Jharkhand: ସଦ୍ୟ ଝାଡଖଣ୍ଡ ଗୋଡ୍ଡା ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଗୋଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅପରେସନ ପାଇଁ ଜଣେ ୨୨ ବର୍ଷୀୟ ବୟସ୍କ ଯୁବକଙ୍କ ପେଟରେ ଗର୍ଭାଶୟ ଏବଂ ଫାଲୋପିଆନ୍ ଟ୍ୟୁବ୍ ରହିଥିବା ଜଣାପଡ଼ିଛି। ଯାହା ସାଧାରଣତଃ ମହିଳାଙ୍କ ଶରୀରରେ ଦେଖା ଯାଇଥାଏ। ଏକଥା ଜାଣିବା ପରେ ଡାକ୍ତର ଅପରେସନ୍ ମାଧ୍ୟମରେ ଯୁବକଙ୍କ ପେଟରୁ ଗର୍ଭାଶୟ ଏବଂ ଫଲୋପିଆନ୍ ଟ୍ୟୁବ୍ ବାହାର କରି ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଏହି ଯୁବକଙ୍କ ଅପରେସନ କରିଥିବା ଡାକ୍ତର ତାରା ଶଙ୍କର ଝା କହିଛନ୍ତି ଯେ ଏଭଳି ମାମଲା ଏକ ଲକ୍ଷରେ ଗୋଟିଏ ହୋଇଥାଏ। ଅପରେସନ୍ ପରେ ଯୁବକ ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଡାକ୍ତର କହିଛନ୍ତି ଦୀର୍ଘ ଦିନ ଧରି ଯୁବକ ଜଣଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ହେଲେ ଅନୁସନ୍ଧାନରୁ ଜଣାପଡିଥିଲା ଯେ ତାଙ୍କ ଯୁବକଙ୍କ ପେଟର ଡାହାଣ ପାର୍ଶ୍ୱରେ ହାର୍ନିଆ ରହିଛି। ଏହି କ୍ରମରେ ଏହା ମଧ୍ୟ ଦେଖିବାକୁ ମିଳିଥିଲା ​​ଯେ ତାଙ୍କ ବାମ ପାର୍ଶ୍ୱରେ କୌଣସି ଅଣ୍ଡକୋଷ (Testicles) ନାହିଁ। ଚିକିତ୍ସା ପାଇଁ ତାଙ୍କୁ ବାହାରକୁ ଯିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ନିଜର ଦାରିଦ୍ର୍ୟର ଉଦାହରଣ ଦେଇ ଯୁବକ ଜଣଙ୍କ ଏଠାରେ ଚିକିତ୍ସା କରିବାକୁ ଅନୁରୋଧ କରିଥିଲେ। ଯାହା ପରେ ଅପରେସନ୍ କରି ତାଙ୍କ ପେଟରୁ ହର୍ନିଆ (Hernia) ବାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। 


ହାର୍ନିଆ ଅପରେସନ୍ ପାଇଁ ଯୁବକ ଜଣଙ୍କ ଗତ ଗୁରୁବାର ଗୋଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ (Godda District Headquarter Hospital) ଭର୍ତ୍ତି ହୋଇଥିଲେ। ଶୁକ୍ରବାର ଦିନ ତାଙ୍କର ଅପରେସନ୍ କରାଯାଇଥିଲା। ଏହି ସମୟରେ ତାଙ୍କ ପେଟରେ ଗର୍ଭାଶୟ ଏବଂ ଫାଲୋପିଆନ୍ ଟ୍ୟୁବ୍ (Uteru and Fallopian Tube) ଦୃଶ୍ୟମାନ ହେଉଥିଲା। ଡାକ୍ତର ଯୁବକଙ୍କ ପେଟରୁ ହାର୍ନିଆ ସହିତ ଗର୍ଭାଶୟ ଏବଂ ଫଲୋପିଆନ୍ ଟ୍ୟୁବ୍ କାଢିଥିଲେ। ଡାକ୍ତର ତାରା ଶଙ୍କର ଝା କହିଛନ୍ତି ଯେ ଏଭଳି ମାମଲା ଏକ ଲକ୍ଷରେ ଗୋଟିଏ ହୋଇଥାଏ। ଏପରି ଘଟଣା ଗୋଡ୍ଡା ଜିଲ୍ଲାରେ (Godda District) ବୋଧହୁଏ ପ୍ରଥମ ଥର ପାଇଁ ଦେଖିବାକୁ ମିଳି ଥାଇପାରେ। ଏହାକୁ ଟ୍ରୁ ହେର୍ମାଫ୍ରୋଡାଇଟ୍ (True Hermaphrodite) ଅର୍ଥାତ୍ ସମାନ ବ୍ୟକ୍ତିର ଉଭୟ ଲିଙ୍ଗର ଆଭ୍ୟନ୍ତରୀଣ ଅଙ୍ଗ କୁହାଯାଏ। ଏଭଳି ପରିସ୍ଥିତିରେ ରୋଗୀର ଉଭୟ ପୁରୁଷ ଏବଂ ମହିଳା ଅଙ୍ଗ ଉପସ୍ଥିତ ରହିଥାଏ।