Odisha High Court: ଆଜିକାଲି ଅଧିକାଂଶ ଯୁବପିଢି (Young Generation) ପ୍ରେମ (Love) ସମ୍ପର୍କରେ ଆସିବା ପରେ ଶାରୀରିକ ସମ୍ପର୍କ ଗଢୁଛନ୍ତି । ପରେ ଲଭ୍-ସେକ୍ସ-ଧୋକା ଭଳି ଘଟଣା ଘଟୁଛି । ଏଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି। ତେବେ, ରିଲେସନସିପକୁ ନେଇ ଓଡି଼ଶା ହାଇକୋର୍ଟ (Odisha High Court) ଏକ ବଡ ରାୟ ଦେଇଛନ୍ତି। ଭଲ ସମ୍ପର୍କରେ ଥାଇ ବିବାହ ପ୍ରତିଶ୍ରୃତି ( marital promise) ଦେଇ ଶାରୀରିକ ସମ୍ପର୍କ (Physical Relationship) ରଖିବା ଦୁଷ୍କର୍ମ (rape) ନୁହେଁ ବୋଲି କୋର୍ଟ କହିଛନ୍ତି । ଉତ୍ତମ ସମ୍ପର୍କ ଥାଇ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ (Sex) ରଖିବା ଓ ମନ୍ଦ ଉଦ୍ଦେଶ୍ୟରେ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସମାନ କଥା ନୁହେଁ ବୋଲି କୋର୍ଟ କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

Also Read: Odisha Famous Sweets: ସାରା ବିଶ୍ବରେ ନାଁ କମେଇଛି ଓଡି଼ଶାର ଏହି ୧୦ ପ୍ରସିଦ୍ଧ ମିଠା


 


Also Read: Weather Update: ପାଣିପାଗ ବିଭାଗ ଜାରି କଲା ଏଭଳି ସତର୍କତା, ଏହି ସବୁ ଜିଲ୍ଲାରେ ଚାରି ଦିନ ଯାଏଁ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା!


ହାଇକୋର୍ଟ ଏଭଳି ରାୟ ଦେବା ପଛର ଘଟଣାକ୍ରମ, ଜାଣନ୍ତୁ?

ସୂଚନା ମୁତାବକ,ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ଯୁବତୀ ତାଙ୍କର ପୁରୁଷ ବନ୍ଧୁଙ୍କ ବିରୋଧରେ ଥାନାରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ । ଏହାପରେ ସେହି  ଯୁବକଙ୍କୁ ପୋଲିସ ଗିରଫ କରିବା ସହିତ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ୩୭୬ ଦଫା ଲଗାଇଥିଲା। ଏହାକୁ ଚ୍ୟାଲେଞ୍ଚ କରି ଅଭିଯୁକ୍ତ ପୁରୁଷ ବନ୍ଧୁ ମନୋରଞ୍ଜନ ଦାସ ହାଇକୋର୍ଟଙ୍କ (Odisha High Court)ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ  ନିର୍ଦ୍ଦେଶ ଦେଇଛନ୍ତି ଯେ, ଏଫଆଇଆର ଅନୁଯାୟୀ ପୁରୁଷ ବନ୍ଧୁ କୌଣସି ପ୍ରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଜଣା ପଡୁନାହିଁ । ଯଦି ପୁରୁଷ ବନ୍ଧୁ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଶାରୀରିକ ସମ୍ପର୍କ ରଖିଥାନ୍ତେ ତେବେ ଆଇପିସିର ୩୭୬ ଦଫାରେ ମାମଲା ରୁଜ୍ଜୁ ହୋଇଥାନ୍ତା ।  ଦୀର୍ଘ ଦିନ ଧରି ସମ୍ପର୍କରେ ରହିବା ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଭଲ ବନ୍ଧୁତାରୁ ଆରମ୍ଭ ହୋଇଥିବା ସମ୍ପର୍କରେ କୌଣସି କାରଣରୁ ଫାଟ ହେଲେ ପୁରୁଷ ବନ୍ଧୁଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କରିବା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ପୁରୁଷ ଓ ମହିଳା ଉଭୟ ଉଚ୍ଚଶିକ୍ଷିତ ଏବଂ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ମଧ୍ୟ। ଭବିଷ୍ୟତ ସ୍ଥିତି କଣ ହେବ, ସେ ନେଇ ବେଶ ସଚେତନ ଥାଇ ଉଭୟ ପରସ୍ପର ମଧ୍ୟରେ ସମ୍ପର୍କରେ ବାନ୍ଧି ହୋଇଥିଲେ । ତେଣୁ ପରବର୍ତ୍ତୀ ସମୟରେ ଦୁଷ୍କର୍ମ ମାମଲା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ଅଭିଯୁକ୍ତଙ୍କ ନାମରେ ଅନ୍ୟ ଦଫାରେ ମାମଲା ଚାଲିପାରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ, କୋର୍ଟଙ୍କ ଏହି ରାୟକୁ କେତେକ ମହଲେ ପ୍ରଶଂସା କରାଯାଉଛି । 


