Sawan 2023: ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି (Sawan 2023)।  ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର(Sawan First Monday) । ଏନେଇ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଜଳ ଲାଗି କରିବାକୁ କାଉଡ଼ିଆମାନେ ବିଭିନ୍ନ ନଦୀରୁ ଆଜି ପାଣି ଉଠାଉଛନ୍ତି । କଟକର ଗଡ଼ଗଡ଼ିଆ ଘାଟରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଯେଉଁମାନେ ଶ୍ରୀଲିଙ୍ଗରାଜ ମନ୍ଦିର(Lingaraj Temple) ଓ କପିଳାସର ଶ୍ରୀ ଚନ୍ଦ୍ରଶେଖରଙ୍କ ଠାରେ ଜଳଲାଗି କରିବେ,ସେହି କାଉଡିଆମାନେ ଆଜି ଏଠାରୁ ପାଣି ଉଠାଉଛନ୍ତି। ନଦୀକୂଳରେ ବାଲିରେ ଶିବଲିଙ୍ଗ ପ୍ରତିଷ୍ଠା ସହ ରୀତିନୀତିରେ ପୂଜାର୍ଚ୍ଚନା ପୂର୍ବକ କାଉଡ଼ିଆମାନେ ଜଳଭାର ନେଇ ଏକମୁହାଁ ହୋଇ  ଶୈବପୀଠ ଅଭିମୁଖେ ବାହାରିଛନ୍ତି। ଯୁବତୀଯୁବକଙ୍କ ସମେତ ମହିଳା ଓ ଛୋଟ ଛୋଟ ପିଲାମାନେ ମଧ୍ୟ ଜଳଭାର ନେଇ ଯାଉଥିବା ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

Also Read: Sanjeev Kumar Birth Anniversary: 'ସୋଲେ' ରେ ଗବର ହେବାକୁ ଚାହୁଁଥିଲେ କିନ୍ତୁ ବନିଗଲେ ଠାକୁର୍...


ସେପଟେ,କାଉଡିଆଙ୍କ ପାଇଁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରୀଲିଙ୍ଗରାଜ ମନ୍ଦିର ଆଗରେ କାଉଡ଼ିଆଙ୍କ ସମ୍ଭାବ୍ୟ ଭିଡ଼କୁ ଆଖି ଆଗରେ ରଖି ଆର୍‌ଏଣ୍ଡ୍‌ବି ବିଭାଗ ପକ୍ଷରୁ ଜିଗ୍‌ଜାଗ୍‌ ଲୁହା ବ୍ୟାରିକେଡ୍‌ ପ୍ରସ୍ତୁତି ସରିଛି। ଏଥିସହ ମନ୍ଦିର ସମ୍ମୁଖରେ ପୁରୁଷ ଓ ମହିଳାଙ୍କ ଆଶ୍ରୟସ୍ଥଳ ତିଆରି ହୋଇଛି। ସେହିପରି ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇଛି। ମନ୍ଦିର ଭିତରେ ଏଏସ୍‍ଆଇ ପକ୍ଷରୁ ବ୍ୟାରିକେଡ୍‌ ବନ୍ଧା ହୋଇଛି। କାଉଡ଼ିଆମାନେ ଆଜି ଅପରାହ୍ନରୁ ଏକାମ୍ର କ୍ଷେତ୍ରକୁ ଆସିବେ। ଅନେକ କାଉଡ଼ିଆ କେଦାରଗୌରୀ ମନ୍ଦିର ନିକଟରେ ଓ ଅନେକ ମନ୍ଦିର ସମ୍ମୁଖରେ ବିଶ୍ରାମ ନେବେ। ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୩ଟାରୁ ମନ୍ଦିର ଖୋଲାଯିବ। ଭୋର ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ପରେ ଧାଡ଼ିକରି କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରିବେ।


