Amarnath Yatra 2023: ଏଭଳି ଲୋକଙ୍କ ପାଇଁ ବନ୍ଦ ହେଲା ଅମରନାଥ ଯାତ୍ରା? ଜାଣନ୍ତୁ ସଦ୍ୟତମ ଖବର
Advertisement
Article Detail0/zeeodisha/odisha1698884

Amarnath Yatra 2023: ଏଭଳି ଲୋକଙ୍କ ପାଇଁ ବନ୍ଦ ହେଲା ଅମରନାଥ ଯାତ୍ରା? ଜାଣନ୍ତୁ ସଦ୍ୟତମ ଖବର

Amarnath Yatra 2023: ଚଳିତ ବର୍ଷ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଅପ୍ରେଲ ୧୭ ତାରିଖରୁ ଆରମ୍ଭ ହୋଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜାମୁ କାଶ୍ମୀର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯାଇଛି।

Amarnath Yatra 2023: ଏଭଳି ଲୋକଙ୍କ ପାଇଁ ବନ୍ଦ ହେଲା ଅମରନାଥ ଯାତ୍ରା? ଜାଣନ୍ତୁ ସଦ୍ୟତମ ଖବର

Amarnath Yatra Latest Update: ହିନ୍ଦୁ ଧର୍ମର ପବିତ୍ର ସ୍ଥାନ କୁହାଯାଉଥିବା ଅମରନାଥ ଯାତ୍ରା ବିଷୟରେ ଆସିଛି ଏକ ବଡ଼ ଖବର। ଆପଣଙ୍କୁ କହିରଖୁଛୁ ଯେ ଅମରନାଥ ଯାତ୍ରା ନିୟମ ସମ୍ବନ୍ଧରେ ଏକ ପରିବର୍ତ୍ତନ କରାଯାଇଛି। ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ ୧୩ ବର୍ଷରୁ କମ୍ ବୟସର ପିଲା ଏହି ତୀର୍ଥଯାତ୍ରାରେ ଅଂଶଗ୍ରହଣ କରିପାରିବେ ନାହିଁ। ଏହା ବ୍ୟତୀତ ୭୫ ବର୍ଷରୁ ଅଧିକ ବୟସର ଲୋକ ଅମରନାଥ ତୀର୍ଥଯାତ୍ରା କରିବାକୁ ସମର୍ଥ ହେବେ ନାହିଁ। ଯଦି କୌଣସି ମହିଳା ୬ ସପ୍ତାହରୁ ଅଧିକ ଗର୍ଭବତୀ ଅଛନ୍ତି, ତାହେଲେ ତାଙ୍କୁ ମଧ୍ୟ ଯାତ୍ରା କରିବାକୁ ବାରଣ କରାଯିବ।

ଜୁଲାଇ ପହିଲାରୁ ଆରମ୍ଭ ହେବ ଅମରନାଥ ଯାତ୍ରା
ଆପଣଙ୍କୁ କହିରଖୁଛୁ ଯେ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ (Amarnath Yatra Registration 2023) ପ୍ରକ୍ରିୟା ଅପ୍ରେଲ ୧୭ ତାରିଖରୁ ଆରମ୍ଭ ହୋଇଛି। ପ୍ରାୟ ୬୨ ଦିନ ଧରି ଚାଲିଥିବା ଏହି ଯାତ୍ରାରେ ବହୁ ସଂଖ୍ୟାରେ ଭକ୍ତ ଏକତ୍ରୀତ ହୋଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅମରନାଥ ଯାତ୍ରା (Amarnath Yatra 2023) ଜୁଲାଇ ପହିଲାରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜାମୁ କାଶ୍ମୀର ପ୍ରଶାସନ (Jammu Kashmir Administration) ପକ୍ଷରୁ କଠୋର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅମରନାଥ ଯାତ୍ରାରେ ଯିବା ପାଇଁ ଦୁଇଟି ମାର୍ଗ (Amarnath Yatra Route) ରହିଛି। ପ୍ରଥମ ଉପାୟରେ ଦକ୍ଷିଣ କାଶ୍ମୀରର (South Kashmir) ଅନନ୍ତନାଗ (Anantnag) ଠାରୁ ପହଲଗାମ (Pahalgam) ଦେଇ ୪୮ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡ଼ି଼ଥାଏ। ଅନ୍ୟ ପଟେ, ଅନ୍ୟ ଉପାୟ ଏହା ଠାରୁ ବହୁତ ଛୋଟ କିନ୍ତୁ ଏହା ମଧ୍ୟ ଟିକେ ବିପଜ୍ଜନକ।

Also Read: Amarnath Yatra 2023: ଅମରନାଥ ଯାତ୍ରା ପ୍ରସ୍ତୁତି ପାଇଁ ସରକାର ସକ୍ରିୟ, ରାସ୍ତାରେ ଜମିଥିବା ବରଫ ହଟାଇବ BRO

ଦ୍ୱିତୀୟ ମାର୍ଗ ମାତ୍ର ୧୪ କିଲୋମିଟର ଅତିକ୍ରମ କରାଇ ଅମରନାଥ ଧାମ (Amarnath Dham) ଠାରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ। ଯାହାକି କାଶ୍ମୀରର ମଧ୍ୟଭାଗରୁ (Central Kashmir) ଗାଣ୍ଡରବାଲ ଜିଲ୍ଲା (Ganderbal District) ଦେଇ ଯିବାକୁ ହୋଇଥାଏ। ହେଲେ ତଥାପି ଏହି ମାର୍ଗ କୌଣସି ଏକ ପାହାଡ଼ ଶିଖର ଆରୋହଣ କରିବା ସହ ସମାନ। ସେଥିପାଇଁ ଏହି ମାର୍ଗ ଅନ୍ୟ ମାର୍ଗ ଅପେକ୍ଷା ବିପଦଜ୍ଜନକ। 

Also Read: LG Manoj Sinha: ଶ୍ରୀନଗର ପନ୍ଥା ନିର୍ମାଣ ହେବାକୁ ଥିବା ବାବା ଅମରନାଥଙ୍କ ପ୍ରତିକୃତି, ଘୋଷଣା କଲେ ଉପରାଜ୍ୟପାଳ

ମଜବୁତ ସୁରକ୍ଷା ବ୍ୟବସ୍ଥା
ଜାମ୍ମୁ କାଶ୍ମୀର ପ୍ରଶାସନ ଅନୁଯାୟୀ ଉଭୟ ମାର୍ଗରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ମାର୍ଗରେ ତୀର୍ଥଯାତ୍ରୀଙ୍କ ପାଇଁ ଶୌଚାଳୟ ସୁବିଧା ଉପଲବ୍ଧ କରାଯାଇଛି। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ସୁରକ୍ଷା କର୍ମୀ ନିଯୁକ୍ତ ହୋଇଛନ୍ତି। ଅମରନାଥ ଯାତ୍ରା ପାଇଁ ପୂର୍ବରୁ ମାନବକୃତ ଫର୍ମ ପୂରଣ କରିବାକୁ ପଡୁଥିଲା। ହେଲେ ବର୍ତ୍ତମାନ ଏହାକୁ ସ୍ୱୟଂଚାଳିତ ଭାବରେ ନିର୍ମିତ ଫର୍ମ ମାଧ୍ୟମରେ ପରିବର୍ତ୍ତନ କରାଯାଇଛି।

 

 

Trending news