁ ଯୋଗ୍ୟ । ଆବେଦନ କରିବାର ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ସମୟରେ ସର୍ବାଧିକ ବୟସ ୨୮ ବର୍ଷ ରହିଛି । ମାର୍ଚ୍ଚ ୮, ୨୦୨୪ ତାରିଖ ଅନୁଯାୟୀ ବୟସ ଗଣନା କରାଯିବ ।
ନିର୍ଦ୍ଦିଷ୍ଟ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ କୋହଳର ବ୍ୟବସ୍ଥା ରହିଛି । OBC ପାଇଁ ୦୩ ବର୍ଷ କୋହଳ ବ୍ୟବସ୍ଥା ରହିଥିବା ସମୟରେ ST, SC, PWD, ESM ପ୍ରାର୍ଥୀଙ୍କ ପାଇଁ ୦୫ ବର୍ଷ ବୟସ କୋହଳ କରାଯିବ । PWD + SC / STଙ୍କ ପାଇଁ ୧୫ ବର୍ଷ କୋହଳ ବ୍ୟବସ୍ଥା ରହିଛି ।
ଚୟନ ପ୍ରକ୍ରିୟା:
ପ୍ରାର୍ଥୀମାନେ ନିଯୁକ୍ତି ପାଇବା ପୂର୍ବରୁ ସିବିଟି ପରୀକ୍ଷା, ଦକ୍ଷତା ପରୀକ୍ଷା, ଶାରିରୀକ ପରୀକ୍ଷା ଏବଂ ଡକ୍ୟୁମେଣ୍ଟ୍ ଯାଞ୍ଚରେ ଉତ୍ତୀର୍ଣ୍ଣ ହେବାକୁ ପଡିବ ।
ଦରମା:
ସର୍ବନିମ୍ନ ମାସିକ ଦରମା ୧୬,୧୦୦ ଟଙ୍କା ରହିଥିବା ସମୟରେ ସର୍ବାଧିକ ମାସିକ ଦରମା ୩୮,୯୨୦ ଟଙ୍କା ରହିଛି ।
ଆବେଦନ ଶୁଳ୍କ:
ସାଧାରଣ ବର୍ଗ ତଥା / EWS / OBCଙ୍କ ପାଇଁ ୫୦୦ ଟଙ୍କା । SC / ST/ phdଙ୍କ ପାଇଁ ୨୦୦ ଟଙ୍କା ଆବେଦନ ଶୁକ୍ଳ ରହିଛି ।
ଡକ୍ୟୁମେଣ୍ଟ୍:
ଯୋଗ୍ୟତା ପ୍ରମାଣପତ୍ର ମଧ୍ୟରେ ଆପଣ ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC) ରଖିବା ଆବଶ୍ୟକ । ଏଥିସହ ଦୁଇଟି ସାମ୍ପ୍ରତିକ ପାସପୋର୍ଟ ସାଇଜ୍ ଫଟୋ । ରାସନ କାର୍ଡ , BSKY କାର୍ଡ ଏବଂ ପାନ୍ କାର୍ଡ ରହିବା ଆବଶ୍ୟକ । ଆବାସିକ ପ୍ରମାଣପତ୍ର , ଜାତି ପ୍ରମାଣପତ୍ର ଏବଂ ଅଭିଜ୍ଞତା ପ୍ରମାଣପତ୍ର ମଧ୍ୟ ଆପଣ ପ୍ରସ୍ତୁତ ରଖିବା ଦରକାର ।