ଜୁଲାଇ ୪ରୁ ଆରମ୍ଭ ହୋଇଗଲାଣି ଶ୍ରାବଣ ମାସ ଏବଂ ଏହା ଅଗଷ୍ଟ ୩୧ରେ ଶେଷ ହେବ । ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ, ଏହିମାସରେ ଶ୍ରଦ୍ଧାଳୁ ବ୍ରତ ମଧ୍ୟ ରଖନ୍ତି । ଚଳିତ ବର୍ଷ ଯୋଡ଼ା ଶ୍ରାବଣ ହେତୁ ଏହି ମାସରେ ୮ଟି ସୋମବାର ପଡୁଛି । ଶ୍ରାବଣର ପ୍ରଥମ ସୋମବାର ଜୁଲାଇ ୧୦ ,ଦ୍ୱିତୀୟ ସୋମବାର ଜୁଲାଇ ୧୭, ତୃତୀୟ ସୋମବାର ଜୁଲାଇ ୨୪, ଚତୁର୍ଥ ସୋମବାରଟି ଜୁଲାଇ ୩୧, ପଞ୍ଚମ ସୋମବାରଟି ଅଗଷ୍ଟ ୭, ଷଷ୍ଠ ସୋମବାରଟି ଅଗଷ୍ଟ ୧୪, ସପ୍ତମ ସୋମବାରଟି ଅଗଷ୍ଟ ୨୧ ଏବଂ ଅଷ୍ଟମ ସୋମବାରଟି ଅଗଷ୍ଟ ୨୮ରେ ପାଳନ କରାଯିବ । ଶ୍ରାବଣ ମାସରେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ମାନେ ଶିବଙ୍କ ପାଖକୁ କାଉଡି ଧରି ଯାଆନ୍ତି । ଏହି ସମୟରେ ଶ୍ରଦ୍ଧାଳୁ କୌଣସି ଏକ ପବିତ୍ର ନଦୀରୁ ଜଳ ଭରି ଚାଲି ଚାଲି ଶିବ ମନ୍ଦିର ଯାଆନ୍ତି । ଏହି ସମୟରେ ଠାକୁରଙ୍କ ପ୍ରିୟର ଜିନିଷ ମଧ୍ୟ ତାଙ୍କ ଲିଙ୍ଗରେ ଚଢା ଯାଇଥାଏ । କାଉଡି ଯାତ୍ରା କରୁଥିବା ଭକ୍ତଙ୍କୁ କାଉଡିଆ ବୋଲି କୁହାଯାଏ ।  ଏହି ଯାତ୍ରାରେ ଯାଉଥିବା ଭକ୍ତଙ୍କୁ କେତେକ ନିୟମ ମାନିବାକୁ ପଡିଥାଏ । ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ଖାଲି ପାଦରେ ଯାତ୍ରା କରିବାକୁ ପଡିଥାଏ । ଯାତ୍ରା ସମୟରେ ଭକ୍ତ ସାତ୍ତ୍ୱିକ ଭୋଜନ ସେବନ କରିଥାନ୍ତି । କାଉଡିଆ ମାନେ ବିଶ୍ରାମ ନେବା ସମୟରେ କାଉଡିକୁ ତଳେ ନରଖି କୌଣସି ଏକ ଗଛରେ ଓହଳାଇ ରଖିବା ଉଚିତ୍ । ଯଦି ଆପଣ କାଉଡିକୁ ତଳେ ଭୂମି ଉପରେ ରଖୁଛନ୍ତି ତେବେ ଆପଣଙ୍କୁ କଉଡିର କଳସରେ ପୁନଃ ଜଳ ଭରି ଯାତ୍ରା ଆରମ୍ଭ କରିବାକୁ ପଡିବ । କାଉଡିକୁ ଶ୍ରଦ୍ଧାଳୁ ସ୍ନାନ ପରେ ହିଁ ଛୁଇଁ ଥାନ୍ତି । ସ୍ନାନ ନକରି କାଉଡିକୁ ଛୁଇଁବା ଉଚିତ ନୁହେଁ ।