Viral Wedding: ସାଧାରଣତଃ ଦୁନିଆରେ ବହୁ ଅଜବ ଧରଣର ଘଟଣା ସବୁ ଘଟୁଥିବାର ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ ଏପରି ଅନେକ ଘଟଣା ରହିଛି ଯାହାକୁ ଆଖିରେ ନ ଦେଖିଲେ ବିଶ୍ବାସ କରିହେବ ନାହିଁ । ନିକଟରେ ରାଜସ୍ଥାନ (Rajasthan) ଟୋଙ୍କ ଜିଲ୍ଲାରେ ଏକ ଅନନ୍ୟ ବାହାଘର (Weird Marriage) ଦେଖିବାକୁ ମିଳିଛି । ମନ୍ତ୍ର ପାଠ ସହ ଚାଲିଥିଲା ହୋମ ଆଉ ବେଦୀ ଉପରେ ବର ସହ ବସିଥିଲେ ଦୁଇ ଦୁଇଟି କନିଁଆ । ଆଜ୍ଞା ହଁ, କାମକୁ ଅଜବ ଲାଗୁଥିବା ଏହି ଘଟଣା କିନ୍ତୁ ବାସ୍ତବରେ ଘଟିଛି । ଜଣେ ଯୁବକ ଗୋଟିଏ ବିବାହ ମଣ୍ଡପରେ ପରିବାରର ସୀକୃତି ସହ ଜଣେ ନୁହେଁ ଦୁଇ ଦୁଇ ଜଣ ଯୁବତୀଙ୍କୁ ବିବାହ କରିଛନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦୁଇ ଯୁବତୀ ପ୍ରକୃତରେ ଦୁଇ ଭଉଣୀ ଅଟନ୍ତି। ଏହି ଅଜବ ଧରଣର ବିବାହ ପଛରେ ଏକ କାରଣ ମଧ୍ଯ ରହିଛି ଯେଉଁ କାରଣ ଏହି ଭିନ୍ନ ଧରଣର ବିବାହ ଏବେ ଟର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି । ଲୋକେ ଏହି ଭିନ୍ନ ଧରଣର ବିବାହକୁ ନେଇ ଚର୍ଚ୍ଚା କରୁଥିବା ବେଳେ ଯୁବକ ଓ ଯୁବତୀଙ୍କୁ ବାଃ ବାଃ ମଧ୍ଯ କରୁଛନ୍ତି ।


COMMERCIAL BREAK
SCROLL TO CONTINUE READING

ଟୋଙ୍କ ଜିଲ୍ଲା ୟୁନିୟାର ସ୍ଥିତ ଝୋପଡିଆ ଗାଁର ବାସିନ୍ଦା ହରିଓମ୍ ସିଦଡ଼ା ଗାଁର ଦୁଇ ଭଉଣୀ କାନ୍ତା ଓ ସୁମନଙ୍କୁ ବିବାହ କରିଛନ୍ତି। ବାସ୍ତବରେ, ହରିଓମଙ୍କ ପରିବାର ଲୋକେ କାନ୍ତାଙ୍କ ସହ ପୁଅର ବିବାହ ଲାଗି ପ୍ରସ୍ତାବ ନେଇ ସିଦ୍ଧ ଗ୍ରାମରେ ପହଞ୍ଚିଥିଲେ । ସେଠାରେ କାନ୍ତା ହରଓମଙ୍କ ସମ୍ମୁଖରେ ବିବାହ ନେଇ ଏକ ନିଆରା ସର୍ତ୍ତ ରଖିଥିଲେ । କାନ୍ତା କହିଥିଲେ ଯେ, ତାଙ୍କ ସାନ ଭଉଣୀ ସୁମନଙ୍କ ମାନସିକ ସ୍ଥିତି ଠିକ୍ ନାହିଁ । ସେ ତାଙ୍କ ସାନ ଭଉଣୀଙ୍କୁ ଜୀବନଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି । ତେଣୁ ସେ ନିଷ୍ପତ୍ତି ନେଇଛନ୍ତି ଯେ, ସେ ସେହି ଯୁବକଙ୍କୁ ବିବାହ କରିବେ, ଯିଏ ଉଭୟ ଭଉଣୀଙ୍କୁ ବିବାହ କରିବା ନେଇ ରାଜି ହେବ। ପ୍ରଥମେ ଏପରି ଅଜବ ସର୍ତ୍ତ ଶୁଣି ହରିଓମଙ୍କ ପରିବାର ଲୋକେ ବିବାହ ନେଇ ରାଜି ହୋଇନଥିଲେ । ପରେ ସେମାନେ ସୁମନ୍ତଙ୍କ ପ୍ରତି କାନ୍ତାଙ୍କ ଭଲ ପାଇବାକୁ ହୃଦୟଙ୍ଗମ କରି ବିବାହ କରିବା ନେଇ ସ୍ଥିର କରିଥିଲେ । ପ୍ରକାଶଥାଉ କି, କାନ୍ତା ଉର୍ଦ୍ଦୁରେ ବି.ଇ.ଡ଼ି (B.ED) କରିଥିବା ବେଳେ ସାନ ଭଉଣୀ ସୁମନଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ସେ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି।


ଏହା ବି ପଢନ୍ତୁ-Amarnath Yatra 2023: ଏଭଳି ଲୋକଙ୍କ ପାଇଁ ବନ୍ଦ ହେଲା ଅମରନାଥ ଯାତ୍ରା? ଜାଣନ୍ତୁ ସଦ୍ୟତମ ଖବର


ଏହାପରେ ଦୁଇ ଭଉଣୀ କାନ୍ତା ଓ ସୁମନଙ୍କ ହରିଓମଙ୍କ ବିବାହ ସ୍ଥିର ହୋଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନିମନ୍ତ୍ରଣ କାର୍ଡରେ (Wedding Cards) ମଧ୍ୟ କାନ୍ତ, ସୁମନ ଓ ହରିଓମଙ୍କ ନାମ ଛପା ଯାଇଥିଲା। ମଇ ୫ ତାରିଖରେ ଏହି ଅନନ୍ୟ ବିବାହ ହୋଇଥିଲା । ବିବାହ ପରେ ହରିଓମଙ୍କ ପରିବାର ଲୋକେ ଉଭୟଙ୍କୁ ସମାନ ଭାବରେ ସ୍ବାଗତ କରିବା ସହ ଏହା ସଙ୍ଗରେ ଗୃହ ପ୍ରବେଶ କରାଇଥିଲେ । ଏହାପରେ ସମସ୍ତ ରୀତିନୀତି ମଧ୍ୟ କରାଯାଇଥି୍ଲା। ବିବାହକୁ ନେଇ ହରିଓମ୍ କହିଛନ୍ତି ଯେ, କାନ୍ତା ତାଙ୍କ ଭଉଣୀଙ୍କ ସହ ରହି ତାଙ୍କ ଯତ୍ନ ନେବାକୁ ଚାହୁଁଥିଲେ । ତେଣୁ ସେ ମଧ୍ଯ ଉଭୟ ଭଉଣୀଙ୍କୁ ଖୁସିରେ ରଖିବେ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି । ତେବେ ଏହି କାମ ପାଇଁ ଲୋକ ହରିଓମଙ୍କ ପ୍ରସଂଶା କରୁଥିବା ଦେଖିବାକୁ ମିଳିଛି ।