BSNL ଗ୍ରାହକଙ୍କ ପାଇଁ ଖୁସି ଖବର, ଏଣିକି ଶସ୍ତା ବ୍ରଡବ୍ୟାଣ୍ଡ ପ୍ଲାନରେ 4TB ଡାଟା
Advertisement
Article Detail0/zeeodisha/odisha2264703

BSNL ଗ୍ରାହକଙ୍କ ପାଇଁ ଖୁସି ଖବର, ଏଣିକି ଶସ୍ତା ବ୍ରଡବ୍ୟାଣ୍ଡ ପ୍ଲାନରେ 4TB ଡାଟା

BSNL Recharge Plan: କମ୍ପାନୀର ଏହି ୫୯୯ ଟଙ୍କା ବ୍ରଡବ୍ୟାଣ୍ଡ ପ୍ଲାନ ହେଉଛି ଏକ ବଜେଟ୍ ପ୍ଲାନ୍ । ବର୍ତ୍ତମାନ ଏହାର ଅପଗ୍ରେଡ୍ ସହିତ ଗ୍ରାହକଙ୍କୁ ନୂଆ ଏବଂ ଅଧିକ ସୁବିଧା ମିଳିବ । ଯଦି ଆପଣ ମଧ୍ୟ ଆପଣଙ୍କ ଘରେ ବ୍ରଡବ୍ୟାଣ୍ଡ କନେକ୍ସନ ଲଗାଇବାକୁ ଭାବୁଛନ୍ତି କିମ୍ବା ପୂର୍ବରୁ ଏକ ପ୍ଲାନ ବ୍ୟବହାର କରୁଛନ୍ତି, ତେବେ ଆପଣ ଜାଣିରଖନ୍ତୁ ବିଏସଏନଏଲର ଏହି ପ୍ଲାନରେ ଆପଣଙ୍କୁ କେଉଁ ଲାଭ ମିଳିବ ।

BSNL ଗ୍ରାହକଙ୍କ ପାଇଁ ଖୁସି ଖବର, ଏଣିକି ଶସ୍ତା ବ୍ରଡବ୍ୟାଣ୍ଡ ପ୍ଲାନରେ 4TB ଡାଟା

BSNL Recharge Plan: ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ବ୍ରଡବ୍ୟାଣ୍ଡ ପ୍ଲାନର ସ୍ପିଡ୍ ଏବଂ ଡାଟା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ କରିଛି । କମ୍ପାନୀର ଏହି ୫୯୯ ଟଙ୍କା ବ୍ରଡବ୍ୟାଣ୍ଡ ପ୍ଲାନ ହେଉଛି ଏକ ବଜେଟ୍ ପ୍ଲାନ୍ । ବର୍ତ୍ତମାନ ଏହାର ଅପଗ୍ରେଡ୍ ସହିତ ଗ୍ରାହକଙ୍କୁ ନୂଆ ଏବଂ ଅଧିକ ସୁବିଧା ମିଳିବ । ଯଦି ଆପଣ ମଧ୍ୟ ଆପଣଙ୍କ ଘରେ ବ୍ରଡବ୍ୟାଣ୍ଡ କନେକ୍ସନ ଲଗାଇବାକୁ ଭାବୁଛନ୍ତି କିମ୍ବା ପୂର୍ବରୁ ଏକ ପ୍ଲାନ ବ୍ୟବହାର କରୁଛନ୍ତି, ତେବେ ଆପଣ ଜାଣିରଖନ୍ତୁ ବିଏସଏନଏଲର ଏହି ପ୍ଲାନରେ ଆପଣଙ୍କୁ କେଉଁ ଲାଭ ମିଳିବ ।

BSNL ପକ୍ଷରୁ ୨୦୨୦ ମସିହାରୁ ୫୯୯ ଟଙ୍କା ବ୍ରଡବ୍ୟାଣ୍ଡ ପ୍ଲାନ ଆରମ୍ଭ ହୋଇଛି । ଲଞ୍ଚ୍ ସମୟରେ ଏହି ୫୯୯ ଟଙ୍କା ପ୍ଲାନରେ ୩.୩ TB ମାସିକ ଡାଟା ସହିତ 60Mbps ଡାଉନଲୋଡ୍ ଏବଂ ଅପଲୋଡ୍ ସ୍ପିଡ୍ ରହିଥିଲା । ଦିଆଯାଇଥିବା ଡାଟା ବ୍ୟବହାର ପରେ, ପ୍ଲାନର ଗତି 2Mbps କୁ ହ୍ରାସ ପାଉଥିଲା । ୨୦୨୦ ରୁ ଗ୍ରାହକଙ୍କ ପାଇଁ BSNLର ୫୯୯ ଟଙ୍କା ଫାଇବର ବେସିକ୍ ପ୍ଲସ୍ ପ୍ଲାନ ଉପଲବ୍ଧ ରହିଛି । ତେବେ ଏହି ପୁରୁଣା ପ୍ଲାନଟିକୁ ବିଏସଏନଏଲ ପକ୍ଷରୁ ଅପଗ୍ରେଡ୍ କରାଯାଇଛି । ଅପଗ୍ରେଡ୍ ପରେ କେଉଁ ସୁବିଧା ଯୋଗାଇ ଦିଆଯିବ ଆସନ୍ତୁ ଜାଣିବା ।

ପ୍ଲାନରେ ନବୀକରଣ ପରେ ବର୍ତ୍ତମାନ ଗ୍ରାହକଙ୍କୁ 100Mbps ସ୍ପିଡ୍ ସହିତ 4TB ଡାଟା ମାସକ ପାଇଁ ପ୍ରଦାନ କରାଯାଇଛି । ପ୍ରଦାନ କରାଯାଇଥିବା ଡାଟା ବ୍ୟବହାର ପରେ ଇଣ୍ଟରନେଟ୍ ସ୍ପିଡି 4MBPS କୁ ଖସି ଆସିବ ।

ସୂଚନାଯୋଗ୍ୟ, BSNL ୫୯୯ ଟଙ୍କା ମୂଲ୍ୟର ଆଉ ଏକ ପ୍ଲାନ ଗ୍ରାହକଙ୍କ ପାଇଁ ଆଣିଛି । ଯାହାକୁ ଫାଇବର ବେସିକ୍ OTT ପ୍ଲାନ କୁହାଯାଉଛି । ଏଥିରେ 75Mbps ସ୍ପିଡ୍ ସହ ମାସକୁ 4TB ଡାଟା ମିଳୁଛି । ଏହି ପ୍ଲାନରେ ଗ୍ରାହକଙ୍କୁ ଡିଜନି + ହଟଷ୍ଟାର ସୁପରର ମାଗଣା ସବସ୍କ୍ରିପସନ୍ ଦିଆଯାଇଛି ।

Also Read- ଆଇପିଏଲ୍ ଫାଇନାଲକୁ ନେଇ ଉତ୍ସାହ, ଡୁଡଲରେ କ୍ରିକେଟକୁ ସ୍ଥାନ ଦେଲା ଗୁଗଲ୍

Also Read- Chardham Yatra 2024: ଦେବଭୂମୀରେ ଧନବର୍ଷା, ମାତ୍ର ୧୫ ଦିନରେ ୨୦୦ କୋଟି କାରବାର