FIFA World Cup 2022: Lionel Messiଙ୍କ ଚମତ୍କାର! ଚାରି ଖେଳାଳିଙ୍କ ମଧ୍ୟରୁ ବଲ୍ କଲେ ବାହାର ଓ କଲେ ଗୋଲ୍, ଦେଖନ୍ତୁ VIDEO
Advertisement
Article Detail0/zeeodisha/odisha1460170

FIFA World Cup 2022: Lionel Messiଙ୍କ ଚମତ୍କାର! ଚାରି ଖେଳାଳିଙ୍କ ମଧ୍ୟରୁ ବଲ୍ କଲେ ବାହାର ଓ କଲେ ଗୋଲ୍, ଦେଖନ୍ତୁ VIDEO

FIFA World Cup 2022 Lionel Messi: ବାସ୍ତବରେ ସାଉଦି ଆରବ ଠାରୁ ପ୍ରଥମ ମ୍ୟାଚ୍ ହାରିବା ପରେ ଆର୍ଜେଣ୍ଟିନା ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ମ୍ୟାଚର ପ୍ରଥମାର୍ଦ୍ଧରେ ଉଭୟ ଦଳ ଅନେକ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଗୋଲ ସ୍କୋର କରିପାରି ନଥିଲା, ଏହା ପରେ ପୁଣି ଥରେ ଓଲଟପାଲଟ ହେବାର ସମ୍ଭାବନା ଦେଖା ଦେଇଥିଲା । 

FIFA World Cup 2022: Lionel Messiଙ୍କ ଚମତ୍କାର! ଚାରି ଖେଳାଳିଙ୍କ ମଧ୍ୟରୁ ବଲ୍ କଲେ ବାହାର ଓ କଲେ ଗୋଲ୍, ଦେଖନ୍ତୁ VIDEO

FIFA World Cup 2022 Lionel Messi: ଚଳିତ ଥର କାତାର (Qatar) ରେ ଖେଳା ଯାଉଛି ଫୁଟବଲର ମହାକୁମ୍ଭ ଫିଫା ବିଶ୍ୱକପ ୨୦୨୨ (FIFA World Cup 2022) । ଶନିବାର ଅର୍ଥାତ ନଭେମ୍ୱର ୨୬ର ବିଳମ୍ବିତ ରାତିରେ ଆର୍ଜେଣ୍ଟିନା ଓ ମେକ୍ସିକୋ ମଧ୍ୟରେ ମ୍ୟାଚ୍ (Argentina-Mexico) ଖେଳା ଯାଉଛି । ଏହି ମ୍ୟାଚରେ ଆର୍ଜେଣ୍ଟିନା ଦଳ ଭଲ ପ୍ରଦର୍ଶନ କରି ମେକ୍ସିକୋକୁ ୨-୦ରେ ପରାସ୍ତ କରିଛି । ଦଳର ତାରକା ଖେଳାଳି ଲିଓନେଲ ମେସି (Lionel Messi) ଆର୍ଜେଣ୍ଟିନା ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଓ ମ୍ୟାଚର ପ୍ରଥମ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ । ଏହା ସହ ଲିଓନେଲ ମେସି ତାଙ୍କ ନାମରେ ଏକ ରେକର୍ଡ ମଧ୍ୟ କରିଛନ୍ତି । ବାସ୍ତବରେ ସାଉଦି ଆରବ (Saudi Arabia) ଠାରୁ ପ୍ରଥମ ମ୍ୟାଚ୍ ହାରିବା ପରେ ଆର୍ଜେଣ୍ଟିନା ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ମ୍ୟାଚର ପ୍ରଥମାର୍ଦ୍ଧରେ ଉଭୟ ଦଳ ଅନେକ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଗୋଲ ସ୍କୋର କରିପାରି ନଥିଲା, ଏହା ପରେ ପୁଣି ଥରେ ଓଲଟପାଲଟ ହେବାର ସମ୍ଭାବନା ଦେଖା ଦେଇଥିଲା । 

