UP School Holidays: ହାଡଭଙ୍ଗା ଶୀତରେ ଥରୁଛି ସାରା ଦେଶ । ବିଶେଷ କରି ଉତ୍ତର ଭାରତରେ ସ୍ଥିତି ସଙ୍ଗୀନ ହୋଇପଡିଛି । ପିରତାଜରେ ଅତ୍ୟଧିକ ଥଣ୍ଡା ଜନଜୀବନକୁ ବେଶ୍ ପ୍ରଭାବିତ କରିଛି । ଗୁରବାର ସେଠାରେ ସର୍ବନିମ୍ନ ତାପମାତ୍ରା ୩.୯ ଡିଗ୍ରୀ ରେକର୍ଡ କରାଯାଇଥିଲା । ଗତ ୩୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୦.୮ ଡିଗ୍ରୀ ହ୍ରାସ ହୋଇଥିବା ରେକର୍ଡ ହୋଇଛି । ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ଜିଲ୍ଲା ମାଜିଷ୍ଟ୍ରେଟ୍ ପିଲାମାନଙ୍କର ସ୍କୁଲ ଛୁଟି ବଢାଇ ଦେଇଛନ୍ତି । ୟୁପି ବୋର୍ଡ, ସିବିଏସ୍ଇ ବୋର୍ଡ ଏବଂ ଅନ୍ୟାନ୍ୟ ବୋର୍ଡର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡ଼ିକୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସରକାରୀ ସ୍ତରରେ ନିର୍ଦ୍ଦେଶ ଦିଆଯାଇଛି। ଛୋଟ ପିଲାମାନଙ୍କ ସହ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୀତରୁ ଆଶ୍ୱସ୍ତି ଦେବା ପାଇଁ ପରୀକ୍ଷା ସମୟକୁ ପରିବର୍ତ୍ତନ କରାଯାଇଛି ବୋଲି ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ଚଳିତ ଜାନୁଆରୀ ମାସରେ ଶୀତ  ନୂଆ ରେକର୍ଡ ସୃଷ୍ଟି କରିଛି । ଡିସେମ୍ବର ମାସ ଶେଷ ସପ୍ତାହରୁ ଶୀତର ପ୍ରକୋପ ଅତ୍ୟଧିକ ହେବା ଆରମ୍ଭ ହୋଇଥିବା ସମୟରେ ନୂଆ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ପ୍ରବଳ ଥଣ୍ଡାରୁ ଆଶ୍ୱସ୍ତି ମିଳୁନାହିଁ । ସର୍ବନିମ୍ନ ସହିତ ସର୍ବାଧିକ ତାପମାତ୍ରା ମଧ୍ୟ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଫୁଟପାଥରେ ରାତି କଟାଉଥିବା ଲୋକମାନେ ରାସ୍ତା କଡରେ ନିଆଁ ପୁଉଁଥିବା ଦେଖିବାକୁ ମିଳିଛି ।


ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀକୁ ଛୁଟି ଘୋଷଣା କରିଛନ୍ତି ଡିଏମ୍ ଭାନୁଚନ୍ଦ୍ର ଗୋସ୍ୱାମୀ । ଜାନୁୟାରୀ ୧୫ରେ ମକର ସଂକ୍ରାନ୍ତି ଛୁଟି କାରଣରୁ ସମସ୍ତ କ୍ଲାସର ପିଲା ଆରାମ ପାଇବେ । ଅନ୍ୟପଟେ ଜାନୁଆରୀ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ଷଷ୍ଠରୁ ଅଧିକ ଶ୍ରେଣୀ ପିଲାଙ୍କ ପରୀକ୍ଷା କିମ୍ୱା କ୍ଲାସ ଥିଲେ ତାହାକୁ ସକାଳ ୧୧ଟାରୁ ୩ଟା୩୦ ପର୍ଯ୍ୟନ୍ତ ମଧ୍ୟରେ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।


ରେକର୍ଡ ଭାଙ୍ଗିଲା ଶୀତ
ଶନିବାର ସକାଳ ସମୟରେ ଘନ କୁହୁଡି ଉତ୍ତରପ୍ରଦେଶ ସମେତ ସମଗ୍ର ଉତ୍ତର ଭାରତରେ ସମସ୍ୟା ସୃଷ୍ଟି କରିଛି । ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବୁଧବାର ରାତିରେ ସର୍ବନିମ୍ନ ତାପମାତ୍ରା ଥିଲା ୪.୭ ଡିଗ୍ରୀ । ସେହିପରି ଗୁରବାର ରାତିରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୩.୯ ଡିଗ୍ରୀ ଥିଲା । ଏହା ପୂର୍ବରୁ ଜାନୁଆରୀ ୨ରେ ସର୍ବନିମ୍ନ ତାପମାତ୍ରା ୫.୭ ଡିଗ୍ରୀ ରେକର୍ଡ କରାଯାଇଥିଲା ।


Also Read- ଏମିତି କ'ଣ ଘଟିଲା ଓୟୋ ରୁମରେ? ଚାଲିଗଲା ଅଙ୍ଗନବାଡି କର୍ମୀଙ୍କ ଜୀବନ


Also Read- Alia Bhatt: ୱିଣ୍ଟର ଫ୍ୟାସନ୍ ଗୋଲ୍ସ ସେଟ୍ କଲେ ଆଲିଆ ଭଟ୍ଟ, ଚର୍ଚ୍ଚାରେ ଅଭିନେତ୍ରୀଙ୍କ ଲୁକ୍