Shraddha Walker Murder Case: ଶ୍ରଦ୍ଧା ହତ୍ୟା ମାମଲା (Shraddha Murder Case) ରେ ପ୍ରତ୍ୟେକ ନୂଆ ନୂଆ ଖୁଲାସା ହେଉଛି । ପୋଲିସର ଜେରାରେ ଅଭିଯୁକ୍ତ ଆଫତାବ ପୁନାୱାଲା (Aftab Poonawalla) ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ସତ ଓଗାଳୁଛି । ଶ୍ରଦ୍ଧା ୱାକର ଓ ତାଙ୍କ ସାଙ୍ଗମାନ (Shraddha Walker Friends) ଙ୍କ ମଧ୍ୟରେ ହୋଇଥିବା ଚାଟ୍ ଦିଲ୍ଲୀ ପୋଲିସ ହାତରେ ଲାଗିଛି, ଯାହା ଆଫତାବ ଅମିନ ପୁନାୱାଲା (Aftab Amin Poonawalla) ଦ୍ୱାରା ଦୁର୍ବ୍ୟବହାରର ଖୁଲାସା କରିଥାଏ । ନିର୍ଯାତନା ପରେ  ମେ ୧୮ରେ ଶ୍ରଦ୍ଧାଙ୍କୁ ହତ୍ୟା କରାଯାଇଥିଲା । ଶ୍ରଦ୍ଧା ନିଜ ମୃତ୍ୟୁ ପୂର୍ବରୁ ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମରେ ତାଙ୍କ ସାଙ୍ଗ ଓ ସହକର୍ମୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । ସେ ସେମାନଙ୍କୁ କହିଥିଲେ ଯେ ସେମାନଙ୍କ ସମ୍ପର୍କ ଆରମ୍ଭରୁ ଆଫତାବ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ ।


COMMERCIAL BREAK
SCROLL TO CONTINUE READING

ଶ୍ରଦ୍ଧା ଏକ ଚାଟରେ ଲେଖିଛନ୍ତି ଯେ, "ମୁଁ ଗତକାଲିର ମାଡରୁ ଠିକ୍ ହୋଇପାରି ନାହିଁ .. ମୋର ବିପି (ରକ୍ତଚାପ) କମ୍ ଅଛି ଓ ମୋ ଦେହ ଯନ୍ତ୍ରଣା ଅନୁଭବ କରୁଛି ।" ଦୁଇ ବର୍ଷ ପୂର୍ବେ ସେ ଜଣେ ସହକର୍ମୀଙ୍କ ସହ ଏହି ବାର୍ତ୍ତାଳାପ କରିଥିଲେ । ସେହି ସମୟରେ ସେ ତାଙ୍କ ପ୍ରେମିକ ଆଫତାବଙ୍କ ସହ ମୁମ୍ବାଇ ନିକଟ ନିଜ ଗୃହ ସହର ଭାସାଇରେ ରହୁଥିଲେ । ଶ୍ରଦ୍ଧାଙ୍କ ମୁହଁରେ ଆଘାତ ଚିହ୍ନ ରହିଥିଲା । ତାଙ୍କ ଛବି ସଂଲଗ୍ନ କରି ସେ ତାଙ୍କ ସହକର୍ମୀଙ୍କୁ କହିଥିଲେ, "ମୋ ପାଖରେ ବିଛଣାରୁ ଉଠିବାର ଶକ୍ତି ନାହିଁ । ମୁଁ ଆପଣଙ୍କୁ ଯେଉଁ ଅସୁବିଧାରେ ପକାଇଛି ଓ ଯେଉଁଭଳି ଭାବେ କାର୍ଯ୍ୟକୁ ପ୍ରଭାବିତ କରିଛି ସେଥିପାଇଁ ମୁଁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛି ।" ଏଠାରେ କହି ରଖୁଛୁ ଯେ, ଗତ ବର୍ଷ ଡିସେମ୍ବରରେ ଶ୍ରଦ୍ଧାଙ୍କୁ ଭାସାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର କହିଛନ୍ତି ଯେ ଯେତେବେଳେ ଶ୍ରଦ୍ଧା ତାଙ୍କ ନିକଟକୁ ଆସିଥିଲେ, ତାଙ୍କ ଶରୀରର ଆଭ୍ୟନ୍ତରୀଣ ଅଂଶରେ ଆଘାତ ଲାଗିଥିଲା । ତାଙ୍କ ପିଠିରେ ଗଭୀର ଯନ୍ତ୍ରଣା, ବାନ୍ତି, ବେକ ଯନ୍ତ୍ରଣା, ବେକ ହଲାଇବାରେ ଅସୁବିଧା, ଏବଂ ତଳ ଅଙ୍ଗରେ ଝିନଝିନ୍ ଓ ନିସ୍ତେଜତା ଥିଲା ।


