Diwali and Solar Eclipse 2022: ନୂଆଦିଲ୍ଲୀ: କୃଷ୍ଣପକ୍ଷ (Krushna Pakshya) ଅମାବାସ୍ୟା (Amabasya) ତିଥିରେ ଦୀପାବଳି (Deepavali) ପାଳନ କରାଯାଏ। ସୋମବାର ଏହି ପର୍ବକୁ ସମଗ୍ର ବିଶ୍ୱ ପାଳନ କରିଛି। ଏହି ପର୍ବକୁ ନେଇ ଦେଶବାସୀ ବେଶ ଧୁମଧାମରେ ପାଳନ କରିଛନ୍ତି। ଏହି ପର୍ବକୁ ନେଇ ଦେଶବାସୀ ବେଶ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଥିଲା। ସେପଟେ ଦୁଇ ଦିନ ଧରି ଧନତେରାସ ପଡ଼ିଥିବାରୁ ଲୋକମାନେ ବହୁମାତ୍ରାରେ କିଣାକିଣି କରିଛନ୍ତି। ତେବେ ଦୀପାବଳିର ଠିକ ପରଦିନ ଅର୍ଥାତ ମଙ୍ଗଳବାର ସୂର୍ଯ୍ୟପରାଗ (Solar Eclipse) ପଡ଼ୁଛି। ଏହି ସଂଯୋଗ ୨୭ ବର୍ଷ ପରେ ପଡ଼ୁଥିବା ଜଣାପଡିଛି। 


COMMERCIAL BREAK
SCROLL TO CONTINUE READING

ଏଥର ଦୀପାବଳିରେ ହସ୍ତ-ଚିତ୍ରା ନକ୍ଷତ୍ରାରେ ବୈଧୃତି ଯୋଗର ସୁଖଦଃ ସଂଯୋଗ ସୃଷ୍ଟି ହୋଇଛି। ଦୀପାବଳିରେ ସୋମବାର ମା ଲକ୍ଷ୍ମୀଙ୍କ ପୂଜା ପ୍ରଦୋଷକାଳ ଓ ମଧ୍ୟରାତ୍ରୀରେ ସ୍ଥିର ହୋଇଥିବା ଲଗ୍ନ ସବୁଠାରୁ ଉତ୍ତମ ସମୟ। ୨୪ ଅକ୍ଟୋବର ଦିନ ବିଳମ୍ବିତ ସନ୍ଧ୍ୟା ୭.୨ ମିନିଟରେ ପୂଜା ପାଇଁ ପ୍ରକୃତ ସମୟ ରହିଛି। ରାତି ୮ଟା ବାଜି ୨୩ ମିନିଟ ପର୍ଯ୍ୟନ୍ତ ଏହି ସମୟ ଜାରି ରହିବ। ଦୀପାବଳିରେ ଲକ୍ଷ୍ନୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ସମୟ ସବୁଠାରୁ ଉତ୍କୃଷ୍ଟ ସମୟ ଓ ପୂଜା ଅତ୍ୟନ୍ତ ଜରୁରୀ। 


ଦୀପାବଳିର ପରଦିନ ସୂର୍ଯ୍ୟଗ୍ରହଣ, ୨୭ ବର୍ଷ ପରେ ପଡ଼ିଛି ଏହି ସଂଯୋଗ
ଦୀପାବଳିର ପରଦିନ ହେଉଛି ସୂର୍ଯ୍ୟପରାଗ। ଏଭଳି ଏକ ସଂଯୋଗ ୨୭ ବର୍ଷ ପଡ଼ୁଥିବା ଜଣାପଡ଼ିଛି। ଦୀପାବଳିର ପରଦିନ ସୂର୍ଯ୍ୟପରାଗ ପଡ଼ିବା ଏକ ବଡ଼ ସଂଯୋଗ। ଏହା ପୂର୍ବରୁ ଏଭଳି ଏକ ସଂଯୋଗ ୧୯୯୫ ମସିହାରେ ପଡ଼ିଥିଲା। ବିଶ୍ୱାସ ରହିଛି କି ପରାଗ ଲାଗିବା ସମୟକୁ ଅଶୁଭ ବୋଲି ଗଣାଯାଇଥାଏ। ତେବେ ସେ ସୂର୍ଯ୍ୟ ପରାଗ ହେଉ ଅବା ଚନ୍ଦ୍ର ଗ୍ରହଣ। ଏହା ସହିତ ଚଳିତ ବର୍ଷ ଅନ୍ତିମ ସୂର୍ଯ୍ୟ ପରାଗ ଗୋଟିଏ ଦିନ ପରେ ଅର୍ଥାତ ୨୫ ତାରିଖରେ ପଡ଼ୁଛି। 


ସୂର୍ଯ୍ୟପରାଗର ତିଥି ଏବଂ ସମୟ
ସୂର୍ଯ୍ୟ ପରାଗର ଅବଧି ସମୟ ଏକ ଘଣ୍ଟା ୧୭ ମିନିଟ ସମୟ ରହିଛି। ମଙ୍ଗଳବାର ସନ୍ଧ୍ୟା ୪.୪୯ ମିନିଟରୁ ୬.୬ ମିନିଟ ପର୍ଯ୍ୟନ୍ତ ଏହି ପରାଗ ଲାଗିବ। ତେବେ ଦୀପାବଳିର ପରଦିନ ଠାରୁ ହିଁ ଶନିର ପ୍ରଚଳନ ଆରମ୍ଭ ହେବ। ଶନିଦେବ ଏବେ ଚଳନ ପ୍ରକ୍ରିୟାରେ ରହିଛନ୍ତି। କେତେକ ରାଶି ଉପରେ ଏହାର କୁ ପ୍ରଭାବ ପଡ଼ିପାରେ। ଶନି ୨୩ ଅକ୍ଟୋବର ୨୦୨୨ରୁ ମକରରୁ ଚଳନ କରିବେ। ଶନି ଚଳନ ହେତୁ ମକର ପାଇଁ ଅଶୁଭ ରହିପାରେ। ଏହା ସହିତ କିଛି ରାଶିରେ ଭଲ ସମୟ ଉପନୀତ ହେବାକୁ ଯାଉଛି। ଆର୍ଥିକ ସ୍ତରରେ ଅନେକ ଉନ୍ନତି ହେବ। ଧନ, ଯଶ ବଢିବା ନେଇ ସଂକେତ ରହିଛି। 


ଅଧିକ ପଢନ୍ତୁ: Babar Azam IND vs PAK T20 World Cup 2022: ଭାରତଠୁ ହାରିବା ପରେ ଡ୍ରେସିଂ ରୁମରେ ବାବର ଆଜମଙ୍କ ଜୋରଦାର ସ୍ପିଚ୍, ମ୍ୟାଚର ଭିଲେନ ପାଲଟିଥିବା ଏହି ଖେଳାଳିଙ୍କୁ କହିଲେ ଏସବୁ କଥା