Shraddha Murder Case: ହତ୍ୟାର ଠିକ୍ ପୂର୍ବରୁ ଶ୍ରଦ୍ଧା ନିଜ ବନ୍ଧୁଙ୍କୁ କରିଥିଲେ ଏହି ମେସେଜ, ସାମ୍ନାକୁ ଆସିଲା ଶେଷ ଇନଷ୍ଟାଗ୍ରାମ ଚାଟ୍
Advertisement

Shraddha Murder Case: ହତ୍ୟାର ଠିକ୍ ପୂର୍ବରୁ ଶ୍ରଦ୍ଧା ନିଜ ବନ୍ଧୁଙ୍କୁ କରିଥିଲେ ଏହି ମେସେଜ, ସାମ୍ନାକୁ ଆସିଲା ଶେଷ ଇନଷ୍ଟାଗ୍ରାମ ଚାଟ୍

Shraddha Murder Case: ଶ୍ରଦ୍ଧା ହତ୍ୟା ମାମଲା ସହ ଜଡିତ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତାହା ହେଉଛି ଶ୍ରଦ୍ଧା ୱାକରଙ୍କ ଶେଷ ଇନଷ୍ଟାଗ୍ରାମ ଚାଟ୍ । ଶ୍ରଦ୍ଧା ନିଜର ଶେଷ ଚାଟରେ ତାଙ୍କ ବନ୍ଧୁ କରଣଙ୍କୁ ମେସେଜ୍ କରିଥିଲେ । ଯେଉଁଥିରେ ଶ୍ରଦ୍ଧା ଲେଖିଥିଲେ ଯେ, ତାଙ୍କ ପାଖରେ କିଛି...

Shraddha Murder Case: ହତ୍ୟାର ଠିକ୍ ପୂର୍ବରୁ ଶ୍ରଦ୍ଧା ନିଜ ବନ୍ଧୁଙ୍କୁ କରିଥିଲେ ଏହି ମେସେଜ, ସାମ୍ନାକୁ ଆସିଲା ଶେଷ ଇନଷ୍ଟାଗ୍ରାମ ଚାଟ୍

Shraddha Last Instagram Chat: ଶ୍ରଦ୍ଧା ହତ୍ୟା ମାମଲା (Shraddha Murder Case) ରେ ପ୍ରତିଦିନ ନୂଆ ଖୁଲାସା ହେଉଛି । ପୋଲିସ ପଚରାଉଚୁରାରେ ଅଭିଯୁକ୍ତ ଆଫତାବ ପୁନାୱାଲା (Aftab Poonawalla) ଗୋଟିଏ ପରେ ଗୋଟିଏ ବଡ଼ ଖୁଲାସା କରୁଛି । ବର୍ତ୍ତମାନ ଏହି ହତ୍ୟା ମାମଲା ସହ ଜଡିତ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତାହା ହେଉଛି ଶ୍ରଦ୍ଧା ୱାକର (Shraddha Walker) ଙ୍କ ଶେଷ ଇନଷ୍ଟାଗ୍ରାମ ଚାଟ୍ । ଶ୍ରଦ୍ଧା ନିଜର ଶେଷ ଚାଟ (Shraddha Aftab Instagram Chat) ରେ ତାଙ୍କ ବନ୍ଧୁ କରଣ (Shraddha Walker Friend Karan) ଙ୍କୁ ମେସେଜ୍ କରିଥିଲେ । ଯେଉଁଥିରେ ଶ୍ରଦ୍ଧା ଲେଖିଥିଲେ ଯେ, ତାଙ୍କ ପାଖରେ କିଛି ଖବର କହିବା ପାଇଁ ରହିଛି । କିନ୍ତୁ ବର୍ତ୍ତମାନ କିଛି କାମରେ ସେ ବହୁତ ବ୍ୟସ୍ତ ଅଛନ୍ତି ।