ଶ୍ରଦ୍ଧା ୱାକରଙ୍କ ବାପା ଓ ଭାଇଙ୍କ ରକ୍ତ ନମୁନା ଏପର୍ଯ୍ୟନ୍ତ ଉଦ୍ଧାର ହୋଇଥିବା ମୃତଦେହ ସହିତ ଡିଏନ୍ଏ ମେଳ ପାଇଁ ନିଆଯାଇଛି । ପୋଲିସ ଏକ ବୟାନରେ ମଧ୍ୟ କହିଛି ଯେ, ଅଭିଯୁକ୍ତ ଆଫତାବ ଦେଇଥିବା ଉତ୍ତରଗୁଡିକର ବିଭ୍ରାନ୍ତିକର ପ୍ରକୃତିକୁ ଦୃଷ୍ଟିରେ ରଖି ତାଙ୍କ ନାର୍କୋ ଟେଷ୍ଟ ପରୀକ୍ଷା ପାଇଁ ଏକ ଆବେଦନ କରାଯାଇଥିଲା । ଏହାକୁ କୋର୍ଟ ଅନୁମୋଦନ କରିଛନ୍ତି । ଅଭିଯୁକ୍ତ ଆଫତାବ ଆମିନ ପୁନାୱାଲାଙ୍କ ନାର୍କୋ ଟେଷ୍ଟକୁ ପାଞ୍ଚ ଦିନ ମଧ୍ୟରେ ଶେଷ କରିବାକୁ ଦିଲ୍ଲୀ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।


ଅଧିକ ପଢ଼ନ୍ତୁ:-ହତ୍ୟାର ଠିକ୍ ପୂର୍ବରୁ ଶ୍ରଦ୍ଧା ନିଜ ବନ୍ଧୁଙ୍କୁ କରିଥିଲେ ଏହି ମେସେଜ, ସାମ୍ନାକୁ ଆସିଲା ଶେଷ ଇନଷ୍ଟାଗ୍ରାମ ଚାଟ୍


ଅଧିକ ପଢ଼ନ୍ତୁ:-ମ୍ୟାଚ୍ ନ ଖେଳି ବି Sanju Samson ଏହି କାମ କରି ଜିତି ନେଲେ ସମସ୍ତଙ୍କ ହୃଦୟ, ଦେଖନ୍ତୁ ଭାଇରାଲ୍ Video


ଅଧିକ ପଢ଼ନ୍ତୁ:-Lionel Messiଙ୍କ ଚମତ୍କାର! ଚାରି ଖେଳାଳିଙ୍କ ମଧ୍ୟରୁ ବଲ୍ କଲେ ବାହାର ଓ କଲେ ଗୋଲ୍, ଦେଖନ୍ତୁ VIDEO


ଅଧିକ ପଢ଼ନ୍ତୁ:-FIFA World Cup 2022ରେ ୱେଲ୍ସ-ଇରାନ ମ୍ୟାଚରେ ଘଟିଲା ବଡ଼ ଅଘଟଣ, ଶୋକରେ ସାରା ଦୁନିଆ


ଏଠାରେ କହି ରଖୁଛୁ ଯେ, ଦକ୍ଷିଣ ଦିଲ୍ଲୀର ମେହରୌଲି ଅଞ୍ଚଳରେ ଭଡା ଘରେ ଶ୍ରଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଆଫତାବ ପୁନାୱାଲା (୨୮) କୁ ନଭେମ୍ବର ୧୨ରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ପୋଲିସ କହିଛି ଯେ, ଆଫତାବ ଶ୍ରଦ୍ଧାଙ୍କୁ ଗଳା କାଟି ହତ୍ୟା କରି ତାଙ୍କ ଶରୀରକୁ ପ୍ରାୟ ୩୫ ଖଣ୍ଡରେ କାଟି ଦେଇଥିଲା, ଯାହାକୁ ସେ ପ୍ରାୟ ୩୦୦ ଲିଟର ଫ୍ରିଜରେ ପ୍ରାୟ ତିନି ସପ୍ତାହ ଧରି ରଖିଥିଲା ଏବଂ ପରେ ସହରର ବିଭିନ୍ନ ଅଞ୍ଚଳରେ ପକାଇ ଥିଲା ।