ଲଭ- ସେକ୍ସ -ଧୋକା ଭଳି ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି । ନିକଟରେ,ଭଦ୍ରକୁ ଏଭଳି ଏକ ଅଭିଯୋଗ ଆସିଛି ।  ଯୁବତୀ ଜଣଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ଶାରିରୀକ ସମ୍ପର୍କ ରଖିବା ପରେ ଶେଷରେ ଧୋକ୍କା ଦେଲା ଲମ୍ପଟ ଯୁବକ । ତେବେ ଏନେଇ ଯୁବତୀ ଜଣକ ପୋଲିସ ପାଖରେ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ଆଣିଛନ୍ତି ପୀଡିତା । ଖନ୍ତାପଡା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଭଦ୍ରକ ତିହିଡି ଅଞ୍ଚଳର ଜଣେ ଗରିବ ଯୁବତୀ ୨୦୧୮ରେ ବାଲେଶ୍ୱରରେ ନର୍ସିଂ ତାଲିମ ନେଉଥିବା ବେଳେ, ସେଠାରେ ଏକ ହୋଟେଲରେ କାମ କରୁଥିବା ଯୁବକଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ । ଏହାପରେ ଯୁବତୀ ଜଣକ ଅର୍ଥାଭାବରୁ ଅଧାରୁ ନର୍ସିଂ ତାଲିମ ଛାଡି ଖନ୍ତାପଡା ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ ଆରମ୍ଭ କରିଥିଲେ । ପରେ ସଂପୃକ୍ତ ଯୁବକ ଜଣଙ୍କ ଯୁବତୀଙ୍କୁ ପୁରୀରେ ବିବାହ କରିଥିଲେ । ତେବେ ବିବାହର କିଛିଦିନ ପରେ ଖୋଲିଥିଲା ଯୁବକଙ୍କ ଅସଲ ମୁଖା । 4 ମାସପରେ ଯୁବତୀଙ୍କ ସହିତ ପ୍ରତାରଣା କରି ଶେଷରେ ଚମ୍ପଟ ମାରିଲା ଲମ୍ପଟ ପ୍ରେମିକ । ଯେମିତିକି ଏହି ବିବାହ ମିଛି ମିଛିକା ଥିଲା । ଏନେଇ ନ୍ୟାୟ ପାଇଁ ଯୁବତୀ ଜଣକ ବହୁବାର ପୋଲିସର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ଯୁବତୀଙ୍କୁ ନ୍ୟାୟ ଦେଉନଥିବା ଅଭିଯୋଗ ହୋଇଛି । ଏବେ ଯୁବକ ଜଣକ ଆଉଥରେ ବିବାହ କରିବାକୁ ଯାଉଥିବା କଥା ପୀଡିତା ଜାଣିବା ପରେ ପୁଣି ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।