Ayodhya Ram mandir: ରାମ ମନ୍ଦିର ନିର୍ମାଣ କମିଟିର ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଏବଂ ଶନିବାର ଅନୁଷ୍ଠିତ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ରାମ ମନ୍ଦିର ପରିସରରେ ଶେଷାବତାର ମନ୍ଦିର ନିର୍ମାଣ ହେବ । ଏହାର ଡିଜାଇନ୍ ତଥା ନକ୍ସା ଖୁବଶୀଘ୍ର ପ୍ରସ୍ତୁତ ହେବ । ଏହା ବ୍ୟତୀତ ଟ୍ରଷ୍ଟର ଅନ୍ୟ ଏକ କାର୍ଯ୍ୟାଳୟ ଖୋଲିବ । କ୍ୟାମ୍ପସରେ ୫୦୦ ଲୋକଙ୍କ କ୍ଷମତା ବିଶିଷ୍ଟ ଏକ ଅଡିଟୋରିୟମ୍ ନିର୍ମାଣ କରିବାକୁ ମଧ୍ୟ ସହମତି ପ୍ରକାଶ ପାଇଛି। ଦ୍ୱିତୀୟ ଦିନର ବୈଠକ ପୂର୍ବରୁ ନ୍ରିପେନ୍ଦ୍ର ମିଶ୍ର କ୍ୟାମ୍ପସରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯାଞ୍ଚ କରିଥିଲେ।


COMMERCIAL BREAK
SCROLL TO CONTINUE READING

ବୈଠକ ପରେ ରାମ ମନ୍ଦିର ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ର କହିଛନ୍ତି ଯେ, ବୈଠକ ପୂର୍ବରୁ ଶ୍ରୀ ରାମ ଜନ୍ମଭୂମି କମ୍ପ୍ଲେକ୍ସରେ ଚାଲିଥିବା କାର୍ଯ୍ୟକୁ ଯାଞ୍ଚ କରିଛନ୍ତି । ସପ୍ତମଣ୍ଡପମ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଖୋଳିବା କାମ ଶେଷ କରାଯାଇଛି । ଶେଷାବତାର ମନ୍ଦିରର ଡିଜାଇନ୍ ପ୍ରସ୍ତୁତିର ଦାୟିତ୍ୱ ସ୍ଥାପତ୍ୟ ଆଶିଷ ସୋମପୁରୀଙ୍କୁ ହସ୍ତାନ୍ତର କରାଯାଇଛି । ଏହି ମନ୍ଦିର ମଧ୍ୟ ରାମ ମନ୍ଦିର ପରି ଦେଖାଯିବ । ଖୁବଶୀଘ୍ର ଶେଷାବତାର ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଆହୁରି ମଧ୍ୟ ଦୁଇ ମାସ ମଧ୍ୟରେ ତୀର୍ଥଯାତ୍ରୀ ସୁବିଧା କେନ୍ଦ୍ରର ଅବଶିଷ୍ଟ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟରେ ଏହାକୁ ଏଲ ଆଣ୍ଡ ଟି ହସ୍ତାନ୍ତର କରିବାକୁ ଯୋଜନା କରାଯାଇଛି। ମାର୍ଚ୍ଚ ୨୦୨୫ ସୁଦ୍ଧା ପ୍ରାଚୀର ନିର୍ମାଣର ଶେଷ କରାଯିବ ବୋଲି କୁହାଯାଇଛି । ଏହି ସଭାରେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ, ମନ୍ଦିର ନିର୍ମାଣ ଦାୟିତ୍ୱରେ ଥିବା ଗୋପାଳ ରାଓ, ରାମ ମନ୍ଦିର ଆର୍କିଟେଚର ଆଶିଷ ସୋମପୁରୀଙ୍କ ସମେତ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ।


ଅନ୍ୟପଟେ, ଆପୋଲୋ ହସ୍ପିଟାଲ ରାମଜନ୍ମଭୀମୀ କମ୍ପ୍ଲେକ୍ସରେ ଏକ ଉଚ୍ଚ ଶ୍ରେଣୀର ଡାକ୍ତରଖାନା ଖୋଲିବାକୁ ଯାଉଛି । ଏନେଇ ଡାକ୍ତରଖାନା ପକ୍ଷରୁ ଶନିବାର ଦିନ ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ଡାକ୍ତରଖାନା ପରିସରରେ ଅବସ୍ଥିତ ତୀର୍ଥସ୍ଥାନ ସୁବିଧା କେନ୍ଦ୍ରରେ ଏହା କରାଯିବ ବୋଲି ଜଣାପଡିଛି । ଉକ୍ତ ଡାକ୍ତରଖାନାରେ ମୌଳିକ ପ୍ରାଥମିକ ଚିକିତ୍ସା ଠାରୁ ଆରମ୍ଭ କରି ହୃଦଘାତ ଏବଂ ବ୍ରେନ୍ ଷ୍ଟ୍ରୋକ୍ ସହିତ ଜରୁରୀକାଳୀନ ପରିସ୍ଥିତିର ସର୍ବୋତ୍ତମ ସେବା ଯୋଗାଯିବ । ଏହି ଚୁକ୍ତିନାମା ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନ୍ରିପେନ୍ଦ୍ର ମିଶ୍ର ଏବଂ ଆପୋଲୋ ହସ୍ପିଟାଲର ଲକ୍ଷ୍ନୌର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରାମ ମନ୍ଦିର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଥିବା ସୂଚନା ମିଳିଛି ।


Also Read- Surya Gochar 2024: ୧୯ ଦିନ ପରେ ସୂର୍ଯ୍ୟଙ୍କ ଚଳନ, ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନର ବର୍ଷା !


Also Read- BSNL ଗ୍ରାହକଙ୍କ ପାଇଁ ଖୁସି ଖବର, ଏଣିକି ଶସ୍ତା ବ୍ରଡବ୍ୟାଣ୍ଡ ପ୍ଲାନରେ 4TB ଡାଟା