Farmer Suicide: ଡରାଉଛି ଚାଷୀ ମୃତ୍ୟୁ ସଂଖ୍ୟା, ବର୍ତ୍ତମାନ ସୁଦ୍ଧା ଗଲାଣି ୧୨୬୭ ଜଣ ଚାଷୀଙ୍କ ଜୀବନ
ନୂଆଦିଲ୍ଲୀ: ଚାଷୀ ମୃତ୍ୟୁକୁ ନେଇ ଏନସିଆରବି ରିପୋର୍ଟ ସାମ୍ନାକୁ ଆସିଛି। ଚାଷୀଙ୍କ ଆତ୍ମହତ୍ୟା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଛି। ଯାହା ଏହି ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ିଛି। ୨୦୨୧ ମସିହାରେ ୧୦୮୮୧ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ଏହା ବଢି ୨୦୨୨ରେ ୧୧୨୯୦ରେ ପହଞ୍ଚିଥିଲା। ସେହିପରି ମହାରାଷ୍ଟ୍ରରୁ କୃଷକ ଆତ୍ମହତ୍ୟା ସଂଖ୍ୟା ମଧ
Farmer Suicide: ନୂଆଦିଲ୍ଲୀ: ଚାଷୀ ମୃତ୍ୟୁକୁ ନେଇ ଏନସିଆରବି ରିପୋର୍ଟ ସାମ୍ନାକୁ ଆସିଛି। ଚାଷୀଙ୍କ ଆତ୍ମହତ୍ୟା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଛି। ଯାହା ଏହି ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ିଛି। ୨୦୨୧ ମସିହାରେ ୧୦୮୮୧ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ଏହା ବଢି ୨୦୨୨ରେ ୧୧୨୯୦ରେ ପହଞ୍ଚିଥିଲା। ସେହିପରି ମହାରାଷ୍ଟ୍ରରୁ କୃଷକ ଆତ୍ମହତ୍ୟା ସଂଖ୍ୟା ମଧ୍ୟ ସାମ୍ନାକୁ ଆସିଛି। ଯାହା ଅତ୍ୟନ୍ତ ଚିନ୍ତାଜନକ ଅଟେ। ଚଳିତ ବର୍ଷର ପ୍ରଥମ ଛଅ ମାସରେ ରାଜ୍ୟରେ ୧୨୬୭ ଜଣ କୃଷକ ଆତ୍ମହତ୍ୟା କରିଛନ୍ତି। ଏଥି ମଧ୍ୟରୁ ଅମରାବତୀ ଅଞ୍ଚଳରେ କେବଳ ୫୫୭ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ରାଜ୍ୟ ସରକାରଙ୍କ ଏକ ରିପୋର୍ଟରେ ଦିଆଯାଇଥିବା ଜାନୁୟାରୀରୁ ଜୁନ୍ ମଧ୍ୟରେ ହୋଇଥିବା ତଥ୍ୟ ଅନୁଯାୟୀ, ଛତ୍ରପତି ସମ୍ଭାଜୀ ନଗର ଅଞ୍ଚଳରେ ୪୩୦ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ସେହିପରି ନାସିକରେ ୧୩୭ ଜଣ, ନାଗପୁର ଅଞ୍ଚଳରେ ୧୩୦ ଜଣ ଓ ପୁଣେ ଅଞ୍ଚଳରେ ୧୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି।
ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୨୨ରେ ଦେଶରେ ଚାଷୀଙ୍କ ଆତ୍ମହତ୍ୟା ୩୭.୬ ପ୍ରତିଶତ ମାମଲା କେବଳ ମହାରାଷ୍ଟ୍ର ରହିଥିଲା। ଯାହା ସମଗ୍ର ଦେଶରେ ରହିଥିଲା। ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୨୨ରେ ୧୧୨୯୦ ଜଣ ଚାଷୀଙ୍କ ଆତ୍ମହତ୍ୟାର ଖବର ସାମ୍ନାକୁ ଆସିଥିା। ଏହା ମଧ୍ୟରେ ୫୨୦୭ ଚାଷୀ ଓ ୬୦୮୩ କ୍ଷୁଦ୍ର ଚାଷୀ ରହିଥିଲେ। ଏହି ଆତ୍ମହତ୍ୟା ଦେଶର ମୋଟ ମାମଲାର ୬.୬ ପ୍ରତିଶତ ବୋଲି ରିପୋର୍ଟରେ କୁହାଯାଇଛି।
ବଢିବାରେ ଲାଗିଛି ଆତ୍ମହତ୍ୟା ମାମଲା
୨୦୨୧ ମସିହାରେ ୫୩୧୮ କୃଷକ ଏବଂ ୫୫୬୩ ଜଣ କୃଷି ଶ୍ରମିକଙ୍କ ସମେତ କୃଷି କାର୍ଯ୍ୟରେ ଲିପ୍ତ ଥିବା ୧୦୮୮୧ ଜଣ ଲୋକ ଆତ୍ମହତ୍ୟା କରିଥିଲେ। ସେଥିମଧ୍ୟରୁ ୩୭.୩ ପ୍ରତିଶତ ମୃତ୍ୟୁ ମହାରାଷ୍ଟ୍ରରେ ଘଟିଛି। NCRB ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ସମୁଦାୟ ୧,୬୪,୦୩୩ ଲୋକ ଆତ୍ମହତ୍ୟା କରିଥିଲେ ଏବଂ ଆତ୍ମହତ୍ୟା କରିଥିବା କୃଷି କାର୍ଯ୍ୟରେ ଜଡିତ ଲୋକଙ୍କ ସଂଖ୍ୟା ୬.୬ ପ୍ରତିଶତ ଥିଲା।
ଜିଡିପି ଯୋଗଦାନରେ ମହାରାଷ୍ଟ୍ର ଆଗରେ
୨୦୨୦ ମସିହାରେ କୃଷି କ୍ଷେତ୍ର ସହିତ ଜଡିତ ମୋଟ ୧୦୬୭୭ ଜଣ ଆତ୍ମହତ୍ୟା କରିଥିଲେ। ଏଥିରେ ୫୫୭୯ କୃଷକ ଏବଂ ୫୦୯୮ କୃଷି ଶ୍ରମିକ ସାମିଲ ହୋଇଥିଲେ। ସାରା ଦେଶରେ ରେକର୍ଡ ହୋଇଥିବା ଆତ୍ମହତ୍ୟା ମାମଲାର ଏହା ସାତ ପ୍ରତିଶତ ଥିଲା। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ମହାରାଷ୍ଟ୍ରର ସର୍ବାଧିକ ଅବଦାନ ରହିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଦୀର୍ଘ ବର୍ଷ ଧରି ସଂସ୍କାରର ପ୍ରତିଶୃତି ଦେଇଆସୁଥିଲେ ମଧ୍ୟ ବହୁତ କମ୍ ପରିବର୍ତ୍ତନ ଘଟିଛି। ଫସଲ ବୀମା ଏବଂ ଋଣ ଛାଡ ଯୋଜନାଗୁଡିକ ଖରାପ କାର୍ଯ୍ୟକାରୀ ହୋଇଛି, ଯେଉଁ କାରଣରୁ କୃଷକମାନେ ଫଳପ୍ରଦ ଭାବରେ ଉପକୃତ ହୋଇପାରିବେ ନାହିଁ।