Surya Gochar 2024: ୧୯ ଦିନ ପରେ ସୂର୍ଯ୍ୟଙ୍କ ଚଳନ, ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନର ବର୍ଷା !
Advertisement
Article Detail0/zeeodisha/odisha2264866

Surya Gochar 2024: ୧୯ ଦିନ ପରେ ସୂର୍ଯ୍ୟଙ୍କ ଚଳନ, ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନର ବର୍ଷା !

Surya Gochar 2024:  ବିଶ୍ୱାସ କରାଯାଏ ଯେ, ଯେତେବେଳେ ବି ସୂର୍ଯ୍ୟଦେବ ରାଶି ପରିବର୍ତ୍ତନ କରନ୍ତି, ସେତେବେଳେ ସମସ୍ତ ରାଶି ଉପରେ କିଛି ନା କିଛି ପ୍ରଭାବ ପଡିଥାଏ । କିଛି ରାଶିର ବ୍ୟକ୍ତିଙ୍କୁ ସକରାତ୍ମକ ଫଳ ମିଳୁଥିବା ସମୟରେ କିଛି ରାଶିର ବ୍ୟକ୍ତିଙ୍କୁ ନକାରାତ୍ମକ ଫଳ ମଧ୍ୟ ମିଳିଥାଏ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସୂର୍ଯ୍ୟ ମିଥୁନ ରାଶିରେ ଏକ ମାସ ପର୍ଯ୍ୟନ୍ତ ବିଦ୍ୟମାନ କରିବେ । ଏଭଳି ପରିସ୍ଥିତିରେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟତିର୍ବିଦ ସତ୍ୟବ୍ରତ ପାଢୀଙ୍କ ଠାରୁ ।

Surya Gochar 2024: ୧୯ ଦିନ ପରେ ସୂର୍ଯ୍ୟଙ୍କ ଚଳନ, ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନର ବର୍ଷା !

Surya Gochar 2024: ଗ୍ରହମାନଙ୍କର ରାଜା ଭାବେ ବିବେଚନା କରାଯଉଥିବା ସୂର୍ଯ୍ୟଦେବ ବର୍ତ୍ତମାନ ବୃହସ୍ପତିଙ୍କ ରାଶିରେ ଅଛନ୍ତି । କିନ୍ତୁ ମାତ୍ର ୧୯ ଦିନ ପରେ ଅର୍ଥାତ୍ ଜୁନ୍ ୧୪ ରାତିରେ ସୂର୍ଯ୍ୟ ବୁଧରଙ୍କ ରାଶି ମିଥୁନରେ ଚଳନ କରିବେ । ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ବିଶ୍ୱାସ କରାଯାଏ ଯେ, ଯେତେବେଳେ ବି ସୂର୍ଯ୍ୟଦେବ ରାଶି ପରିବର୍ତ୍ତନ କରନ୍ତି, ସେତେବେଳେ ସମସ୍ତ ରାଶି ଉପରେ କିଛି ନା କିଛି ପ୍ରଭାବ ପଡିଥାଏ । କିଛି ରାଶିର ବ୍ୟକ୍ତିଙ୍କୁ ସକରାତ୍ମକ ଫଳ ମିଳୁଥିବା ସମୟରେ କିଛି ରାଶିର ବ୍ୟକ୍ତିଙ୍କୁ ନକାରାତ୍ମକ ଫଳ ମଧ୍ୟ ମିଳିଥାଏ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସୂର୍ଯ୍ୟ ମିଥୁନ ରାଶିରେ ଏକ ମାସ ପର୍ଯ୍ୟନ୍ତ ବିଦ୍ୟମାନ କରିବେ । ଏଭଳି ପରିସ୍ଥିତିରେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟତିର୍ବିଦ ସତ୍ୟବ୍ରତ ପାଢୀଙ୍କ ଠାରୁ ।

ମିଥୁନ ରାଶି
ଆପଣଙ୍କ ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । ଏହି ସମୟ କ୍ୟାରିୟର ସହ ଜଡିତ ଶୁଭ ଖବର ଆପଣଙ୍କୁ ମିଳିବ । ରାଜନୀତି କ୍ଷେତ୍ରରେ ନିଜର କ୍ୟାରିୟର କରିବାକୁ ଚାହୁଁଥିଲେ ଆପଣଙ୍କୁ ଏକ ବଡ଼ ସୁଯୋଗ ମିଳିପାରେ । ଜୁନ୍ ଶେଷ ସୁଦ୍ଧା ଆପଣଙ୍କ ଜୀବନରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଅଧ୍ୟୟନ କ୍ଷେତ୍ରରେ ମଧ୍ୟ ସଫଳତା ପାଇବେ । ବ୍ୟବସାୟରେ ବୃଦ୍ଧି ହେବା ସହ ଭଲ ଲାଭ ହେବ । ବିବାହିତ ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ଆସିବ । ଆପଣଙ୍କୁ ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ ।

ସିଂହ ରାଶି
ମିଥୁନରେ ସୂର୍ଯ୍ୟଙ୍କ ଚଳନ ଅନେକ ଉପାୟରେ ଆପଣଙ୍କ ପାଇଁ ଲାଭଦାୟକ ହେବ । ସୂର୍ଯ୍ୟଙ୍କ କୃପାରୁ ସମ୍ମାନ ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ଠାରୁ ଭଲ ଖବର ମିଳିବ । କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ । ସଠିକ ଭାବେ କର୍ମ କରିବା କାରଣରୁ ଆପଣଙ୍କୁ ପ୍ରଶଂସା ମିଳିବ । ଆପଣଙ୍କ ପ୍ରତି ବରିଷ୍ଠଙ୍କ ସମର୍ଥନ ରହିବ । ଜୁନ୍ ଶେଷ ସୁଦ୍ଧା ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ମନ ଖୁସି ରହିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଯିବ ।

ତୁଳା ରାଶି
ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ପ୍ରମାଣିତ ହେବ । ଅଧ୍ୟୟନ କ୍ଷେତ୍ରରେ ଶୀଘ୍ର ଭଲ ଖବର ପାଇବେ । ନିଜ କ୍ୟାରିୟରରେ ହଠାତ୍ ଲାଭ ଦେଖିବେ । ସରକାରୀ ଚାକିରି କ୍ଷେତ୍ରରେ ଅଧିକ ଉପକୃତ ହେବେ । କର୍ମକ୍ଷେତ୍ରରେ ଘଟୁଥିବା ସମସ୍ତ ସମସ୍ୟା ଶେଷ ହେବ । ବୈବାହିକ ଜୀବନରେ ସୁଖ ମିଳିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬

Also Read- BSNL ଗ୍ରାହକଙ୍କ ପାଇଁ ଖୁସି ଖବର, ଏଣିକି ଶସ୍ତା ବ୍ରଡବ୍ୟାଣ୍ଡ ପ୍ଲାନରେ 4TB ଡାଟା

Also Read- June 2024 Gochar: ଜୁନରେ ୫ ବଡ଼ ଗ୍ରହଙ୍କ ରାଶି ପରିବର୍ତ୍ତନ, ସୃଷ୍ଟି ହେବ ସ୍ୱତନ୍ତ୍ର ଯୋଗ