Puri News: ଆଜି ମହାଳୟା ଶ୍ରାଦ୍ଧ, ପିଣ୍ଡଦାନ କଲେ ହଜାର ହଜାର ଭକ୍ତ
Advertisement
Article Detail0/zeeodisha/odisha2455523

Puri News: ଆଜି ମହାଳୟା ଶ୍ରାଦ୍ଧ, ପିଣ୍ଡଦାନ କଲେ ହଜାର ହଜାର ଭକ୍ତ

ପୁରୀ: ଆଜି ମହାଳୟା ଶ୍ରାଦ୍ଧ। ଏହି ପବିତ୍ର ଦିନରେ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତ ପବିତ୍ର ମହାଳୟା ଅମାଵାସ୍ୟା ଅବସରରେ ପିଣ୍ଡଦାନ କରିଛନ୍ତି। ଆଜି ପିତୃପକ୍ଷରେ ପୂର୍ବପୁରୁଷମାନଙ୍କ ଆତ୍ମାର ସଦଗତି କାମନା କରି ଶ୍ରୀମନ୍ଦିର ଚତୁର୍ପାଶ୍ୱ ସମେତ ପଞ୍ଚତୀର୍ଥ ପୁଷ୍କରିଣୀ ତଥା ମହୋଦଧିରେ ଶ୍ରଦ୍ଧାଳୁମାନେ ଶ୍ରାଦ୍ଧ ଦେଇଛନ୍ତି। ଆଶ୍ୱିନମାସ କୃଷ୍ଣପକ୍ଷ

Puri News: ଆଜି ମହାଳୟା ଶ୍ରାଦ୍ଧ, ପିଣ୍ଡଦାନ କଲେ ହଜାର ହଜାର ଭକ୍ତ

Puri News: ପୁରୀ: ଆଜି ମହାଳୟା ଶ୍ରାଦ୍ଧ। ଏହି ପବିତ୍ର ଦିନରେ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତ ପବିତ୍ର ମହାଳୟା ଅମାଵାସ୍ୟା ଅବସରରେ ପିଣ୍ଡଦାନ କରିଛନ୍ତି। ଆଜି ପିତୃପକ୍ଷରେ ପୂର୍ବପୁରୁଷମାନଙ୍କ ଆତ୍ମାର ସଦଗତି କାମନା କରି ଶ୍ରୀମନ୍ଦିର ଚତୁର୍ପାଶ୍ୱ ସମେତ ପଞ୍ଚତୀର୍ଥ ପୁଷ୍କରିଣୀ ତଥା ମହୋଦଧିରେ ଶ୍ରଦ୍ଧାଳୁମାନେ ଶ୍ରାଦ୍ଧ ଦେଇଛନ୍ତି। ଆଶ୍ୱିନମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଆଜି ଶେଷ ଦିବସ ହୋଇଥିବାରୁ ଶ୍ରାଦ୍ଧ ଦେବା ଓ ପିଣ୍ଡଦାନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଆଜି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା | କିନ୍ତୁ ଗତ କିଛି ବର୍ଷ ଧରି ବାଇଶିପାହାଚରେ ପିଣ୍ଡଦାନ ପାଇଁ କଟକଣା ଯୋଗୁ ଲୋକେ ଉତ୍ତରଦ୍ୱାର ସମେତ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ପିଣ୍ଡଦାନ କରିଛନ୍ତି। ଶେଷରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରି କୃତାର୍ଥ ଲାଭ କରିଛନ୍ତି |

ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁ ତିଥିରେ ଯାହାଙ୍କର ପିତା ମୃତ୍ୟୁବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି। ଯେଉଁ ଗୃହସ୍ଥ ଏହି ପନ୍ଦର ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନ ଥାନ୍ତି ସେହିମାନେ ମହାଳୟା ଅମାବାସ୍ୟା ଦିନ ଶ୍ରାଦ୍ଧ ଓ ତିଳତର୍ପଣ କରିଥାନ୍ତି। ଏଣୁ କେହି ଶ୍ରୀମନ୍ଦିର ଚତୁରପାର୍ଶରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରିଥାଏ ତ ଆଉ କିଏ ନିଜ ବାସଭବନ, ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ତର୍ପଣ କରିଥାନ୍ତି। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ପାଇଁ ଲୋକମାନେ ଶ୍ରୀକ୍ଷେତ୍ରକୁ ଅଧିକ ପସନ୍ଦ କରିଥାନ୍ତି । ହେଲେ କିଛି ବର୍ଷ ହେବ ଶ୍ରୀମନ୍ଦିର ବାଇଶି ପାହାଚରେ ଶ୍ରାଦ୍ଧ ଦେବା ବନ୍ଦ ରହିଛି। 

ଆଜିର ଏହି ମହାଳୟା ତିଥିରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ଲାଭ କରିଛନ୍ତି | ମହୋଦଧି , ଇନ୍ଦ୍ରଦ୍ୟୁମ୍ନ,ନରେନ୍ଦ୍ର, ଶ୍ୱେତଗଙ୍ଗା ଓ ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀ ମାନଙ୍କରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ମୁଖଭାଗରେ ପିଣ୍ଡଦାନ ପାଇଁ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା | ତେବେ ଏହି ପିତୃପକ୍ଷରେ ପ୍ରତ୍ୟେକ ଗୃହସ୍ଥ ନିଜର ପିତୃପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥିଲେ । ପିତୃପକ୍ଷରେ ବିଶେଷକରି ପିତା,ପିତାମହ,ପ୍ରପିତାମହ,ମାତା,ପିପିତାମୟି,ପ୍ରପିତାମୟି,ମାତାମହ,ପ୍ରପ୍ରମାତାମହ,ବୃଦ୍ଧ ପ୍ରମାତାମହ ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥିଲେ । ପିତୃପକ୍ଷରେ ପୁତ୍ରଙ୍କ ହସ୍ତରୁ ଜଳଟିକେ ପାଇ ତୃପ୍ତ ହେବାକୁ ପିତୃପୁରୁଷ ଚାହିଁ ରହିଥାନ୍ତି। ଏହି ପିତୃପକ୍ଷରେ ଶ୍ରାଦ୍ଧ ଓ ତିଳତର୍ପଣ କଲେ ପିତୃପୁରୁଷ ଆତ୍ମତୃପ୍ତି ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

ଗତ ପନ୍ଦରଦିନ ଧରି ପିତୃପକ୍ଷ ଚାଲିଥିବା ବେଳେ ଆଜି ହେଉଛି ଏହି ପକ୍ଷର ଅନ୍ତିମ ଦିନ | ପିତୃପୁରୁଷଙ୍କ ମୃତ୍ୟୁ ତିଥି ଅନୁସାରେ ଏହି ପନ୍ଦରଦିନ ମଧ୍ୟରେ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି | ପିତୃପୁରୁଷଙ୍କ ଆତ୍ମାର ସଦଗତି ପାଇଁ ପିଣ୍ଡଦାନ ଓ ଶ୍ରାଦ୍ଧର ବ୍ୟବସ୍ଥା କାଳ କାଳରୁ ଚାଲିଆସିଥିବା ବେଳେ ମହାଳୟା ଅବସରରେ ପୂର୍ବଭଳି ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା | ବହୁ ସଂଖ୍ୟାରେ ଭକ୍ତମାନେ ଦୂରଦୂରାନ୍ତରୁ ଆସିଥିଲେ ମଧ୍ୟ ଶ୍ରୀମନ୍ଦିର ବାଇଶି ପାହାଚରେ ଶ୍ରାଦ୍ଧ ଦେଇ ନ ପାରି ଶ୍ରୀମନ୍ଦିର ଚତୁର୍ପାଶ୍ୱ, ପଞ୍ଚ ପୁଷ୍କରିଣୀ ଓ ମହୋଦଧିରେ ପିଣ୍ଡଦାନ କରି ନିଜକୁ ଧନ୍ୟମନେ କରିଛନ୍ତି |

ଆଜିର ଦିବସରେ ପ୍ରତିବର୍ଷ ପରି ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ବେଳେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି |