Delhi Man Loses 1.5 Lakh For Obscene Video Call: ସଦ୍ୟ ରାଷ୍ଟ୍ରୀୟ ରାଜଧାନୀରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। କେନ୍ଦ୍ରୀୟ ଦିଲ୍ଲୀର ଜଣେ ୪୪ ବର୍ଷୀୟ ବ୍ୟକ୍ତି ସାଇବର ଅପରାଧର ସଦ୍ୟତମ ଶିକାର ହୋଇଛନ୍ତି। ଯେଉଁଠାରେ ସାଇବର ଠକ ଅଶ୍ଳୀଳ ଭିଡିଓ କଲ କରି ତାଙ୍କୁ ଚୂନ ଲଗାଇଛନ୍ତି। ସାଇବର ଠକ  ଅଶ୍ଳୀଳ ଭିଡିଓ କଲ କରି ବିଭିନ୍ନ ବ୍ୟକ୍ତିଙ୍କୁ ସମାନ କାର୍ଯ୍ୟରେ ଲିପ୍ତ ରହିବାକୁ ଉତ୍ସାହିତ କରିଥାନ୍ତି। ସଦ୍ୟ ଯାହାର ଶିକାର କେନ୍ଦ୍ରୀୟ ଦିଲ୍ଲୀ ଅଞ୍ଚଳର ଜଣେ ବ୍ୟକ୍ତି ହୋଇଛନ୍ତି। ହେଲେ ସାଇବର ଠକ ଏହି କାର୍ଯ୍ୟକୁ ରେକର୍ଡ କରି ଦେଇଥିଲେ। ପରେ ସେମାନେ ସେହି ବ୍ୟକ୍ତିଙ୍କୁ ଧମକ ଦେଇଥିଲେ ଯେ ଯଦି ଟଙ୍କା ନ ଦିଅନ୍ତି ତାହେଲେ ସେମାନେ ସୋସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ୍ କରି ଭାଇରାଲ କରିଦେବେ। ସୋମବାର ଏ ସମ୍ପର୍କରେ ଜଣାଇଛି ପୋଲିସ।


COMMERCIAL BREAK
SCROLL TO CONTINUE READING

ଏକ ମନ୍ଦିରରେ ପୁରୋହିତ ଥିବା ବ୍ୟକ୍ତି ସାଇବର ପୋଲିସକୁ ଏ ବିଷୟରେ ଜଣାଇବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ସେ ପୋଲିସ ନିକଟରେ କରିଥିବା ଅଭିଯୋଗରେ କହିଛନ୍ତି ଯେ, "ଜଣେ ଉଲଗ୍ନ ହୋଇଥିବା ଝିଅ ଠାରୁ ତାଙ୍କୁ ଏକ ଭିଡିଓ କଲ୍ ମିଳିଥିଲି। ସେମାନେ ମୋତେ ଉଲଗ୍ନ ହେବାକୁ ଉତ୍ସାହିତ କରିଥିଲେ ଏବଂ ମୁଁ ମଧ୍ୟ ତାହା କରିଥିଲି। ହେଲେ ଶୀଘ୍ର ମୁଁ ମୋର ଭୁଲ ବୁଝିରିଲି ଏବଂ ସେହି ଫୋନ କଲ୍ କାଟି ଦେଇଥିଲି। " ଅନ୍ୟପଟେ ପୋଲିସ କହିବା ଅନୁସାରେ, କଲ୍ କରିଥିବା ବ୍ୟକ୍ତି ତାଙ୍କର ନଗ୍ନ ଭିଡିଓ ରେକର୍ଡ କରି ଏହି ଭିଡ଼ିଓ ହ୍ୱାଟସ୍ଆପ୍ ମାଧ୍ୟମରେ ପଠାଇ ଏହାକୁ ସାର୍ବଜନୀନ ନକରିବା ପାଇଁ ଟଙ୍କା ମାଗିଥିଲେ। 


ଅଭିଯୋଗରେ ପୀଡିତ କହିଛନ୍ତି ଯେ ତାଙ୍କୁ ଫୋନ କଲ କରିଥିବା ବ୍ୟକ୍ତିଙ୍କ ନିକଟତର ହେବାକୁ ପ୍ରାୟ ଦୁଇ ସପ୍ତାହ ସମୟ ଲାଗିଛି। ଆରମ୍ଭରେ ସାଇବର ଠକ ତାଙ୍କୁ ହ୍ୱାଟସ୍ ଆପ୍ ମେସେଜ୍ ପଠାଇ ନିଜକୁ ଲକ୍ଷ୍ନୌ ଅଞ୍ଚଳର ଜଣେ ଯୁବତୀ ଭାବେ ପରିଚୟ ଦେଇଥିଲା। ଯିଏ ତାଙ୍କ ସହ ବନ୍ଧୁତା କରିବାକୁ ଚାହୁଁଥିଲା। ହେଲେ ପରେ ହଠାତ୍ ଦିନେ ମୁଁ ସେହି ନମ୍ବରରୁ ଏକ ଭିଡିଓ କଲ ପାଇଥିଲି। ଯେଉଁଥିରେ ଜଣେ ନଗ୍ନ ଯୁବତୀ ଦୃଶ୍ୟମାନ ହୋଇଥିଲେ। ସେମାନେ ମୋତେ ମୋର ପୋଷାକ କାଢିବାକୁ କହିଥିଲେ ଏବଂ ମୁଁ ତାହା କରିଥିଲି। ହେଲେ ମୁଁ ଅନୁଭବ କରିଥିଲି ଯେ ସେଠାରେ କିଛି ଗଡ଼ ବଡ଼ ରହିଛି। କାରଣ ଏହା ଏକ ରେକର୍ଡ ହୋଇଥିବା ଭିଡିଓ ପରି ଦେଖାଯାଉଥିଲା। ହେଲେ ମୁଁ ସେହି ଫୋନ କଲ କାଟି ଦେଇ ଏହି ନମ୍ବର ବ୍ଲକ କରି ଦେଇଥିଲି। ହେଲେ କଲ୍ କରୁଥିବା ବ୍ୟକ୍ତି ପୀଡିତଙ୍କ ଭିଡିଓ ରେକର୍ଡ କରି ଦେଇଥିଲେ। ଏହାକୁ ଅନ୍ୟ ଏକ ନମ୍ବର ବ୍ୟବହାର କରି ହ୍ୱାଟସ୍ଆପ୍ ମାଧ୍ୟମରେ ତାଙ୍କ ପାଖକୁ ପଠାଇ ଟଙ୍କା ମାଗିଥିଲେ। 


ଏହା ପରେ ପୀଡ଼ିତଙ୍କ ପାଖକୁ ଆଉ ଏକ ଭିଡିଓ କଲ ଆସିଥିଲା। ଯେଉଁଥିରେ ଜଣେ ପୋଲିସ ୟୁନିଫର୍ମ ପିନ୍ଧିଥିବା ଥିବା ଜଣେ ବ୍ୟକ୍ତି ମୋତେ କହିଥିଲେ ଯେ ସେ ମୋର ଭିଡିଓ ଫେସବୁକ ଏବଂ ୟୁଟ୍ୟୁବ ମାଧ୍ୟମରେ ଦେଖିଛନ୍ତି। ସେମାନେ ମୋତେ ଏକ ମୋବାଇଲ୍ ନମ୍ବର ଦେଇ କହିଥିଲେ ଯେ ଏହି ଭିଡିଓ ସୋସିଆଲ ମିଡିଆରୁ ହଟାଇବାରେ ମୋତେ ସାହାଯ୍ୟ କରିବେ। ଯେତେବେଳେ ପୀଡିତ ଜଣଙ୍କ ସେହି ବ୍ୟକ୍ତିଙ୍କ ସହ କଥା ହୋଇଥିଲେ, ସେତେବେଳେ ସେ ଏକ ଆକାଉଣ୍ଟ ନମ୍ବର ପ୍ରଦାନ କରିଥିଲେ। ଏହି ଭିଡିଓ ହଟାଇବା ପୀଡିତଙ୍କୁ ୪୯ ହଜାର ଟଙ୍କା ଜମା କରିବାକୁ ପଡ଼ିଥିଲା।


ସେ କହିଛନ୍ତି ଯେ, "ପୋଲିସ୍ ୟୁନିଫର୍ମ ପିନ୍ଧିଥିବା ଜଣେ ବ୍ୟକ୍ତି ମୋତେ ଫୋନ୍ କରି କହିଥିଲେ ଯେ ମୋର ଗୋଟିଏ ଭିଡିଓ ଡିଲିଟ୍ ହୋଇଛି କିନ୍ତୁ ଆଉ ଦୁଇଟି ଭିଡିଓ ଅଛି। ତାହାକୁ ଡିଲିଟ୍ କରିବାବା ପାଇଁ ମୋତେ ୧ ଲକ୍ଷ ଟଙ୍କା ଦେବାକୁ ହେବ। ଯାହାକୁ ମୁଁ ପୁଣି ଥରେ ଦେଇଥିଲି। ହେଲେ ସାଇବର ଠକ ଅଧିକ ଟଙ୍କା ମାଗୁଥିବାରୁ ପୀଡିତଙ୍କ ସମସ୍ୟା ଏତିକିରେ ଶେଷ ହୋଇନଥିଲା। ସେମାନେ ମୋତେ କହିଥିଲେ ଯେ ଯଦି ମୁଁ ଟଙ୍କା ନ ଦିଏ, ତାହେଲେ ସେମାନେ ମୋତେ ଗିରଫ କରି ମୋତେ ଜେଲ ପଠାଇଦେବେ। ମୋ ପାଖରେ ଆଉ ଅଧିକ ଅର୍ଥ ସାମର୍ଥ୍ୟ ନଥିଲା। ଶେଷରେ ମୁଁ ସାଇବର ପୋଲିସ ପାଖରେ ପହଞ୍ଚିଥିଲି।


