Shocking News: ଦୁନିଆରେ ଏମିତି ଅନେକ ଅଜବ ଘଟଣା ସବୁ ଘଟେ ଯାହା ଆଖିରେ ନଦେଖିଲେ ବା କାନରେ ନ ଶୁଣିଲା ଯାଏଁ ବିଶ୍ବାସ କରିହେବ ନାହିଁ । ସେହିପରି ବେଳେ ବେଳେ ଏମିତି ବି କିଛି ଘଟଣା ଘଟିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରେ । ନିକଟରେ ଉତ୍ତରପ୍ରଦେଶ (Uttar Pradesh) ହମିରପୁରରୁ (Hamirpur) ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ, ବିବାହ ଦିନ କନ୍ୟା (Bride) ଜଣଙ୍କ ସଜ ହେବା ଲାଗି ବିୟୁଟି ପାର୍ଲରକୁ ଯାଇଥିଲେ କିନ୍ତୁ ଆଉ ସେ ଫେରି ନଥିଲେ । ବିୟୁଟି ପାର୍ଲରରୁ (Beauty Parlour) କେବଳ ତାଙ୍କ ଖୁଡ଼ି ବାହାରକୁ ଆସିଲେ । କାରଣ ସଜ ହେବା ବାହାନାରେ ବିୟୁଟି ପାର୍ଲରରୁ ନିଜ ପ୍ରେମିକ ସହ ଚମ୍ପଟ ମାରିଥିଲା କନ୍ୟା । ଗୋଟେ ପଟେ ବିବାହ ଲାଗି ବର ବରଯାତ୍ରାଙ୍କୁ ସାଙ୍ଗରେ ଧରି ଅଧା ରସ୍ତାରେ ପହଁଞ୍ଚିଥିବା ବେଳେ ସେପଟେ ପ୍ରେମିକ ସହ ଚମ୍ପଟ୍ ମାରିଥିଲା କନ୍ୟା । କନ୍ୟାର ଫେରାର ଖବର ମିଳିବା ପରେ ନାଚ ଓ ଗୀତରେ ଫାଟି ପଡୁଥିବା ବର(Groom) ଘରେ ନିରାଶା ଛାଇଯାଇଥିଲା ।


COMMERCIAL BREAK
SCROLL TO CONTINUE READING

ବିୟୁଟି ପାର୍ଲରରୁ ଫେରିନଥିଲା କନ୍ୟା


ସୂଚନାଯୋଗ୍ୟ, ହମିରପୁର କୋତୱାଲୀ ଅଞ୍ଚଳର ଜଣେ ଯୁବତୀ ବିବାହ ଲାଗି ମେକଅପ୍ କରିବା ପାଇଁ ବିୟୁଟି ପାର୍ଲର (Beauty Parlour) ଯାଇଥିଲେ। ବରଯାତ୍ରୀ ଆସିବା ପୂର୍ବରୁ ବିୟୁଟି ପାର୍ଲରରେ ପହଞ୍ଚିଯାଇଥିଲା କନ୍ୟାଙ୍କ ପ୍ରେମିକ। ଡ଼େରି ନକରି ଯୁବତୀ ଜଣଙ୍କ ପ୍ରେମିକ ସହ ଫେରାର ହୋଇଯାଇଥିଲେ । ଶେଷରେ ଯୁବତୀଙ୍କୁ ମେକଅପ୍ ପାଇଁ ବିୟୁଟି ପାର୍ଲର ଆଣିଥିବା ଖୁଡ଼ି କାନ ମୁଣ୍ତା ଆଉଁସି ଘରକୁ ଫେରିଥିଲେ । ସେପଟେ ବିବାହ ଲାଗି କନ୍ୟା ଅପେକ୍ଷାରେ ରହିଥିଲେ ପରିବାର ସଦସ୍ୟ ଓ ବର ।


କନ୍ୟା ପଳାଇବା ପରେ ଏପରି କିଛି ଦାବି କରିଥିଲା ବର


ଏହି ଖବର ଶୁଣିବା ପରେ ବରର (Groom) ହୋସ ଉଡ଼ିଯାଇଥିଲା । ହାତଶ ହୋଇ ପୋଲିସ ଷ୍ଟେସନରେ (police station) ପହଞ୍ଚିଥିଲା ବର । ସେଠାରେ ଯୁବତୀଙ୍କୁ ଖୋଜିବା ପାଇଁ ପୋଲିସ ନିକଟରେ ନିବେଦନ କରିଥିଲେ। ଅନ୍ୟପକ୍ଷରେ, କନ୍ୟା ପକ୍ଷ ମଧ୍ୟ ନିଜ ଝିଅକୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ଏହି ଘଟଣା ପରେ ବରର ପରିବାର ସଦସ୍ୟ ବିବାହ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ଦାବି କରିଥିଲେ ।


ଏହା ବି ପଢନ୍ତୁ-Shocking News: ନିଜ ହାତରେ କଲେ ନିଜର ‘ପିଣ୍ତଦାନ’, ପଚାରିବାରୁ କହିଲେ...


ଏହା ବି ପଢନ୍ତୁ-ରେଳ ବିଭାଗରେ ବ୍ୟବସାୟ କରିବେ ଗୌତମ ଆଦାନୀ: IRCTC ସହ ହେବ ପ୍ରତିଦ୍ୱନ୍ଦ୍ୱିତା


ବରର ମାଆ କହିଥିଲେ ଏମିତି କଥା


କନ୍ୟା (Bride )ଫେରାର ହେବା ପରେ ଘରକୁ ଫେରି ତାଙ୍କ ଖୁଡ଼ି ଏନେଇ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ତାଙ୍କ ଅଞ୍ଚଳରେ ରହୁଥିବା ଜଣେ ଯୁବକ ବିୟୁଟି ପାର୍ଲରକୁ ଆସିଥିଲେ । ଏହା ପରେ ଝିଅକୁ ସାଙ୍ଗରେ ନେଇ ଯାଇଥିଲେ। ଏହି ଘଟଣା ପରେ ବରର ମା କହିଥିଲେ ଯେ, ସ୍ୱାମୀଙ୍କ ମୃତ୍ୟୁ ପରେ ସେ ବହୁତ କଷ୍ଟରେ ପୁଅର ବିବାହ ଲାଗି ବ୍ୟବସ୍ଥା କରିଥିଲେ। କିନ୍ତୁ କନ୍ୟା ପକ୍ଷ ତାଙ୍କ ସହ ଧୋକା କରିଛନ୍ତି, ତେଣୁ ସେମାନେ ବିବାହ ଲାଗି ଖର୍ଚ୍ଚ ହୋଇଥିବା ଟଙ୍କା ଫେରସ୍ତ କରନ୍ତୁ।


ଏହା ବି ପଢନ୍ତୁ-NEET Result 2023: ଗଙ୍ଗା ମାତାଙ୍କ ବରଦାନ, ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଗଙ୍ଗା ଆଳତୀ କରୁଥିବା ଯୁବକ


ଏହା ବି ପଢନ୍ତୁ-ଜେଜେ ବୟସରେ ବାପା ହେଲେ ୬୨ ବର୍ଷୀୟ ବୃଦ୍ଧ, ଦ୍ୱିତୀୟ ପତ୍ନୀ ଜନ୍ମ ଦେଲେ ତିନି ସନ୍ତାନ


ଏହା ବି ପଢନ୍ତୁ-PhonePe: ଆପଣ Phonepay ବ୍ୟବହାର କରୁଛନ୍ତି କି ! ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