Cyclone Dana: ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି  ଧୀରେ ଧୀରେ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଜି ମଧ୍ୟରାତ୍ରୀରୁ ସକାଳ ମଧ୍ୟରେ ଏହା ପ୍ରବଳ ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇପାରେ। ଏହି ସମୟରେ ଏପବନର ବେଗ ୧୦୦ରୁ୧୨୦ କିଲୋମିଟର ହେବ ଏବଂ ଏହା ଓଡ଼ିଶା ଏବଂ କନିକା-ଧାମରା ମଧ୍ୟରେ ସ୍ଥଳଭାଗକୁ ଛୁଇଁବ। ଏହି ସମୟରେ ସାମୁଦ୍ରିକ ଜୁଆର ମଧ୍ୟ ୨ ମିଟର ପାଖାପାଖି ରହିବ ବୋଲି ଆନୁମାନ କରିଛନ୍ତି ପାଣିପାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର।  ଏବେ ବାତ୍ୟାର ବାହାର ଭାଗ ସ୍ଥଳଭାଗ ଛୁଇଁଛି। ପ୍ରଭାବରେ ବିଭିନ୍ନ ସ୍ଥାନରେ ପବନ ଅନୁଭୂତ ହୋଇଛି। ରାଜନଗର ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଥିବା ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

ସେ କହିଛନ୍ତି, ସ୍ଥଳଭାଗ ଛୁଇଁବା ପରେ ବାତ୍ୟା କ୍ରମଶଃ ଦୁର୍ବଳ ହେବ। କିନ୍ତୁ ଅତିକ୍ରମ କରିବା ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ହେବ। ଏହାର ପ୍ରଭାବରେ ଏବେ ମେଘଖଣ୍ଡମାନ ଓଡ଼ିଶା ମୁହାଁ ହୋଇଛନ୍ତି। ଏହା ସହ କିଛି ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଥିବା ଶ୍ରୀ ମହାପାତ୍ର କହିଛନ୍ତି। ଯେହେତୁବାତ୍ୟା ସହ ମେଘ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗରେ ପ୍ରବେଷ କରିବ ଏହା ପ୍ରଭାବରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।  ୨୪ ଓ ୨୫ ତାରିଖରେ ଉପକୂଳ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ବର୍ଷା ହେବାର ଆଶଙ୍କା ରହିଥିବା ସେ କହିଛନ୍ତି।
 ଏହାର ପ୍ରଭାବରେ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇପାରେ।ଧାନ ଏବଂ ଅନ୍ୟ ଫସଲ ଯାହା ଏବେ ଜମିରେ ରହିଛି ସେଗୁଡ଼ିକ ବିଶେଷ କ୍ଷତିଗ୍ରସସ୍ତ ହେବ।  ପବନର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ମାଟିଘର, ଟିଣଘର, ପ୍ରଭାବିତ ହେବା ଆଶଙ୍କା ରହିଛି। 


ବର୍ଷା ଓ ଘୂର୍ଣ୍ଣିବାତ୍ୟା ସହ ଏହି ବିପର୍ଯ୍ୟୟ ସାମୁଦ୍ରିକ ଜୁଆରକୁ ମଧ୍ୟ ନେଇ ଆସିବ। ଫଳରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ପୂର୍ବ ମିଦିନପୁରରେ ସମାଦ୍ରିକ ଜୁଆର ସ୍ୱାଭାବିକଠାରୁ ୧ କିଟିର ଉପରେ ଅର୍ଥାତ୍‍ ସମୂଦ୍ର ପତନଠାରୁ ୨ ମିଟର ଉଚ୍ଚରେ ରହିବା ଆଶଙ୍କା କରାଯାଇଛି।  ଜଗତସିଂହପୁରରେ କମ୍‍ ଜୁଆର ରହିବ ବୋଲି କହିଛନ୍ତି ଡ. ମହାପାତ୍ର। ପ୍ରବଳ ପବନ, ପ୍ରବଳ ବର୍ଷା ଓ ଜୁଆର ଏକ ସମୟରେ ହୋଇଥିବାରୁ ଏକ ବହୁମୁଖୀ ବିପର୍ଯ୍ୟୟ ସୃଷ୍ଟି ହେବାର ଆଶଙ୍କା କରାଯାଇଛି। ଏପରିକି ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ବାଲେଶ୍ୱର, ପୂର୍ବ ମିଦିନାପୁର ଏବଂ ଭଦ୍ରକ ପ୍ରବଳ କ୍ଷତି ହେବା ଆଶଙ୍କା କରାଯାଇଛି। ପୁରୀ, ମୟୁରଭଞ୍ଜଠାରେ ପବନ ବେଗ ଅଧିକ ରହିବା ସହ ପ୍ରବଳ ବର୍ଷା ହେବ ପୂର୍ବାନୁମାନ କରାଯାଇଛି। ଏହି ପୂର୍ବାନୁମାନ ଅନୁସାରେ ଆମେ ସତର୍କ ରହିବା ଆବଶ୍ୟକ। ଗୁଜବରେ ବିଶ୍ୱାସ ନକରିବାକୁ ଆହ୍ୱାନ ଦେଇଛନ୍ତି ଡା. ମହାପାତ୍ର।