ନିକଟରେ କେନ୍ଦ୍ରୀୟ ଦିଲ୍ଲ ସାଇବର ସେଲ ଠାରେ ଏକ ମାମଲା ରୁଜୁ ହୋଇଥିଲା ବୋଲି ପୋଲିସ କହିଛି। ଏହି ଘଟଣାର ତଦନ୍ତ ଚାଲିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ହେଲେ ଦିନକୁ ଦିନ ଏଭଳି ଠକେଇ ବଢିବାରେ ଲାଗିଛି। ପୋଲିସ ଅଧିକାରୀ ଜଣଙ୍କ କହିଛନ୍ତି, ଏପରି ସାଇବର ଅପରାଧରେ କୌଣସି ଝିଅ ଜଡିତ ନୁହଁନ୍ତି। ସାଇବର ଠକମାନେ ରେକର୍ଡ ହୋଇଥିବା ଭିଡିଓ ବ୍ୟବହାର କରି ନ୍ୟୁଡ ଭିଡ଼ିଓ କଲ ମାଧ୍ୟମରେ ଲୋକଙ୍କ ଟାରୁ ଟଙ୍କା ଲୁଟିବା ପାଇଁ ସେମାନଙ୍କୁ ବୋକା ବନାଇଥାନ୍ତି। ଏପରି କିଛି ମାମଲା ରହିଛି ଯେଉଁଥିରେ ଲୋକମାନେ କେବଳ ଭିଡିଓ ଦେଖିଥିଲେ ଏବଂ ଅନ୍ୟ ପଟେ କଲ୍ କରୁଥିବା ବ୍ୟକ୍ତି ଜଣକ ରେକର୍ଡ କରିଥିଲେ। ସେ ଏହା ପରେ କିଛି ଅଶ୍ଳୀଳ ଭିଡିଓ ବ୍ୟବହାର କରି ବଦନାମ କରିବାକୁ ସାଇବର ଠକ ଧମକ ଦେଇଥିଲେ।


ପ୍ରାଥମିକ ଅନୁସନ୍ଧାନ ବେଳେ ପୋଲିସ ଜାଣିବାକୁ ପାଇଲା ଯେ ଯେଉଁ ଆକାଉଣ୍ଟ ମାଧ୍ୟମରେ ପୁରୋହିତ ଟଙ୍କା ଟ୍ରାନ୍ସଫର କରିଥିଲେ ତାହା ଅଲୱାର ଅଞ୍ଚଳର ଅଟାର ସିଂହ ନାମଙ୍କ ଜଣେ ବ୍ୟକ୍ତିଙ୍କ ବୋଲି ଜଣାପଡ଼ିଛି। ଏହା ମଧ୍ୟ ଜଣାପଡିଛି ଯେ ୧୫ ଦିନ ମଧ୍ୟରେ ଆକାଉଣ୍ଟ ମାଧ୍ୟରେ ପ୍ରାୟ ୫.୫ ଲକ୍ଷ ଟଙ୍କା ଜମା କରାଯାଇଥିଲା। ଯାହା ଦର୍ଶାଇଥିଲା ଯେ ଅନ୍ୟ ଲୋକମାନେ ଅଛନ୍ତି ସମାନ ଢଙ୍ଗରେ ପ୍ରତାରଣାର ଶୀକାର ହୋଇଛନ୍ତି। ଆମେ ଲୋକଙ୍କୁ ହ୍ୱାଟସ୍ଆପ୍ ମାଧ୍ୟମରେ କୌଣସି ଅଜ୍ଞାତ ଭିଡିଓ କଲ୍ ଗ୍ରହଣ ନକରିବାକୁ ଅନୁରୋଧ କରୁଛୁ ବୋଲି ପୋଲିସ ଅଧିକାରୀ ଜଣଙ୍କ କହିଛନ୍ତି।