ଶ୍ରଦ୍ଧା (Shraddha Walker) ଙ୍କ ଏହି ମେସେଜ ପରେ କରଣ ପୁନର୍ବାର ମେ ୧୮ରେ ପଚାରିଥିଲେ ଯେ, "ତୁମ ପାଖରେ କେଉଁ ଖବର ଅଛି?" ସେପ୍ଟେମ୍ବର ୨୪ରେ କରଣ ପୁଣି ପଚାରିଛନ୍ତି ଯେ, ତୁମେ ସୁରକ୍ଷିତ ଅଛ କି? ବର୍ତ୍ତମାନ ଏହି ମେସେଜ ରିଡ୍ ତ ହୋଇଥିଲା, କିନ୍ତୁ କରଣ କୌଣସି ଉତ୍ତର ପାଇ ନଥିଲେ । ଏଭଳି ପରିସ୍ଥିତିରେ ଆଫତାବ (Aftab Poonawalla) ଶ୍ରଦ୍ଧାଙ୍କ ମୋବାଇଲରୁ ଇନଷ୍ଟାଗ୍ରାମରେ ପ୍ରବେଶ କରୁଥିବାର ମନେ କରାଯାଉଛି । ଆଫତାବ ଇନଷ୍ଟାଗ୍ରାମ ବ୍ୟବହାର କରି ଶ୍ରଦ୍ଧାଙ୍କ ସାଙ୍ଗମାନଙ୍କ ସହ କଥା ହେଉଥିଲେ ବୋଲି ମନେ କରାଯାଉଛି ।

ସୂତ୍ର କହିଛି ଯେ, ପଚରାଉଚରା ବେଳେ ଅଭିଯୁକ୍ତ ତଦନ୍ତକାରୀ ଅଧିକାରୀଙ୍କୁ କହିଛି ଯେ ସେ ଅସ୍ତ୍ର ଓ ଉପକରଣଗୁଡ଼ିକ ଗୁରୁଗ୍ରାମର DLF ଫେଜ୍ -3 ଜଙ୍ଗଲ ଅଞ୍ଚଳରେ ଫୋପାଡ଼ି ଦେଇଛି, ଯାହାର ବ୍ୟବହାର କଥିତ ଭାବେ ଶ୍ରଦ୍ଧା ୱାକରଙ୍କ ଶରୀରକୁ ୩୫ ଖଣ୍ଡରେ କାଟିବା ପାଇଁ କରାଯାଇଥିଲା । ଏଠାରେ କହି ରଖୁଛୁ ଯେ, ଶ୍ରଦ୍ଧା ୱାକରଙ୍କ କଟା ଯାଇଥିବା ମୁଣ୍ଡ ଓ ଶରୀରର ଅନ୍ୟ ଅଙ୍ଗକୁ ପୋଲିସ ଏପର୍ଯ୍ୟନ୍ତ ପାଇ ନାହିଁ । ତଥାପି ପୋଲିସକୁ ହତ୍ୟାରେ ବ୍ୟବହୃତ ଅସ୍ତ୍ର ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଁ କ୍ଲୁ ମିଳିବାର ଆଶା ରହିଛି ।

ଏହା ବି ପଢ଼ନ୍ତୁ:-ଏବେ ନୂଆ ଅଧିନାୟକଙ୍କ ସହ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ, ସକାଳ ୭ଟାରୁ ହେବ ମ୍ୟାଚ୍; ଦେଖନ୍ତୁ ପୂରା ଡିଟେଲ୍ସ

ଏହା ବି ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ଗସ୍ତ ମଝିରେ ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର, ଆହତ କାରଣରୁ ଦୀର୍ଘ ସମୟ ପାଇଁ ମୈଦାନରୁ ଦୂରେଇ ରହିବେ ଏହି ବଡ଼ ମ୍ୟାଚ୍ ୱିନର୍

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଦୁଇ ଖେଳାଳିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଅଶ୍ୱିନ, ଟି-20 ବିଶ୍ୱକପ ପରାଜୟ ପାଇଁ କଲେ ଦାୟୀ!

ଏଠାରେ କହି ରଖୁଛୁ ଯେ, ଦକ୍ଷିଣ ଦିଲ୍ଲୀର ମେହରୌଲି ଅଞ୍ଚଳରେ ଭଡା ଘରେ ଶ୍ରଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଆଫତାବ ପୁନାୱାଲା (୨୮) କୁ ନଭେମ୍ବର ୧୨ରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ପୋଲିସ କହିଛି ଯେ, ଆଫତାବ ଶ୍ରଦ୍ଧାଙ୍କୁ ଗଳା କାଟି ହତ୍ୟା କରି ତାଙ୍କ ଶରୀରକୁ ପ୍ରାୟ ୩୫ ଖଣ୍ଡରେ କାଟି ଦେଇଥିଲା, ଯାହାକୁ ସେ ପ୍ରାୟ ୩୦୦ ଲିଟର ଫ୍ରିଜରେ ପ୍ରାୟ ତିନି ସପ୍ତାହ ଧରି ରଖିଥିଲା ଏବଂ ପରେ ସହରର ବିଭିନ୍ନ ଅଞ୍ଚଳରେ ପକାଇ ଥିଲା ।