କିନ୍ତୁ ଅଧିନାୟକ ଲିଓନେଲ ମେସି  (Lionel Messi) ଦଳକୁ ଏହି ପରିସ୍ଥିତିରୁ ବାହାର କରିବା ପାଇଁ କାର୍ଯ୍ୟ କରିଥିଲେ । ମ୍ୟାଚର ୬୪ ତମ ମିନିଟରେ ଲିଓନେଲ ମେସି ଏକ ଚମତ୍କାର ସ୍କୁପ୍ ମାରିଥିଲେ ଯାହା ତିନିଜଣ ମେକ୍ସିକୋ ଖେଳାଳି ଓ ଗୋଲକିପରଙ୍କୁ ମଧ୍ୟ ମାତ୍ ଦେଇଥିଲା ​​ଏବଂ ବଲ୍ ସିଧା ଗୋଲ୍ ପୋଷ୍ଟକୁ ଯାଇଥିଲା । ଲିଓନେଲ ମେସି  (Lionel Messi) ଏଠାରେ ଅଟକି ନଥିଲେ, ସେ ଠିକ୍ ସମୟରେ ଯୁବ ଖେଳାଳି ଏନଜୋ ଫର୍ଣ୍ଣାଣ୍ଡିଜଙ୍କୁ ପାସ୍ କରିଥିଲେ ଓ ଯୁବ ଫର୍ଣ୍ଣାଣ୍ଡିଜ୍ ଏହି ସୁଯୋଗକୁ ହାତଛଡ଼ା କରିନଥିଲେ । ସେ ମ୍ୟାଚର ୮୭ ତମ ମିନିଟରେ ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ୨-୧ରେ ଅଗ୍ରଣୀ କରି କରିଦେଇଥିଲେ, ଯାହାକି ନିର୍ଣ୍ଣାୟକ ବୋଲି ପ୍ରମାଣିତ ହୋଇଥିଲା । 

https://twitter.com/rupam_raihan1/status/1596620037741109248?ref_src=tws...

ଅଧିକ ପଢ଼ନ୍ତୁ:-ପ୍ରେମିକା ସହ ଶାରୀରିକ ସମ୍ପର୍କ ଗଢ଼ୁଥିବାବେଳେ ବ୍ୟକ୍ତିଙ୍କ ମୃତ୍ୟୁ, ଯୁବତୀ କଲେ ଏପରି କିଛି ଯାହା ଜାଣିଲେ ଆପଣଙ୍କ ଉଡ଼ିଯିବ ହୋସ୍!

ଅଧିକ ପଢ଼ନ୍ତୁ:-ବର୍ଷା ଯୋଗୁଁ ଭାଙ୍ଗିଲା ଟିମ୍ ଇଣ୍ଡିଆର ବଡ଼ ସ୍ୱପ୍ନ, ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ODI ବାତିଲ

ଏହା ବି ପଢ଼ନ୍ତୁ:-'ବୋକା ବନାଇବା ପାଇଁ ରାମ ମନ୍ଦିର ନିର୍ମାଣ କରିଛି BJP'

ଏଥି ସହିତ ୬୪ ତମ ମିନିଟରେ ଗୋଲ ସ୍କୋର କରି ଲିଓନେଲ ମେସି  (Lionel Messi) ଫିଫା ବିଶ୍ୱକପରେ ଆର୍ଜେଣ୍ଟିନାର କିମ୍ବଦନ୍ତୀ ମାରାଡୋନା (Maradona) ଙ୍କ ଗୋଲ ରେକର୍ଡର ବରାବର କରିନେଇଛନ୍ତି । ଲିଓନେଲ ମେସି ବର୍ତ୍ତମାନ ପର୍ଯ୍ୟନ୍ତ ଖେଳିଥିବା ସମସ୍ତ ଫିଫା ବିଶ୍ୱକପ୍‌ରେ ୮ଟି ଗୋଲ ସ୍କୋର କରିଛନ୍ତି । ଯାହା ମାରାଡୋନା ସହିତ ସମାନ । ଯଦି ପରବର୍ତ୍ତୀ ମ୍ୟାଚ୍‌ରେ ମେସି ଗୋଟିଏ ଗୋଲ୍ ସ୍କୋର କରନ୍ତି, ତେବେ ସେ ମାରାଡୋନାଙ୍କୁ ଅତିକ୍ରମ କରି ଆର୍ଜେଣ୍ଟିନା ପାଇଁ ସର୍ବାଧିକ ଗୋଲ ସ୍କୋରର ହେବେ ।